ଦୁଇ କୋଟି ଟଙ୍କାରେ ଗଞ୍ଜେଇ ଜବତ, ୪ ଗିରଫ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ପୁଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ଚିତ୍ରକୋଣ୍ଡା ଓ ଓରର୍କେଲ ରାସ୍ତାରେ ଯାଞ୍ଚ ବେଳେ ଗୋଟିଏ ଓ ପିକ୍‌ଅପ୍‌ରୁ ୨୧ କ୍ୱିଣ୍ଟାଲ୍‌ ଗଞ୍ଜେଇ ଜବତ କରିଛି ପୁଲିସ। ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ। ଏହି ଗଞ୍ଜେଇ ଆନ୍ଧ୍ରପ୍ରଦେଶରୁ ମହାରାଷ୍ଟ୍ରକୁ ଚାଲାଣ ହେଉଥିଲା। ପୁଲିସ ଗାଡ଼ି ଦୁଇଟିକୁ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି। ତେବେ କେତେ ଦିନ ଧରି ଏହି ରାସ୍ତାରେ ଗଞ୍ଜେଇ […]

police-seazed-ganja-truck

Manoranjan Sial
  • Published: Tuesday, 21 May 2019
  • , Updated: 21 May 2019, 03:49 PM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ପୁଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ଚିତ୍ରକୋଣ୍ଡା ଓ ଓରର୍କେଲ ରାସ୍ତାରେ ଯାଞ୍ଚ ବେଳେ ଗୋଟିଏ ଓ ପିକ୍‌ଅପ୍‌ରୁ ୨୧ କ୍ୱିଣ୍ଟାଲ୍‌ ଗଞ୍ଜେଇ ଜବତ କରିଛି ପୁଲିସ। ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ। ଏହି ଗଞ୍ଜେଇ ଆନ୍ଧ୍ରପ୍ରଦେଶରୁ ମହାରାଷ୍ଟ୍ରକୁ ଚାଲାଣ ହେଉଥିଲା।
ପୁଲିସ ଗାଡ଼ି ଦୁଇଟିକୁ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି। ତେବେ କେତେ ଦିନ ଧରି ଏହି ରାସ୍ତାରେ ଗଞ୍ଜେଇ ଚାଲାଣ ହେଉଥିଲା, ତାହା ଉପରେ ପୁଲିସ ତଦନ୍ତ କରୁଛି।

Related story