ଆସନ୍ତା ୨୦ରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ

Ordigital Desk
  • Published: Wednesday, 07 March 2018
  • , Updated: 07 March 2018, 08:24 AM IST
<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆସନ୍ତା ୨୦ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ସରିଛି। ଏଥର ମୋଟ ୫୭ଟି ସେଣ୍ଟରରେ ପରୀକ୍ଷା ଖାତା ଦେଖାଯିବ। ମୋଟ ୧୩, ୨୮୦ ଜଣ ନିରୀକ୍ଷକ ଖାତା ଦେଖାରେ ନିୟୋଜିତ ହେବେ। ସେଣ୍ଟରରେ ସକାଳ ୯ଟା ୩୦ରୁ ଖାତା ଦେଖା ଆରମ୍ଭ ହେବ।&nbsp; ୧୨ ଦିନ ଭିତରେ ସମସ୍ତ ଖାତାର ମୂଲ୍ୟାୟନ ଶେଷ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି।</p>

Related story