Advertisment

ସୁନ୍ଦରଗଡ଼: ମାଟ୍ରିକ୍‌ ପରୀକ୍ଷାରେ କପି ଯୋଗାଇବାକୁ ଟଙ୍କା ନେଇ ୩ ଶିକ୍ଷକ ଗିରଫ

ସୁନ୍ଦରଗଡ଼: ମାଟ୍ରିକ ପରୀକ୍ଷାକୁ ଆଉ ମାତ୍ର ୨ଦିନ ବାକି ଅଛି। ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବିଶେଷ କରି ପରୀକ୍ଷାକୁ ସ୍ୱଚ୍ଛ କରିବାକୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହେଲେ ପରୀକ୍ଷା ଆରମ୍ଭ ନ ହେଉଣୁ ପିଲାମାନଙ୍କୁ କପି ଯୋଗାଇବା ଅଭିଯୋଗରେ ଜଣେ ପ୍ରଧାନଶିକ୍ଷକ ଓ ଅନ୍ୟ ୨ଜଣ ଶିକ୍ଷକ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ। ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବିରିକାଲିଡିହି ହାଇସ୍କୁଲ ପ୍ରଧାନଶିକ୍ଷକଙ୍କ ସମେତ ୨ ଜଣ ଶିକ୍ଷକ ଶତାଧିକ […]

ଅଦ୍ୟତନ ହୋଇଛି
ସୁନ୍ଦରଗଡ଼: ମାଟ୍ରିକ୍‌ ପରୀକ୍ଷାରେ କପି ଯୋଗାଇବାକୁ ଟଙ୍କା ନେଇ ୩ ଶିକ୍ଷକ ଗିରଫ

sundergada

Advertisment

ସୁନ୍ଦରଗଡ଼: ମାଟ୍ରିକ ପରୀକ୍ଷାକୁ ଆଉ ମାତ୍ର ୨ଦିନ ବାକି ଅଛି। ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବିଶେଷ କରି ପରୀକ୍ଷାକୁ ସ୍ୱଚ୍ଛ କରିବାକୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହେଲେ ପରୀକ୍ଷା ଆରମ୍ଭ ନ ହେଉଣୁ ପିଲାମାନଙ୍କୁ କପି ଯୋଗାଇବା ଅଭିଯୋଗରେ ଜଣେ ପ୍ରଧାନଶିକ୍ଷକ ଓ ଅନ୍ୟ ୨ଜଣ ଶିକ୍ଷକ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ। ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବିରିକାଲିଡିହି ହାଇସ୍କୁଲ ପ୍ରଧାନଶିକ୍ଷକଙ୍କ ସମେତ ୨ ଜଣ ଶିକ୍ଷକ ଶତାଧିକ ପିଲାଙ୍କ ପାଖରୁ କପି ଯୋଗାଇ ଦେବାକୁ ୧୫ଶହ ଲେଖାଏଁ ଟଙ୍କା ଆଦାୟ କରିଥିଲେ। ତେବେ ଏହି ଯୋଜନାକୁ ପରୀକ୍ଷା ବେଳେ କାର୍ଯ୍ୟକାରୀ କରିବା ପୂର୍ବରୁ ସେମାନେ ଧରାପଡି ଯାଇଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ସେମାନଙ୍କ ପାଖରୁ ୫୪ହଜାର ଟଙ୍କା ଜବତ କରିବା ସହ ସମସ୍ତ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛନ୍ତି।

Advertisment

ସୂଚନାଯୋଗ୍ୟ, ଉକ୍ତ ସ୍କୁଲରେ ବୈଦ୍ୟନାଥ ତନ୍ତୀଙ୍କ ଦୁଇ ପୁଅ ପଢୁଛନ୍ତି। ସେମାନେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେବେ। କପି ଯୋଗାଇ ଦେବାକୁ ଶିକ୍ଷକମାନେ ବୈଦ୍ୟନାଥଙ୍କୁ ଦୁଇପୁଅଙ୍କ ବାବଦକୁ ୩ହଜାର ଟଙ୍କା ଦେବାକୁ କହିଥିଲେ। ଏହାକୁ ବୈଦ୍ୟନାଥ ବିରୋଧ କରିବାରୁ ପିଲାମାନଙ୍କୁ ପରୀକ୍ଷା କେନ୍ଦ୍ରରେ ହଇରାଣ କରାଯିବ ବୋଲି ଧମକ ଦିଆଯାଇଥିଲା। ଏ ନେଇ ବୈଦ୍ୟନାଥ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରିଥିଲେ। ଯୋଜନା ମୁତାବକ ଆଜି ଶିକ୍ଷକମାନେ ଟଙ୍କା ନେବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀମାନେ ସେମାନଙ୍କୁ ଗିରଫ କରିବା ସହ ଏତେ ପରିମାଣର ଲାଞ୍ଚ ଟଙ୍କା ଜବତ କରିଥିଲେ।

ଅନ୍ୟପକ୍ଷେ ପରୀକ୍ଷାକୁ ସ୍ୱଚ୍ଛ ଭାବେ ପରିଚାଳନା ପାଇଁ ବୋର୍ଡ ଏଥର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ପରୀକ୍ଷାର୍ଥୀମାନଙ୍କୁ ଯେଉଁମାନେ କପି ଯୋଗାଇବେ କିମ୍ୱା କପି କରିବାରେ ସହଯୋଗ କରିବେ ସେମାନଙ୍କ ବିରୋଧରେ ଆବଶ୍ୟକ ପଡ଼ିଲେ ଥାନାରେ ଏତଲା ଦିଆଯିବ। ଏହାଛଡ଼ା ପରୀକ୍ଷା କେନ୍ଦ୍ରର ୨୦୦ ମିଟର ପରିଧି ମଧ୍ୟରେ ବାହାର ବ୍ୟକ୍ତି ରହି ନ ପାରିବାର ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ମାଟ୍ରିକ୍ ପରୀକ୍ଷା ପରିଚାଳନା ଆଇନ ୧୯୮୮ ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment

ସେହିପରି ପରୀକ୍ଷା ସହିତ ସମ୍ପୃକ୍ତ ନ ଥିବା କୌଣସି ବ୍ୟକ୍ତି ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ, ଡେପୁଟି ସୁପରିଟେଣ୍ଡେଣ୍ଟ, ଇନ୍‌ଭିଜିଲେଟର କିମ୍ୱା କୌଣସି କର୍ମଚାରୀ ଯଦି କପି କରିବାରେ ସହଯୋଗ କରୁଥିବେ ସେମାନଙ୍କ ବିରୋଧରେ ମଧ୍ୟ ଏତଲା ଦିଆଯିବ ବୋଲି ବୋର୍ଡ ସଭାପତି ଦକ୍ଷ ପ୍ରସାଦ ନନ୍ଦ କହିଛନ୍ତି।

କପି ରୋକିବା ପାଇଁ ସ୍ୱାର୍ଡ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ମାଜିଷ୍ଟ୍ରେଟ୍ କ୍ଷମତା ଥିବା ଜିଲ୍ଲା ପ୍ରଶାସନର ଅଧିକାରୀ ପରୀକ୍ଷା ପରିଚାଳନା ଉପରେ କଡ଼ା ନଜର ରଖିବା ସହ କେତେକ ପରୀକ୍ଷା କେନ୍ଦ୍ରରେ ଫୁଲ୍ ଟାଇମ୍ ଅବଜର୍ଭର ନିଯୁକ୍ତି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe