ଜୁଲାଇ ୮ରେ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁଲାଇ ୮ ତାରିଖରୁ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ। ଜୁଲାଇ ୧୪ ତାରିଖରେ ପରୀକ୍ଷା ସରିବ। ଆଜି ମାଧ୍ୟମିକ ଶିକ୍ଷା ବୋର୍ଡ ସଂପାଦକ ରାମାଶିଷ ହାଜରା ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମେ’ ୨୧ ତାରିଖରେ ମ୍ୟାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୨୧୩ ପିଲା ପରୀକ୍ଷା ଦେଇଥିଲେ। ଏଥିରେ ୩ ଲକ୍ଷ ୯୭ ହଜାର ୧୨୫ ଛାତ୍ରଛାତ୍ରୀ ପାସ୍ କରିଥିଲେ। ସେମାନଙ୍କ ମଧ୍ୟରୁ […]

exam-1,,,,000000

Jyoshna Pradhan
  • Published: Thursday, 13 June 2019
  • , Updated: 13 June 2019, 01:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁଲାଇ ୮ ତାରିଖରୁ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ। ଜୁଲାଇ ୧୪ ତାରିଖରେ ପରୀକ୍ଷା ସରିବ। ଆଜି ମାଧ୍ୟମିକ ଶିକ୍ଷା ବୋର୍ଡ ସଂପାଦକ ରାମାଶିଷ ହାଜରା ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ମେ’ ୨୧ ତାରିଖରେ ମ୍ୟାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୨୧୩ ପିଲା ପରୀକ୍ଷା ଦେଇଥିଲେ। ଏଥିରେ ୩ ଲକ୍ଷ ୯୭ ହଜାର ୧୨୫ ଛାତ୍ରଛାତ୍ରୀ ପାସ୍ କରିଥିଲେ।

ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୫ ହଜାର ୪୭୦ ଛାତ୍ରୀ ଓ ୧ ଲକ୍ଷ ୯୧ ହଜାର ୬୫୫ ଜଣ ଛାତ୍ର ପାସ୍ କରିଥିଲେ। ଚଳିତ ବର୍ଷ ପାସ୍ ହାର ୭୦.୭୮ % ଥିଲା। ଗତ ବର୍ଷ ତୁଳନାରେ ଏଥର କମ୍ ସଂଖ୍ୟକ ଛାତ୍ରଛାତ୍ରୀ ପାସ୍ କରିଥିଲେ। ୨୮୯ଟି ହାଇସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିଲା।
ଅପରପକ୍ଷରେ ୮୨ଟି ହାଇସ୍କୁଲରେ କେହି ଜଣେ ବି ପରୀକ୍ଷାର୍ଥୀ ପାସ୍ କରି ନଥିଲେ। ୧୧୮୧ ପରୀକ୍ଷାର୍ଥୀ A-1 ଗ୍ରେଡ୍ରେ ପାସ୍ କରିଥିଲେ। ଝାରସୁଗୁଡ଼ା ଜିଲ୍ଲାରେ ପାସ୍ ହାର ସର୍ବାଧିକ ୮୫.୪୮% ଥିବା ବେଳେ କୋରାପୁଟ ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ ୫୦.୬୧% ଥିଲା।

Related story