୫ ମେଡିକାଲ କଲେଜ ନିର୍ମାଣରେ ଦୁର୍ନୀତି, ୪୦କୋଟି ଖାଇଗଲେ ଠିକାଦାର

ଭୁବନେଶ୍ୱର(ପ୍ରକାଶ ସେଠୀ): ‘ଫାଇଭ-ଟି’ ଓ ‘ମୋ ସରକାର’ ଆଦିର ଡିଣ୍ଡିମ ପିଟିବା ସହ ଦୁର୍ନୀତିଗ୍ରସ୍ତ ତଳିଆ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା କ୍ଷମତାସୀନ ବିଜେଡି ସରକାର ରାଜ୍ୟରେ ୫ଟି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣରେ ବ୍ୟାପକ ଦୁର୍ନୀତିକୁ ଖୋଲାଖୋଲି ପ୍ରଶୟ ଦେଇଛନ୍ତି। କୋରାପୁଟ ଓ ବଲାଙ୍ଗିର ଏବଂ ବାଲେଶ୍ୱର, ବାରିପଦା ଓ ପୁରୀଠାରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ପାଇଁ କମ୍ପିଟେଟିଭ୍ ବିଡିଂ ବା ଟେଣ୍ଡର ନଡ଼ାକି ୨ଟି ଠିକାଦାରୀ […]

Balasore-medical-college11

Balasore-medical-college11

Manoranjan Sial
  • Published: Tuesday, 05 November 2019
  • Updated: 05 November 2019, 08:48 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ‘ଫାଇଭ-ଟି’ ଓ ‘ମୋ ସରକାର’ ଆଦିର ଡିଣ୍ଡିମ ପିଟିବା ସହ ଦୁର୍ନୀତିଗ୍ରସ୍ତ ତଳିଆ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା କ୍ଷମତାସୀନ ବିଜେଡି ସରକାର ରାଜ୍ୟରେ ୫ଟି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣରେ ବ୍ୟାପକ ଦୁର୍ନୀତିକୁ ଖୋଲାଖୋଲି ପ୍ରଶୟ ଦେଇଛନ୍ତି। କୋରାପୁଟ ଓ ବଲାଙ୍ଗିର ଏବଂ ବାଲେଶ୍ୱର, ବାରିପଦା ଓ ପୁରୀଠାରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ପାଇଁ କମ୍ପିଟେଟିଭ୍ ବିଡିଂ ବା ଟେଣ୍ଡର ନଡ଼ାକି ୨ଟି ଠିକାଦାରୀ ସଂସ୍ଥାକୁ ମନଇଚ୍ଛା ନିର୍ମାଣ କାର୍ଯ୍ୟ ଦେବା ସହ ବେଆଇନ ଭାବେ ୩୯.୪୧ କୋଟି ଟଙ୍କାର ଅହେତୁକ ଫାଇଦା ଦେଇଛନ୍ତିି। ସେବା ଟିକସ ଛାଡ଼ର ଆଳ ଦେଖାଇ ରାଜ୍ୟ ସରକାର ଏହି ଦୁଇ ସଂସ୍ଥାକୁ ପ୍ରାୟ ୪୦କୋଟି ଟଙ୍କା ଅତିରିକ୍ତ ଭାବେ ଫାଇଦା ଦେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, କୋରାପୁଟ ଓ ବଲାଙ୍ଗିରରେ ମେଡିକାଲ କଲେଜ ଓ ହସ୍ପିଟାଲ କୋଠା ନିର୍ମାଣ ପାଇଁ ଶିପୋର୍ଜି ପାଲୋଞ୍ଜି କମ୍ପାନୀକୁ ୩୭୪.୩୪ କୋଟି ଟଙ୍କାର କାର୍ଯ୍ୟାଦେଶ ଦେବାକୁ ରାଜ୍ୟ କ୍ୟାବିନେଟ୍ ୨୦୧୫ ଫେବୃୟାରୀ ୨୮ତାରିଖରେ ନିଷ୍ପତ୍ତି ନେଇଥିଲେ। ସେହିପରି ପୁରୀ, ବାଲେଶ୍ୱର ଓ ବାରିପଦାରେ ମେଡିକାଲ କଲେଜ ଓ ହସ୍ପିଟାଲ କୋଠା ନିର୍ମାଣ ପାଇଁ ଏଲଆଣ୍ଡଟିକୁ ୫୯୫କୋଟି ଟଙ୍କାର କାର୍ଯ୍ୟାଦେଶ ପ୍ରସ୍ତାବକୁ ମଧ୍ୟ ସେହିଦିନ କ୍ୟାବିନେଟ୍ ମୋହର ବାଜିଥିଲା। ୫ଟି ଯାକ ମେଡିକାଲ କଲେଜ ନିର୍ମାଣ ପାଇଁ ମୋଟ ୯୬୯. ୩୪କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିବାବେଳେ ୨୦୧୯ ମାର୍ଚ୍ଚ ମାସ ସୁଦ୍ଧା ଏହି ୫ଟି ମେଡିକାଲ କଲେଜ ଓ ହସ୍ପିଟାଲ କୋଠା ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ତଥା ଏହି ଦୁଇ ସଂସ୍ଥାକୁ ମୋଟ ୭୮୮.୩୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ତେବେ ସିଏଜିଙ୍କ ଦ୍ୱାରା ଏହି କାର୍ଯ୍ୟ ସଂକ୍ରାନ୍ତ ବିଭିନ୍ନ ବିଲ୍ ଓ ଭାଉଚରର ଅଡିଟ୍ ସମୟରେ ଜଣାପଡ଼ିଛି ଯେ, ୫ଟି ଯାକ ମେଡିକାଲ କଲେଜ ହେଉଥିବା ଜିଲ୍ଲାରେ ନିର୍ବାହୀ ଯନ୍ତ୍ରୀମାନେ ୨୦୧୫ ମାର୍ଚ୍ଚରୁ ୨୦୧୭ ଜୁନ୍ ମାସ ମଧ୍ୟରେ ସେବା ଟିକସ(ସର୍ଭିସ ଟ୍ୟାକ୍ସ) ବାବଦରେ ମୋଟ ୩୯.୪୧ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଯଦିଓ ସମ୍ପୃକ୍ତ ଦୁଇ ସଂସ୍ଥାକୁ ଏହି କାର୍ଯ୍ୟାଦେଶ ବଣ୍ଟନବେଳେ ହୋଇଥିବା ଚୁକ୍ତିନାମାରେ ସମସ୍ତ ଟିକସକୁ ମିଶାଇ ପରିମାଣ ( ୩୭୪.୩୪କୋଟି ଓ ୫୯୫କୋଟି) ବୋଲି ଉଲ୍ଲେଖ ରହିଥିଲା। ପ୍ରକଳ୍ପ ଅର୍ଥ ପରିମାଣରେ ଭ୍ୟାଟ, ରୟାଲିଟି, ଆୟକର, ଶ୍ରମିକ ସେସ୍ ସହ ଅନ୍ୟାନ୍ୟ ସମସ୍ତ ବୈଧ ଟିକସ ଯାହାକି ଠିକାଦାର ସଂସ୍ଥା ପୈଠ କରିବ ତାକୁ ସାମିଲ କରାଯାଇଥିଲା।

