ଅପରେସନ ଛୁରୀ ନୁହେଁ ସେମାନେ ତୂଳି ବି ଧରିପାରନ୍ତି...

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଥ୍ରୀ-ଡି ପେଣ୍ଟିଂ। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ଆୟୋଜିତ ଆର୍ଟ ଫେଷ୍ଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।  ଥ୍ରୀ-ଡି ଆର୍ଟରେ ଭରପୂର ଥିବା ଦ ଭିନ୍ସିଫିକେସନ୍ ନାଁରେ ଅନୁଷ୍ଠିତ ଏହି ଫେଷ୍ଟରେ ଡାକ୍ତରୀ ଛାତ୍ରଛାତ୍ରୀ ସେମାନଙ୍କର ସୃଜନଶୀଳତାର ପରିଚୟ ଦେଇଛନ୍ତି। କେବଳ ଚିକିତ୍ସା ନୁହେଁ ସେମାନେ ତୂଳୀ ଧରି ସୁନ୍ଦର ଚିତ୍ର ମଧ୍ୟ ଆଙ୍କିପାରନ୍ତି। ତାହା ଏହି ଫେଷ୍ଟ ମାଧ୍ୟମରେ ଦେଖାଇଛନ୍ତି। ଗର୍ତ୍ତରୁ ବାହାରିଛି ଚେସ୍‌ ବୋର୍ଡ଼। ଏହା ଉପରେ […]

h90

Tapas Behera
  • Published: Saturday, 25 January 2020
  • , Updated: 25 January 2020, 06:45 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଥ୍ରୀ-ଡି ପେଣ୍ଟିଂ। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ଆୟୋଜିତ ଆର୍ଟ ଫେଷ୍ଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।  ଥ୍ରୀ-ଡି ଆର୍ଟରେ ଭରପୂର ଥିବା ଦ ଭିନ୍ସିଫିକେସନ୍ ନାଁରେ ଅନୁଷ୍ଠିତ ଏହି ଫେଷ୍ଟରେ ଡାକ୍ତରୀ ଛାତ୍ରଛାତ୍ରୀ ସେମାନଙ୍କର ସୃଜନଶୀଳତାର ପରିଚୟ ଦେଇଛନ୍ତି। କେବଳ ଚିକିତ୍ସା ନୁହେଁ ସେମାନେ ତୂଳୀ ଧରି ସୁନ୍ଦର ଚିତ୍ର ମଧ୍ୟ ଆଙ୍କିପାରନ୍ତି। ତାହା ଏହି ଫେଷ୍ଟ ମାଧ୍ୟମରେ ଦେଖାଇଛନ୍ତି।

ଗର୍ତ୍ତରୁ ବାହାରିଛି ଚେସ୍‌ ବୋର୍ଡ଼। ଏହା ଉପରେ ରହିଛି ଚେସ୍ ଗୋଟି।  ତେବେ ଏହା ଏକ ଥ୍ରୀ ଡି ପେଣ୍ଟିଂ। ଏମ୍‌କେସିଜି ମେଡିକାଲ କଲେଜରେ ଆୟୋଜିତ ଆର୍ଟ ଫେଷ୍ଟରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ଅପରେସନ କରୁଥିବା ହାତରେ ଡାକ୍ତର ଛାତ୍ରଛାତ୍ରୀ ତିଆରି କରିଛନ୍ତି ଥ୍ରୀ ଡି ପେଣ୍ଟିଂ।  ସେମିତି  ସିଡ଼ିରେ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିବା ଏକ ଶିଶୁର ଥ୍ରୀ ଡି ଚିତ୍ର  ଦେଖିଲେ ଲାଗୁଛି ଛୋଟ ପିଲାଟି ସିଡିରେ ଚଢିବାକୁ ଚେଷ୍ଟା କରୁଛି।  ସେହିଭଳି ଏହି ବିଲେଇକୁ ଦେଖିଲେ ଲାଗୁଛି ବିଲେଇଟି କାନ୍ଥ ବାହାରକୁ ଆସିବାକୁ ଚେଷ୍ଟା କରୁଛି। ଏମ୍‌କେସିଜି ମେଡିକାଲ କଲେଜ ଏକାଡେମିକ୍ ସୋସାଇଟି ପକ୍ଷରୁ କଲେଜର ଏମ୍‌ବିବିଏସ୍ ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଛି ଏହି ଥ୍ରୀ ଡି ଫେଷ୍ଟ।

କେବଳ ଥ୍ରୀ ଡି ଆର୍ଟ ନୁହେଁ, ପୋଟ୍ରେଟ୍ ସହ ବିଭିନ୍ନ ଥିମ୍‌ର ଆର୍ଟରେ ଭରି ପଡ଼ିଛି ଏହି ଫେଷ୍ଟ।  ଦୁଇ ଶହରୁ ଅଧିକ ଛାତ୍ରଛାତ୍ରୀଙ୍କ ଫଟୋଗ୍ରାଫି  ଫେଷ୍ଟରେ ସ୍ଥାନ ପାଇଛି।  ଆର୍ଟ ଫେଷ୍ଟକୁ କଲେଜ ଛାତ୍ରଛାତ୍ରୀ ଆସି ଦେଖିବା ସହ ଅଭିଭାବକ ବି ଫେଷ୍ଟର ମଜା ଉଠାଇଛନ୍ତି।  ଡାକ୍ତରୀ ଛାତ୍ରଛାତ୍ରୀଙ୍କ ହାତର କଳାକୁ ଦେଖି ସମସ୍ତେ ବେଶ ପ୍ରଶଂସା କରିଛନ୍ତି।

Related story