ମୟୂରଭଞ୍ଜର ୩୦୨୬ଟି ଗାଁ ମରୁଡିଗ୍ରସ୍ତ

ମୟୂରଭଞ୍ଜ: ମୟୂରଭଞ୍ଜରେ ମରୁଡି ପରିସ୍ଥିତି ନେଇ ଶନିବାର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଜିଲ୍ଲା କୃଷି ଅଧିକାରୀ। ଜିଲ୍ଲାର ମୋଟ ୩ ହଜାର ୯୧୫ଟି ଗାଁରୁ ୩ ହଜାର ୨୬ଟି ଗାଁ ମରୁଡିଗ୍ରସ୍ତ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଏବେବି ପାଣିପାଗ ଶୁଖିଲା ରହିଛି। ଆଗାମୀ ଦିନରେ ବର୍ଷା ନ ହେଲେ ମରୁଡି ପରିସ୍ଥିତି ଭୟାନକ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଜିଲ୍ଲାର ମୋଟ ଚାଷ ଜମିର ୪୦ ହଜାର ୮୦୦ ହେକ୍ଟର ଜମିରେ ୫୦ ପ୍ରିତିଶତ […]

mayurbhanja-marudi

Rakesh Mallick
  • Published: Saturday, 10 October 2015
  • , Updated: 10 October 2015, 12:44 PM IST

ମୟୂରଭଞ୍ଜ: ମୟୂରଭଞ୍ଜରେ ମରୁଡି ପରିସ୍ଥିତି ନେଇ ଶନିବାର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଜିଲ୍ଲା କୃଷି ଅଧିକାରୀ। ଜିଲ୍ଲାର ମୋଟ ୩ ହଜାର ୯୧୫ଟି ଗାଁରୁ ୩ ହଜାର ୨୬ଟି ଗାଁ ମରୁଡିଗ୍ରସ୍ତ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଏବେବି ପାଣିପାଗ ଶୁଖିଲା ରହିଛି। ଆଗାମୀ ଦିନରେ ବର୍ଷା ନ ହେଲେ ମରୁଡି ପରିସ୍ଥିତି ଭୟାନକ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଜିଲ୍ଲାର ମୋଟ ଚାଷ ଜମିର ୪୦ ହଜାର ୮୦୦ ହେକ୍ଟର ଜମିରେ ୫୦ ପ୍ରିତିଶତ ମରୁଡି ସମ୍ଭାବନା ଥିବାବେଳେ, ୧୯ହଜାର୧୫୪ ହେକ୍ଟର ଜମିକୁ ସମ୍ପୂର୍ଣ୍ଣ ମରୁଡିଗ୍ରସ୍ତ ବୋଲି ରିପୋର୍ଟରେ ଦର୍ଶାଯାଇଛି। ବରୁଆଁ, ଯଶିପୁର, ଶୁକୃଳି, ମୋରଡା, ରାଇରଙ୍ଗପୁର, ତିରିଂ, ବହଳଦା ଆଦି ବ୍ଳକରେ ମରୁଡିର ପ୍ରଭାବ ଅଧିକ ରହିଥିବା ଜଣାପଡିଛି। ତେବେ ନିୟମ ଅନୁସାରେ ଫସଲ ଅମଳ ପରେ ମରୁଡି କ୍ଷତିର ଆକଳନ କରାଯାଇ ଚାଷୀଙ୍କୁ ସହାୟତା ଦିଆଯିବ।

Related story