ମାଟ୍ରିକ୍ ପାସ୍ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମ୍ପର୍କିତ ତଥ୍ୟ ଡିଜିଟାଇଜ୍ ହେବ: ବୋର୍ଡ

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ମାଟ୍ରିକ୍ ପରୀକ୍ଷା ଦେଇ ପାସ୍ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମ୍ପର୍କିତ ତଥ୍ୟ ଡିଜିଟାଇଜ୍ ହେବ। ବୋର୍ଡ ଆରମ୍ଭ ହେବାଠାରୁ ଆଜି ଯାଏଁ ଦୀର୍ଘ ୬୦ ବର୍ଷର ଟାବୁଲେସନ୍ ରେଜିଷ୍ଟ୍ରରକୁ ଏହି ପ୍ରକ୍ରିୟାରେ ସାଇତି ରଖାଯିବ। ଫଳରେ ସମସ୍ତ ତଥ୍ୟ ସୁରକ୍ଷିତ ରହିବା ସହ ଡୁପ୍ଲିକେଟ ସାର୍ଟିଫିକେଟ୍ ଓ ମାର୍କିସିଟ୍ ପ୍ରଦାନରେ ସୁବିଧା ହେବ। ବୋର୍ଡ ପାଖରେ ୬୦ ବର୍ଷର ଗୁରୁତ୍ୱପୂର୍ଣ୍ଣ ତଥ୍ୟର ଅଧିକାଂଶ ରେକର୍ଡ ପତ୍ର ହାର୍ଡ […]

board

Rakesh Mallick
  • Published: Monday, 21 December 2015
  • , Updated: 21 December 2015, 02:42 PM IST

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ମାଟ୍ରିକ୍ ପରୀକ୍ଷା ଦେଇ ପାସ୍ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମ୍ପର୍କିତ ତଥ୍ୟ ଡିଜିଟାଇଜ୍ ହେବ। ବୋର୍ଡ ଆରମ୍ଭ ହେବାଠାରୁ ଆଜି ଯାଏଁ ଦୀର୍ଘ ୬୦ ବର୍ଷର ଟାବୁଲେସନ୍ ରେଜିଷ୍ଟ୍ରରକୁ ଏହି ପ୍ରକ୍ରିୟାରେ ସାଇତି ରଖାଯିବ। ଫଳରେ ସମସ୍ତ ତଥ୍ୟ ସୁରକ୍ଷିତ ରହିବା ସହ ଡୁପ୍ଲିକେଟ ସାର୍ଟିଫିକେଟ୍ ଓ ମାର୍କିସିଟ୍ ପ୍ରଦାନରେ ସୁବିଧା ହେବ।

ବୋର୍ଡ ପାଖରେ ୬୦ ବର୍ଷର ଗୁରୁତ୍ୱପୂର୍ଣ୍ଣ ତଥ୍ୟର ଅଧିକାଂଶ ରେକର୍ଡ ପତ୍ର ହାର୍ଡ କପି ଭାବେ ରହିଛି। ଧିରେ ଧିରେ ଏସବୁ ନଷ୍ଟ ହେବାକୁ ବସିଲାଣି। ଏସବୁକୁ ସୁରକ୍ଷିତ ରଖିବା ପାଇଁ ୧୯୫୫ରୁ ୨୦୧୫ ଦୀର୍ଘ ୬୦ ବର୍ଷ ମଧ୍ୟରେ ବୋର୍ଡ ଅଧୀନରେ ମାଟ୍ରିକ୍ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ତଥ୍ୟର ଡିଜିଟାଇଜେସନ୍ ହେବ। ପିଲାମାନଙ୍କ ମାର୍କ, ସେମାନେ କେଉଁ ଡିଭିଜନରେ ପାସ୍ କରିଛନ୍ତି, କେଉଁ ସ୍କୁଲରେ ପଢୁଥିଲେ, କେଉଁ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ଆଦି ସମସ୍ତ ତଥ୍ୟ ଏଥିରେ ରହିବ ବୋଲି ବୋର୍ଡ ସଭାପତି ପ୍ରଫେସର ଦକ୍ଷପ୍ରସାଦ ନନ୍ଦ କହିଛନ୍ତି।

ଆସନ୍ତକାଲି ବୋର୍ଡ ୬୦ ବର୍ଷରେ ପାଦ ଦେବାକୁ ଯାଉଛି। ଏହି ଅବସରରେ ଏହି ନୂଆ ପଦକ୍ଷେପ ସମ୍ପର୍କରେ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ଏହି ଯୋଜନାରେ ପ୍ରାୟ ୪ରୁ ୫ କୋଟି ଟଙ୍କା ବ୍ୟୟ ହେବ। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହେଲ, ସମସ୍ତ ତଥ୍ୟ ସୁବିଧାରେ ଉପଲବ୍ଧ ହେବା ସହ ସୁରକ୍ଷିତ ରହିପାରିବ।

Related story