ମରଣଯନ୍ତା ପାଲଟିଛି କଟକ ଶିଶୁ ଭବନ: ୪ଦିନରେ ୨୫ ଶିଶୁ ମୃତ ଅଭିଯୋଗ

କଟକ: କଟକ ଶିଶୁ ଭବନ ଏବେ ମରଣଯନ୍ତା ପାଲଟିଛି । ନିଜ ଶିଶୁଙ୍କ ଜୀବନ ବଞ୍ଚାଇବାକୁ ଆସୁଥିବା ମାତାପିତା ଏବେ ଏଠାରୁ ସେମାନଙ୍କ ପିଲାଙ୍କୁ ନେଇଯାଉଛନ୍ତି । କାରଣ ୪ ଦିନ ଭିତରେ ଶିଶୁ ଭବନରେ ୨୫ଜଣ ଶିଶୁ ମୃତ୍ୟୁବରଣ କରିଛନ୍ତି । ଗତକାଲି ୮ଜଣ ଶିଶୁ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଗତକାଲି ରାତିରେ ମାତ୍ର ଘଣ୍ଟାକ ମଧ୍ୟରେ ଭଦ୍ରକ, ସାଲେପୁର, ବ୍ରହ୍ମଗିରି ଓ ଯାଜପୁରର ୪ଜଣ ଶିଶୁ ଆଖି ବୁଜିଥିଲେ । ଚିକିତ୍ସା […]

sisu

sisu

Rakesh Mallick
  • Published: Tuesday, 25 August 2015
  • Updated: 25 August 2015, 05:25 AM IST

Sports

Latest News

କଟକ: କଟକ ଶିଶୁ ଭବନ ଏବେ ମରଣଯନ୍ତା ପାଲଟିଛି । ନିଜ ଶିଶୁଙ୍କ ଜୀବନ ବଞ୍ଚାଇବାକୁ ଆସୁଥିବା ମାତାପିତା ଏବେ ଏଠାରୁ ସେମାନଙ୍କ ପିଲାଙ୍କୁ ନେଇଯାଉଛନ୍ତି । କାରଣ ୪ ଦିନ ଭିତରେ ଶିଶୁ ଭବନରେ ୨୫ଜଣ ଶିଶୁ ମୃତ୍ୟୁବରଣ କରିଛନ୍ତି । ଗତକାଲି ୮ଜଣ ଶିଶୁ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଗତକାଲି ରାତିରେ ମାତ୍ର ଘଣ୍ଟାକ ମଧ୍ୟରେ ଭଦ୍ରକ, ସାଲେପୁର, ବ୍ରହ୍ମଗିରି ଓ ଯାଜପୁରର ୪ଜଣ ଶିଶୁ ଆଖି ବୁଜିଥିଲେ । ଚିକିତ୍ସା ଅବହେଳାରୁ ଶିଶୁମାନଙ୍କ ମୃତ୍ୟୁ ହୋଇଥିବା ସେମାନଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଗତ ୨୦ ତାରିଖରେ ୨ଜଣ ଶିଶୁଙ୍କ ମୃତ୍ୟୁ ପରେ ଚିକିତ୍ସା ଅବହେଳା ନେଇ ସେମାନଙ୍କ ପରିବାର ଲାଲବାଗ ଥାନାରେ ଏତଲା ଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ତନାଘନା।

ସେପଟେ ଗତ ୨୦ ତାରିଖରେ ୩ଜଣ ଶିଶୁଙ୍କ ମୃତ୍ୟୁ ନେଇ ଶିଶୁଭବନ ଅଧୀକ୍ଷକ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଛନ୍ତି। ଚିକିତ୍ସାରେ ଅବହେଳା ନେଇ ମୃତ ଶିଶୁଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ଏହି ୪ ଜଣିଆ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଭେଷଜ ଓ ଶିଶୁ ବିଭାଗର ମୁଖ୍ୟ ଓ ମେଡିକାଲର ଅନ୍ୟ ଦୁଇ ବରିଷ୍ଠ ଅଧିକାରୀଙ୍କୁ ନେଇ ଏହି ଟିମ ଗଠିତ ହୋଇଥିଲା। ଟିମ୍ ୧୨ ଜଣ ନର୍ସ ଓ ୫ ଜଣ ଡାକ୍ତରଙ୍କୁ ପଚରାଉଚରା କରିଥିଲା। ଶିଶୁମାନଙ୍କ କାହିଁକି ମୃତ୍ୟୁ ହୋଇଛି ସେ ନେଇ ରିପୋର୍ଟରେ ଉଲ୍ଲେଖ ରହିଛି। ସେହିଭଳି ଏହି ରିପୋର୍ଟ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମେଡିକାଲ ସୁପରିଟେଣ୍ଡେଣ୍ଟ କହିଛନ୍ତି।

ଗତକାଲି କଟକ ନଗର କଂଗ୍ରେସ ପକ୍ଷରୁ ଏକ ପ୍ରତିନିଧି ଦଳ ମେଡିକାଲ ସୁପରିଟେଣ୍ଡଣ୍ଟକୁ ଭେଟି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଥିଲେ । ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଏ ସମ୍ପର୍କରେ କଟକ ସିଡିଏମ୍ଓଙ୍କୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପକ୍ଷରେ କଟକ ଶିଶୁ ଭବନ ଶିଶୁ ମୃତ୍ୟୁ ଘଟଣାର ତଦନ୍ତ କରିବେ ରାଜ୍ୟ ମାନବାଧିକାର କମିଶନ୍। ନିଜଆଡୁ କମିଶନ୍ ମାମଲାକୁ ଗ୍ରହଣ କରିଛନ୍ତି। ଏ ସମ୍ପର୍କରେ ୩ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସ୍ୱାସ୍ଥ୍ୟ ସଚିବ, ଏନଆରଏଚଏମ୍ ନିର୍ଦ୍ଦେଶକ ଓ ଶିଶୁ ଭବନ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story