କଟକ (ଓଡ଼ିଶା ରିପୋର୍ଟର): ଘର ଭିତରୁ ମିଳିଛି ମା’ ଓ ଝିଅଙ୍କ ମୃତଦେହ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କଟକ ସେଲଟର ଛକ ଷ୍ଟେଟବ୍ୟାଙ୍କ କଲୋନୀରେ। ଯେଉଁଠାରେ ଘର ଭିତରେ ମା’ର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।
ଏହାସହ ୭ମାସ ଝିଅର ରକ୍ତାକ୍ତ ମୃତଦେହ ଘର ଭିତରେ ପଡ଼ି ରହିଥିବା ଦେଖିବାକୁ ମିଳିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଖବର ପାଇ ବିଡ଼ାନାସୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଦେଇଛି।