ମାସ୍କ ହେଲା ବାଧ୍ୟତାମୂଳକ, ନ ପିନ୍ଧିଲେ ଏହି ସହରରେ ମିଳିବନି ପେଟ୍ରୋଲ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଟୁଇନ ସିଟି ସମେତ ସମ୍ବଲପୁର ପରେ ଏବେ କରୋନା ରୋକିବାକୁ ନିୟମକୁ କଡ଼ାକଡ଼ି କଲା ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)। ଏଣିକି ବ୍ରହ୍ମପୁରରେ ବି ମାସ୍କକୁ ବାଧ୍ୟତାମୂଳକ କରାଯାଇଛି।  ରାଜ୍ୟରେ ଏବେ ଦୈନିକ ହଜାରେ ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ କଡ଼ା ନିୟମ ଲାଗୁ କରିଛି ବିଏମ୍‌ସି। ବିଏମ୍‌ସିର ନୂଆ ଗାଇଡଲାଇନ୍‌ ଅନୁଯାୟୀ, ଏଣିକି  ସର୍ବ ସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ପଡ଼ିବ। ସପିଂ ମଲ୍, ଦୋକାନରେ […]

mask

Niharika Rout
  • Published: Tuesday, 19 July 2022
  • , Updated: 19 July 2022, 11:56 AM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଟୁଇନ ସିଟି ସମେତ ସମ୍ବଲପୁର ପରେ ଏବେ କରୋନା ରୋକିବାକୁ ନିୟମକୁ କଡ଼ାକଡ଼ି କଲା ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)। ଏଣିକି ବ୍ରହ୍ମପୁରରେ ବି ମାସ୍କକୁ ବାଧ୍ୟତାମୂଳକ କରାଯାଇଛି।  ରାଜ୍ୟରେ ଏବେ ଦୈନିକ ହଜାରେ ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ କଡ଼ା ନିୟମ ଲାଗୁ କରିଛି ବିଏମ୍‌ସି।

ବିଏମ୍‌ସିର ନୂଆ ଗାଇଡଲାଇନ୍‌ ଅନୁଯାୟୀ, ଏଣିକି  ସର୍ବ ସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ପଡ଼ିବ। ସପିଂ ମଲ୍, ଦୋକାନରେ NO MASK, NO ENTRY,  NO MASK , NO GOODS ଲେଖାଯିବ । ମାସ୍କ ନ ପିନ୍ଧିଲେ ମିଳିବନି ପେଟ୍ରୋଲ । ସରକାରୀ ଓ ଘରୋଇ ଅଫିସ୍‌ରେ ମଧ୍ୟ ମାସ୍କ ପିନ୍ଧିବାକୁ ପଡ଼ିବ  । ଧର୍ମାନୁଷ୍ଠାନ, ପାର୍କ ଭଳି ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତା ପାଳନ କରିବାକୁ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଉଲ୍ଲଙ୍ଘନ କଲେ ଜରିମାନା ଗଣିବାକୁ ପଡ଼ିବ ବୋଲି ମଦ୍ୟ କୁହାଯାଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ରୁ ୫୫୩ ଓ ୩୯୨ ଲୋକାଲ କେସ୍  ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୧୦ ଜଣ ଆକ୍ରାନ୍ତ ବାହାରିଛନ୍ତି । ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ  ୩୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୧୦୩, କଟକରୁ ୭୫ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ  ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୮୭୩କୁ ବୃଦ୍ଧି ପାଇଛି ।

Related story