ତେବେ ଏହି ଅହେତୁକ ଅନୁକମ୍ପା ଦେଖାଇଥିବା ଜିଲ୍ଲା ନିର୍ବାହୀ ଯନ୍ତ୍ରୀ(ପୂର୍ତ୍ତ ବିଭାଗ)ମାନେ ଭାରତ ସରକାରଙ୍କ ଦ୍ୱାରା ୨୦୧୬ ମାର୍ଚ୍ଚ ମାସରେ ସେବା ଟିକସର ସଂଶୋଧନକୁ ନେଇ ଜାରି ବିଜ୍ଞପ୍ତିର ଆଳ ଦେଖାଇ ଖସିବାକୁ ଉଦ୍ୟମ କରିଥିବାବେଳେ କିଏ କାମରେ ବିଳମ୍ବ ହେବ ବୋଲି ଏହି ସେବା ଟିକସ ସମ୍ପୃକ୍ତ ଠିକାଦାରୀ ସଂସ୍ଥାକୁ ଦିଆଯାଇଥିବା ସଫେଇ ଦେଇଛନ୍ତି। ଭାରତ ସରକାରଙ୍କ ବିଜ୍ଞପ୍ତି ଅନୁସାରେ ଯଦି କୌଣସି ଶିକ୍ଷାନୁଷ୍ଠାନ, ମେଡିକାଲ, କଳା ଓ ସାଂସ୍କୃତିକ ପ୍ରତିଷ୍ଠାନ ନିର୍ମାଣ ପାଇଁ ସରକାରଙ୍କ ସହ ରାଜିନାମା ୨୦୧୫ ମାର୍ଚ୍ଚ ୧ ତାରିଖ ପୂର୍ବରୁ ହୋଇଥିବ ତା’ହେଲେ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ସେବା ଟିକସ ପୈଠ କରିବାକୁ ପଡ଼ିବ ନାହିଁ।

ତେବେ ପ୍ରଶ୍ନ ଉଠୁଛି, ଏହି ଦୁଇ ଠିକାଦାରୀ ସଂସ୍ଥା ସହ ରାଜ୍ୟ ସରକାର ସ୍ୱାକ୍ଷର କରିଥିବା ରାଜିନାମାରେ ପ୍ରକଳ୍ପ ଅର୍ଥ(ପରିମାଣ) ମଧ୍ୟରେ ସମସ୍ତ ପ୍ରକାରର ଟିକସକୁ ସାମିଲ କରାଯାଇ କାର୍ଯ୍ୟାଦେଶ ଦିଆଯାଇଥିବାବେଳେ ସେବା ଟିକସ ନାଁରେ କିଭଳି ରାଜ୍ୟ ସରକାର ଏହି ଦୁଇ ସଂସ୍ଥାକୁ ୪୦କୋଟି ଟଙ୍କା ଦେଇଦେଲେ ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଆହୁରି ମଧ୍ୟ ଆଶ୍ଚର୍ଯ୍ୟର କଥା ଯେ, ଯେଉଁ ୫ଟି ଜିଲ୍ଲାରେ ଏହି ମେଡିକାଲ କଲେଜ ନିର୍ମାଣ ହୋଇଛି ସେଠାର ନିର୍ବାହୀ ଯନ୍ତ୍ରୀମାନେ ସେବା ଟିକସ ବାବଦରେ ଠିକଦାରୀ ସଂସ୍ଥାକୁ ଅର୍ଥ ପୈଠକୁ ନେଇ ମଧ୍ୟ ଭିନ୍ନ ଭିନ୍ନ ମତ ରଖିଛନ୍ତି। ଯାହାକି ଠିକଦାରୀ ସଂସ୍ଥା ସହ ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକାକୁ ପଦାରେ ପକାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos