ଜୁନ୍‌ ୨ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ: ଜୁନ୍‌ ୨ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା। ଜୁନ ୮ ତାରିଖରେ ଏହା ଶେଷ ହେବ। ପ୍ରଥମ ଦିନରେ ଅର୍ଥାତ ୨ ତାରିଖରେ ସାହିତ୍ୟ, ୩ରେ ଇଂରାଜୀ, ୪ରେ ତୃତୀୟ ଭାଷା, ୬ରେ ଗଣିତ, ୭ରେ ବିଜ୍ଞାନ ଏବଂ ୮ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ସମସ୍ତ ପରୀକ୍ଷା ସକାଳ ୯ ଟା ସମୟରୁ ଆରମ୍ଭ ହୋଇ ଦିନ ସାଢ଼େ ଏଗାରଟା ଯାଏଁ ଚାଲିବ ବୋଲି ବୋର୍ଡ ପକ୍ଷରୁ ସୂଚନା […]

BOARD

Rakesh Mallick
  • Published: Friday, 20 May 2016
  • , Updated: 20 May 2016, 03:38 PM IST

କଟକ: ଜୁନ୍‌ ୨ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା। ଜୁନ ୮ ତାରିଖରେ ଏହା ଶେଷ ହେବ। ପ୍ରଥମ ଦିନରେ ଅର୍ଥାତ ୨ ତାରିଖରେ ସାହିତ୍ୟ, ୩ରେ ଇଂରାଜୀ, ୪ରେ ତୃତୀୟ ଭାଷା, ୬ରେ ଗଣିତ, ୭ରେ ବିଜ୍ଞାନ ଏବଂ ୮ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ସମସ୍ତ ପରୀକ୍ଷା ସକାଳ ୯ ଟା ସମୟରୁ ଆରମ୍ଭ ହୋଇ ଦିନ ସାଢ଼େ ଏଗାରଟା ଯାଏଁ ଚାଲିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନେ ଅନଲାଇନରୁ ଆଡ୍‌ମିଟ୍ କାର୍ଡ ପାଇପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Related story