ଚଳିତ ମାସ ପ୍ରକାଶ ପାଇବ ମ୍ୟାଟ୍ରିକ ରେଜଲ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ମାସରେ ପ୍ରକାଶ ପାଇବ ମ୍ୟାଟ୍ରିକ ପରୀକ୍ଷା ଫଳ। ଆଜି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଜୁଲାଇ ମାସରେ ପ୍ରକାଶ ପାଇବ ମ୍ୟାଟ୍ରିକ ରେଜଲ୍ଟ। ଜୁଲାଇ ଶେଷ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ। ତେବେ ରେଜଲ୍ଟ କେଉଁ ଦିନ ପ୍ରକାଶ ପାଇବ, ନିର୍ଦ୍ଦିଷ୍ଟ ତାରିଖ ଦିନେ ଦୁଇଦିନ ଭିତରେ ଜଣାଇବୁ। ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଫେବ୍ରୁଆରୀ ୧୯ ତାରିଖରୁ […]

matric-exam-00

Tapaswini Nayak
  • Published: Saturday, 25 July 2020
  • , Updated: 25 July 2020, 02:23 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ମାସରେ ପ୍ରକାଶ ପାଇବ ମ୍ୟାଟ୍ରିକ ପରୀକ୍ଷା ଫଳ। ଆଜି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଜୁଲାଇ ମାସରେ ପ୍ରକାଶ ପାଇବ ମ୍ୟାଟ୍ରିକ ରେଜଲ୍ଟ। ଜୁଲାଇ ଶେଷ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ। ତେବେ ରେଜଲ୍ଟ କେଉଁ ଦିନ ପ୍ରକାଶ ପାଇବ, ନିର୍ଦ୍ଦିଷ୍ଟ ତାରିଖ ଦିନେ ଦୁଇଦିନ ଭିତରେ ଜଣାଇବୁ।

ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ଦୁଇ ତାରିଖରେ ଶେଷ ହୋଇଥିଲା। ଏ ବର୍ଷ ୨ହଜାର ୮ଶହ ୮୮ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୫ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପ୍ରଥମ ଦିନରେ ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଝି ଅଞ୍ଚଳରେ ପ୍ରଶ୍ନପତ୍ର ଭାଇରାଲ ହେବା ଖବର ଆସିଥିଲା। କିନ୍ତୁ ଏହାକୁ ବୋର୍ଡ ପକ୍ଷରୁ ଖଣ୍ଡନ କରାଯାଇଥିଲା।

Related story