ପୁଣି ଏକ ମୁଣ୍ଡ ନେଲେ ମାଓବାଦୀ

ଚିତ୍ରକୋଣ୍ଡା( ଓଡ଼ିଶା ରିପୋର୍ଟର): ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ପୁଣି ଏକ ମୁଣ୍ଡ ଗଡ଼ାଇଛନ୍ତି ମାଓବାଦୀ। ଅଣ୍ଡ୍ରାପାଲି ଓରାପଦର ଗାଁରେ ଜଣେ ବ୍ୟକ୍ତିଙ୍କ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ। ଗତକାଲି ରାତିରେ ମାଓବାଦୀମାନେ ତାଙ୍କୁ ଘରୁ ଟେକିନେଇ ଗାଁ ମୁଣ୍ଡରେ ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପ୍ରାୟ ୨୦ଜଣ ମାଓବାଦୀ ଆସିଥିବା ଜଣାପଡ଼ିଛି।  ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ। ସୂଚନାଯୋଗ୍ୟ, ମାଓବାଦୀମାନେ ରବିବାର ଦିନ ସେହି ଗାଁର ଆଉ ଜଣଙ୍କୁ ଅପହରଣ କରିଥିବା ଅଭିଯୋଗ […]

maobadi

Rakesh Mallick
  • Published: Wednesday, 21 February 2018
  • , Updated: 21 February 2018, 01:57 PM IST

ଚିତ୍ରକୋଣ୍ଡା( ଓଡ଼ିଶା ରିପୋର୍ଟର): ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ପୁଣି ଏକ ମୁଣ୍ଡ ଗଡ଼ାଇଛନ୍ତି ମାଓବାଦୀ। ଅଣ୍ଡ୍ରାପାଲି ଓରାପଦର ଗାଁରେ ଜଣେ ବ୍ୟକ୍ତିଙ୍କ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ। ଗତକାଲି ରାତିରେ ମାଓବାଦୀମାନେ ତାଙ୍କୁ ଘରୁ ଟେକିନେଇ ଗାଁ ମୁଣ୍ଡରେ ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ପ୍ରାୟ ୨୦ଜଣ ମାଓବାଦୀ ଆସିଥିବା ଜଣାପଡ଼ିଛି।  ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ।

ସୂଚନାଯୋଗ୍ୟ, ମାଓବାଦୀମାନେ ରବିବାର ଦିନ ସେହି ଗାଁର ଆଉ ଜଣଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି।

 

Related story