ଡାକ୍ତର ନଥିବାରୁ ଫେରିବା ବାଟରେ ମୃତ ଶିଶୁକୁ ଜନ୍ମ ଦେଲେ ମହିଳା

ବାଲିଗୁଡ଼ା (ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲାରେ ଜନନୀ ଯନ୍ତ୍ରଣା ଥମିବାର ନାଁ ନେଉନାହିଁ। ମେଡ଼ିକାଲରେ ଡାକ୍ତର ନଥିବାରୁ ଘରକୁ ଫେରିବା ବାଟରେ ମୃତ ଶିଶୁକୁ ଜନ୍ମ ଦେଲେ ମହିଳା। ଦାରିଙ୍ଗିବାଡ଼ି ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ଶନିବାର ବ୍ଲକର ପର୍ତ୍ତମାହା ପଞ୍ଚାୟତ ପାଡେଲମାଲା ଗାଁର ଜଣେ ମହିଳା ଗର୍ଭ ଯନ୍ତ୍ରଣା ହେବାରୁ ଦାରିଙ୍ଗବାଡ଼ି ଡାକ୍ତରଖାନା ଯାଇଥିଲେ। ହେଲେ ସେଠାରେ କେହି ଡାକ୍ତର ନଥିବା ନେଇ ମେଡିକାଲର କର୍ମଚାରୀ କହିଥିଲେ। ଏହା ପରେ ତାଙ୍କୁ ତୁରନ୍ତ […]

kandhamala

Ranjit Kumar Jena
  • Published: Sunday, 01 November 2020
  • , Updated: 01 November 2020, 01:09 PM IST

ବାଲିଗୁଡ଼ା (ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲାରେ ଜନନୀ ଯନ୍ତ୍ରଣା ଥମିବାର ନାଁ ନେଉନାହିଁ। ମେଡ଼ିକାଲରେ ଡାକ୍ତର ନଥିବାରୁ ଘରକୁ ଫେରିବା ବାଟରେ ମୃତ ଶିଶୁକୁ ଜନ୍ମ ଦେଲେ ମହିଳା। ଦାରିଙ୍ଗିବାଡ଼ି ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ।

ଶନିବାର ବ୍ଲକର ପର୍ତ୍ତମାହା ପଞ୍ଚାୟତ ପାଡେଲମାଲା ଗାଁର ଜଣେ ମହିଳା ଗର୍ଭ ଯନ୍ତ୍ରଣା ହେବାରୁ ଦାରିଙ୍ଗବାଡ଼ି ଡାକ୍ତରଖାନା ଯାଇଥିଲେ। ହେଲେ ସେଠାରେ କେହି ଡାକ୍ତର ନଥିବା ନେଇ ମେଡିକାଲର କର୍ମଚାରୀ କହିଥିଲେ। ଏହା ପରେ ତାଙ୍କୁ ତୁରନ୍ତ ବାଲିଗୁଡ଼ା ଯିବା ଲାଗି ସେ ପରାମର୍ଶ ଦେଇଥିଲେ।

ଅର୍ଥାଭାବରୁ ମହିଳା ଜଣଙ୍କ ଅଟୋରେ ନିଜ ଘରକୁ ଫେରିବା ବେଳେ ଅଧାବାଟରେ ଏକ ମୃତ ଶିଶୁକୁ ଜନ୍ମ ଦେଇଥିଲେ। ଅନ୍ୟପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ଦାରିଙ୍ଗବାଡ଼ି ଡାକ୍ତରଖାନାର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ।

Related story