ଆଡମିଟ୍‌ କାର୍ଡ ନ ମିଳିବାରୁ ମାଣିଙ୍କେଶ୍ୱରୀ ହାଇସ୍କୁଲର ୧୨ ଛାତ୍ର ମାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମାଣିଙ୍କେଶ୍ୱରୀ ହାଇସ୍କୁଲରେ ୧୨ଜଣ ଛାତ୍ର ଆଡମିଟ୍‌ କାର୍ଡ  ନ ମିଳିବାରୁ ମାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଏହାର ପ୍ରତିବାଦରେ ଅଭିଭାବକ ଓ ଛାତ୍ରମାନେ ସ୍କୁଲ ଗେଟ୍‌ରେ ତାଲା ପକାଇବା ସହ ଧାରଣାରେ ବସିଥିଲେ। ପରେ ଡିଇଓ ଆସି ସେମାନଙ୍କ ସହ ଆଲୋଚନା କରିଥିଲେ। ପିଲାମାନେ ଫର୍ମଫିଲଅପ କରିଥିଲେ ମଧ୍ୟ ସେମାନଙ୍କୁ ଆଡମିଟ୍‌ କାର୍ଡ ଆସି ନ ଥିଲା। ଏନେଇ ସେମାନେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଜଣାଇଥିଲେ। କିନ୍ତୁ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ […]

exam

Rakesh Mallick
  • Published: Tuesday, 28 February 2017
  • , Updated: 28 February 2017, 12:34 PM IST

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମାଣିଙ୍କେଶ୍ୱରୀ ହାଇସ୍କୁଲରେ ୧୨ଜଣ ଛାତ୍ର ଆଡମିଟ୍‌ କାର୍ଡ  ନ ମିଳିବାରୁ ମାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଏହାର ପ୍ରତିବାଦରେ ଅଭିଭାବକ ଓ ଛାତ୍ରମାନେ ସ୍କୁଲ ଗେଟ୍‌ରେ ତାଲା ପକାଇବା ସହ ଧାରଣାରେ ବସିଥିଲେ। ପରେ ଡିଇଓ ଆସି ସେମାନଙ୍କ ସହ ଆଲୋଚନା କରିଥିଲେ।

ପିଲାମାନେ ଫର୍ମଫିଲଅପ କରିଥିଲେ ମଧ୍ୟ ସେମାନଙ୍କୁ ଆଡମିଟ୍‌ କାର୍ଡ ଆସି ନ ଥିଲା। ଏନେଇ ସେମାନେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଜଣାଇଥିଲେ। କିନ୍ତୁ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ  ପିଲାମାନେ ପରୀକ୍ଷା ଦେଇପାରିନାହାନ୍ତି।  ଛାତ୍ରମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ ବୋଲି ଡିଇଓ କହିଛନ୍ତି।

Related story