ମୟୂରଭଞ୍ଜରେ ମାଓ ପୋଷ୍ଟର, ପିଏଲଜିଏ ସପ୍ତାହ ପାଳନ ଲାଗି ଆହ୍ୱାନ

ବାରିପଦା: ଦୀର୍ଘ ଦିନର ବ୍ୟବଧାନ ପରେ ମୟୂରଭଞ୍ଜ ଜିଲ୍ଲାରେ ମାଓବାଦୀମାନେ ପୋଷ୍ଟର ମାରି ପୁଣି ଥରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ଚେଷ୍ଟା କରିଛନ୍ତି । ଝାଡପଖରିଆ ଥାନା ଅନ୍ତର୍ଗତ ଯୋକା, ପାକଟିଆରେ ଏପରି ମାଓ ପୋଷ୍ଟର ଦେଖିବାକୁ ମିଳିଛି । ପୋଷ୍ଟରଗୁଡିକ ହିନ୍ଦୀ ଓ ଓଡ଼ିଆ ଭାଷାରେ ଲେଖା ଯାଇଛି। ଏଥିରେ କିଛି ହାତଲେଖା ପୋଷ୍ଟର ମଧ୍ୟ ରହିଛି। ପୋଷ୍ଠରରେ ଡିସେମ୍ୱର ୨ରୁ ୮ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନ କରିବାକୁ […]

mao

Rakesh Mallick
  • Published: Sunday, 29 November 2015
  • , Updated: 29 November 2015, 11:26 AM IST

ବାରିପଦା: ଦୀର୍ଘ ଦିନର ବ୍ୟବଧାନ ପରେ ମୟୂରଭଞ୍ଜ ଜିଲ୍ଲାରେ ମାଓବାଦୀମାନେ ପୋଷ୍ଟର ମାରି ପୁଣି ଥରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ଚେଷ୍ଟା କରିଛନ୍ତି । ଝାଡପଖରିଆ ଥାନା ଅନ୍ତର୍ଗତ ଯୋକା, ପାକଟିଆରେ ଏପରି ମାଓ ପୋଷ୍ଟର ଦେଖିବାକୁ ମିଳିଛି । ପୋଷ୍ଟରଗୁଡିକ ହିନ୍ଦୀ ଓ ଓଡ଼ିଆ ଭାଷାରେ ଲେଖା ଯାଇଛି। ଏଥିରେ କିଛି ହାତଲେଖା ପୋଷ୍ଟର ମଧ୍ୟ ରହିଛି। ପୋଷ୍ଠରରେ ଡିସେମ୍ୱର ୨ରୁ ୮ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନ କରିବାକୁ ଆହ୍ୱାନ ଦିଆଯିବା ସହ ଅପରେସେନ ଗ୍ରୀନ ହଣ୍ଟକୁ ବିରୋଧ କରାଯାଇଛି। ଏହି ଘଟଣା ଜଣାପଡିବା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ସେହିପରି ରାଇରଙ୍ଗପୁରର ଚଢେଇପାହାଜୀ ଗାଁରେ ମଧ୍ୟ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଏଥିରେ ମାଓବାଦୀଙ୍କ ପିଏଲଜିଏ ସପ୍ତାହକୁ ପାଳନ କରିବା ପାଇଁ ଲେଖାଯାଇଛି ।

Related story