ବଢ଼ୁଛି କରୋନା: ଭୁବନେଶ୍ୱରରେ ବାଧ୍ୟତାମୂଳକ ହେଲା ମାସ୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ ଉପରମୁହାଁ ହୋଇଛି । ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ନିଗମ ପକ୍ଷରୁ କରୋନା ଗାଇଡଲାଇନ୍ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବା ସହ ସପିଂ ମଲ୍ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ୨ମିଟର ସାମାଜିକ ଦୂରତ୍ୱ ପାଳନ ଓ ଲୋକଙ୍କ ଭିଡ଼ ଜମିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି […]

Corona

Ordigital Desk
  • Published: Thursday, 30 June 2022
  • , Updated: 30 June 2022, 09:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ ଉପରମୁହାଁ ହୋଇଛି । ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ନିଗମ ପକ୍ଷରୁ କରୋନା ଗାଇଡଲାଇନ୍ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବା ସହ ସପିଂ ମଲ୍ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ୨ମିଟର ସାମାଜିକ ଦୂରତ୍ୱ ପାଳନ ଓ ଲୋକଙ୍କ ଭିଡ଼ ଜମିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହାସହିତ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ମଧ୍ୟ ସହରବାସୀଙ୍କୁ ଘରୁ ବାହାରିବାବେଳେ ଅବା ଜନଗହଳିପୂର୍ଣ୍ଣ ଅଂଚଳକୁ ଯିବାବେଳେ ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରିଛନ୍ତି । ସାମାଜିକ ଦୂରତ୍ୱ, ଟେଷ୍ଟିଙ୍ଗ ଓ ଚିକିତ୍ସା ମାଧ୍ୟମରେ କୋଭିଡକୁ ନିୟନ୍ତ୍ରଣ କରିପାରିବା ବୋଲି ବିଏମସି କମିଶନର କହିଛନ୍ତି । ଗତ ୨୪ଘଂଟା ମଧ୍ୟରେ ରାଜ୍ୟରେ ମୋଟ ୧୬୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କେବଳ ଖୋର୍ଦ୍ଧା ଜିଲ୍ଲାରେ ୬୯ଜଣ ରହିଛନ୍ତି।

ବିଏମସି ପକ୍ଷରୁ ଜାରି ପରାମର୍ଶକୁ କଡ଼ାକଡ଼ି ଭାବେ ପାଳନ ନିମନ୍ତେ ରାଜଧାନୀବାସୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଘରୁ ବାହାରିବାବେଳେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସର୍ବସାଧାରଣ ସ୍ଥାନରେ ୨ମିଟରର ସାମାଜିକ ଦୂରତ୍ୱ ବଜାୟ ରଖିବା, ସମସ୍ତ ସପିଂ ମଲ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ୨ମିଟରର ସାମାଜିକ ଦୂରତ୍ୱ ପାଳନକୁ ସୁନିଶ୍ଚିତ କରାଇବାକୁ କୁହାଯାଇଛି । ବ୍ୟବସାୟିକ ପ୍ରତିଷ୍ଠାନରେ ସାମାଜିତ ଦୂରତ୍ୱ ପାଳନ ସୁନିଶ୍ଚିତ କରାଇବା ଦାୟିତ୍ୱ ପ୍ରତିଷ୍ଠାନର ମାଲିକଙ୍କର ରହିବ । ସର୍ବସାଧାରଣ ସ୍ଥାନରେ ଛେପ ନପକାଇବା, ପରିଷ୍କାର ପରିଚ୍ଛନ୍ନତା ପାଇଁ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି । କୋଭିଡ୍ ସଂକ୍ରମଣ ରୋକିବା ପାଇଁ ଜାରି ଏହି ପରାମର୍ଶନାମାକୁ ଉଲ୍ଲଘଂନ କଲେ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ପକ୍ଷରୁ ଚେତାବନୀ ଦିଆଯାଇଛି ।

ସୂଚନାଯୋଗ୍ୟ, ଆଜି ଗୁରୁବାର ସମଗ୍ର ରାଜ୍ୟରେ ମୋଟ ୧୬୧ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସକ୍ରିୟ ସଂକ୍ରମିତ ୭୨୯ରେ ପହଂଚିଛି । ଆଜି ଖୋର୍ଦ୍ଧାରେ ୬୯, ସୁନ୍ଦରଗଡ଼ରେ ୧୨, କଟକ ଜିଲ୍ଲାରେ ୧୬, ପୁରୀରେ ୯ଜଣ ଓ ରାଜ୍ୟ ପୁଲରେ ୧୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ କରୋନା ସଂକ୍ରମଣ ମାମଲା ବଢ଼ୁଥିବାବେଳେ ଆସନ୍ତାକାଲି ରଥଯାତ୍ରାରେ ପ୍ରବଳ ଜନସମାଗମ ସମୟରେ କୋଭିଡ୍ ଗାଇଡଲାଇନ କିଭଳି ପାଳନ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Related story