ମରୁଡି ସ୍ଥିତି ଅନୁଧ୍ୟାନ କରିବାକୁ କେନ୍ଦ୍ରରୁ ଆସୁଛନ୍ତି ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ

ନୂଆଦିଲ୍ଲୀ: ଓଡିଶାରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଦେଖାଦେଇଥିବା ମରୁଡି ପରିସ୍ଥିତିର ଅନୁଧ୍ୟାନ କରିବାକୁ କେନ୍ଦ୍ରରୁ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଓଡିଶା ଆସୁଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ କ୍ରମେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରାଧା ମୋହନ ସିଂ ତୁରନ୍ତ ପ୍ରତିନିଧି ଦଳ ଓଡିଶା ଯିବାକୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର କୃଷି ମନ୍ତ୍ରଣାଳୟର ଅତିରିକ୍ତ କମିଶନର ଆର‌.ପି.ମଲ୍ଲିକ ଏହି ପ୍ରତିନିଧି ଦଳର ନେତୃତ୍ୱ ନେବେ। […]

nilagiri

Rakesh Mallick
  • Published: Tuesday, 22 September 2015
  • , Updated: 22 September 2015, 01:56 PM IST

ନୂଆଦିଲ୍ଲୀ: ଓଡିଶାରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଦେଖାଦେଇଥିବା ମରୁଡି ପରିସ୍ଥିତିର ଅନୁଧ୍ୟାନ କରିବାକୁ କେନ୍ଦ୍ରରୁ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଓଡିଶା ଆସୁଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ କ୍ରମେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରାଧା ମୋହନ ସିଂ ତୁରନ୍ତ ପ୍ରତିନିଧି ଦଳ ଓଡିଶା ଯିବାକୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର କୃଷି ମନ୍ତ୍ରଣାଳୟର ଅତିରିକ୍ତ କମିଶନର ଆର‌.ପି.ମଲ୍ଲିକ ଏହି ପ୍ରତିନିଧି ଦଳର ନେତୃତ୍ୱ ନେବେ। ଏହି ଦଳରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ତଥା ଭାରତୀୟ କୃଷି ଗବେଷଣା ପରିଷଦ ଓ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନର ଅଧିକାରୀମାନେ ରହିଛନ୍ତି। ସେମାନେ ଓଡିଶାର ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ପ୍ରଭାବିତ ହୋଇଥିବା ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ। ଏହା ସହିତ ମରୁଡିର ମୁକାବିଲା ଓ ପ୍ରତିକାର ବ୍ୟବସ୍ଥା ପାଇଁ କେନ୍ଦ୍ରକୁ ଏହି ପ୍ରତିନିଧି ଦଳ ସୁପାରିଶ କରିବେ। ପୂର୍ବରୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ମରୁଡି ପ୍ରଭାବିତ ଢ଼େଙ୍କାନାଳ, ଖୋର୍ଦ୍ଧା, ବଲାଙ୍ଗିର, ବୌଦ୍ଧ, ବରଗଡ, ସୁବର୍ଣ୍ଣପୁର, କନ୍ଧମାଳ ଓ କେନ୍ଦୁଝର ଜିଲ୍ଲାର ଅନାବୃଷ୍ଟି ଜନିତ ପରିସ୍ଥିତି ନେଇ କେନ୍ଦ୍ର କୃଷି ମନ୍ତ୍ରୀ ରାଧା ମୋହନ ସିଂଙ୍କ ସହ ଆଲୋଚନା କରିଥିଲେ। ସେହି ସମୟରେ ତୁରନ୍ତ ଓଡିଶାକୁ ଏକ କେନ୍ଦ୍ରୀୟ ଦଳ ଅନୁଧ୍ୟାନ ପାଇଁ ପଠାଇବାକୁ ସେ ଅନୁରୋଧ କରିଥିଲେ ।

 

Related story