ପୁରୀ(ଓଡ଼ିଶା ରିପୋର୍ଟର): ନିଶା କାରବାର ରୋକିବାକୁ ପୁରୀ ପୁଲିସ ପକ୍ଷରୁ ଅଭିନବ ପଦକ୍ଷେପ। ଏଥିପାଇଁ ମହିଳାମାନଙ୍କ ସହଯୋଗ ଲୋଡାଯାଇଛି। ନିଶାମୁକ୍ତି ପାଇଁ ମହିଳାମାନେ ଏକତ୍ରିତ ହେଲେ ବେଆଇନ୍ କାରବାରକୁ ରୋକାଯାଇପାରିବ। ଏଥିପାଇଁ ଆରମ୍ଭ ହୋଇଛି ମାତୃଶକ୍ତି ଅଭିଯାନ।
ପୁରୀ ନରେନ୍ଦ୍ରକୋଣଠାରେ ମହିଳା ଶକ୍ତିକୁ ନେଇ କରାଯାଇଥିବା ସଚେତନତା ଶିବିରକୁ ପୁରୀ ଏସପି କେ.ବି. ସିଂଙ୍କ ଉଦଘାଟନ କରିଥିଲେ। ନିଶା କାରବାର ସମ୍ପର୍କରେ ମହିଳାମାନେ ଖବରଦେଲେ ପୁଲିସ ତୁରନ୍ତ ଆକ୍ସନ ନେବାକୁ ସମର୍ଥ ହେବ ବୋଲି ଏସ୍ପି କହିଛନ୍ତି। ମହିଳାମାନେ ଏକତ୍ର ହେଲେ ନିଶା କାରବାର ରୋକା ଯାଇପାରିବ ବୋଲି ସେ କହିଛନ୍ତି।
ଚଳିତବର୍ଷ ପୁରୀ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରି ୬କେଜି ୬୭୮ ଗ୍ରାମ ବ୍ରାଉନ ସୁଗାର ଓ ୬୨କେଜି ଗଂଜେଇ ଜବତ ହୋଇଛି। ଏଥିସହ ଏହି ମାମଲାରେ ୮୪ ଜଣଙ୍କୁ ଗିରଫ କରାଯାଇଛି। ୩୯ଟି କେସ୍ ମଧ୍ୟ ରୁଜୁ ହୋଇଛି। ତଥାପି ବ୍ରାଉନସୁଗାର କାରବାର ଓ ନିଶା ମାଫିଆଙ୍କୁ ରୋକିବାରେ ସମର୍ଥ ହୋଇପାରିନି ପୁଲିସ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଖୁବଶୀଘ୍ର ପ୍ରବାସୀ ଓଡ଼ିଆ ନୀତି, ଦାୟିତ୍ୱରେ ରହିବେ ମନ୍ତ୍ରୀ
ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ଭାବେ ପ୍ରବାସୀ ଓଡ଼ିଆଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
Miscellaneous
ବିଏମସି ନିଷ୍ପତ୍ତି: ମୃତ ସହଦେବଙ୍କ ପତ୍ନୀଙ୍କୁ ୫ଲକ୍ଷ ଟଙ୍କା ଓ ସୁପରଭାଇଜର ଚାକିରି
ବିଏମସି ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ତଥା ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଂଚି ନାରାୟଣ ମହାସୁପକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ଆଲୋଚନା ପରେ ସହଦେବଙ୍କ ପରିବାରକୁ ଏହି ଅନୁକମ୍ପାମୂଳକ ସହାୟତା ଦେବାକୁ ନିଷ୍ପତ୍ତି ନିଆଯାଇଛି ।
Politics
ସହଦେବ ହତ୍ୟାକାଣ୍ଡ: ବିଜେଡି-ବିଜେପି ତୁତୁମେଁମେଁ, ସନ୍ଦେହ ଘେରରେ ମେୟରଙ୍କ ଭୂମିକା, ଫସିଯିବେ କି ଅନନ୍ତ
ସହଦେବଙ୍କ ପରିବାରକୁ ନ୍ୟାୟ ଦାବିରେ ସଫେଇ କର୍ମଚାରୀମାନେ ଦୁଇଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଆଜି ପ୍ରତ୍ୟାହାର ପରେ ଭୁବନେଶ୍ୱର ମେୟର ବିଜେଡି ନେତ୍ରୀ ସୁଲୋଚନା ଦାସଙ୍କ ଭୂମିକା ମଧ୍ୟ ସନ୍ଦେହଘେରକୁ ଆସିଛି ।
Politics
ବିଶାଲ ଦାସଙ୍କ ସମେତ ୧୪ ଜଣଙ୍କ ନାଁରେ ମାମଲା
ଆଇଜି କହିଥିଲେ, ନିଖୋଜ ମାମଲାର ଚାଲିଛି ଖୋଳତାଡ଼। ଏହାର କିଛି ଘଣ୍ଟା ପରେ ଅର୍ଥାତ ବିଳମ୍ବିତ ରାତିରେ କେତେକ ସରପଞ୍ଚ, ସମିତି ସଭ୍ୟ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ସରାଇପାଲିର ହୋଟେଲରେ ଥିବା ବେଳେ ନିଜେ ସମର୍ଥକଙ୍କ ସହ ପହଞ୍ଚିଥିଲେ ବିଶାଲ ଦାସ।
Crime
ହଂସିକା ଓ ଅନୀଲଙ୍କ ସମ୍ପତ୍ତି ଶହେ କୋଟି ପାର୍ କଲାଣି!
ପୂର୍ବରୁ ପୋର୍ସେ, ଜାଗୁଆର, BMW ଭଳି ୬ଟି ଦାମୀ କାର୍ ପରେ ଆଜି ୩କୋଟି ଟଙ୍କାର ଏକ ମର୍ସିଡିଜ କାର ଜବତ କରିଛି କମିସନ୍ରେଟ୍ ପୁଲିସ୍। ଏକ ପରିତ୍ୟକ୍ତ ସ୍ଥାନରେ କାରଟି ଲୁଚାଇ ରଖାଯାଇଥିଲା।