ରାଜଧାନୀ ଉପକଣ୍ଠ ‘ନଗଡ଼ା’ରେ ପ୍ରଶାସନ, ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ରହିଛି ଆଉ ଏକ ‘ନଗଡ଼ା’। ଯାଜପୁର ଜିଲ୍ଲାର ନଗଡ଼ା ପରି ଏଠାରେ ମଧ୍ୟ ଶହଶହ ପିଲା ଅପପୁଷ୍ଟିରେ ଶଢ଼ୁଛନ୍ତି। ଏନେଇ ଗତକାଲି ଓଟିଭି ଖବର ପ୍ରସାରଣ ପରେ ପ୍ରଶାସନର ଚେତା ଫେରିଛି। ଅପପୁଷ୍ଟିରେ ଶିକାର ହୋଇଥିବା ମୁନ୍ନି ହେମ୍ବ୍ରମର ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଆଜି ଗୋଡ଼ିବାରୀସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି ମୁନ୍ନିର ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି। ମୁନ୍ନିର ଓଜନ କମ୍ ରହିଛି। ତା’ର ଦେଖାଶୁଣା […]

muni

Manoranjan Sial
  • Published: Saturday, 26 October 2019
  • , Updated: 26 October 2019, 06:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ରହିଛି ଆଉ ଏକ ‘ନଗଡ଼ା’। ଯାଜପୁର ଜିଲ୍ଲାର ନଗଡ଼ା ପରି ଏଠାରେ ମଧ୍ୟ ଶହଶହ ପିଲା ଅପପୁଷ୍ଟିରେ ଶଢ଼ୁଛନ୍ତି। ଏନେଇ ଗତକାଲି ଓଟିଭି ଖବର ପ୍ରସାରଣ ପରେ ପ୍ରଶାସନର ଚେତା ଫେରିଛି। ଅପପୁଷ୍ଟିରେ ଶିକାର ହୋଇଥିବା ମୁନ୍ନି ହେମ୍ବ୍ରମର ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଆଜି ଗୋଡ଼ିବାରୀସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି ମୁନ୍ନିର ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି। ମୁନ୍ନିର ଓଜନ କମ୍ ରହିଛି। ତା’ର ଦେଖାଶୁଣା ଓ ଖାଦ୍ୟପେୟ କଥା ଠିକ୍‌ ଭାବେ ବୁଝିଲେ ସେ ଏହି ଜ୍ୱାଳାରୁ ମୁକ୍ତି ପାଇବ। ବର୍ତ୍ତମାନ ମୁନ୍ନିକୁ ନିୟମିତ ତତ୍ତ୍ୱାବଧାନରେ ରଖାଯିବ ବୋଲି ସେ କହିଛନ୍ତି।

ସେପଟେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଟିମ୍‌ ଅନ୍ୟ ଅଧିକାରୀଙ୍କ ସହ ଶନିବାର ଅନ୍ୟତମ ଅପପୁଷ୍ଟିର ଅଞ୍ଚଳ କୁହାଯାଉଥିବା ବାରାପିଟା ଗାଁ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି।

କାହିଁକି ଠିକ୍ ସମୟରେ ଠାବ ହୋଇପାରୁ ନାହାନ୍ତି ଅପପୁଷ୍ଟିର ଶିକାର ଶିଶୁ? କାରଣ ଶିଶୁଙ୍କ ସ୍କ୍ରିନିଂରେ ତ୍ରୁଟି ରହୁଛି। ଯେଉଁ ପଦ୍ଧତିରେ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା କଥା, ସେଥିରେ ତ୍ରୁଟି ପରିଲକ୍ଷିତ ହୋଇଛି। ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଦାୟିତ୍ୱ ରହିଛି ରାଷ୍ଟ୍ରିୟ ବାଲ୍‌ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ(ଆର୍‌ବିଏସ୍‌କେ), ମେଡ଼ିକାଲ୍ ହେଲ୍‌ଥ ଟିମ୍‌ ଓ ଏମ୍‌ଏଚ୍‌ଟି ଉପରେ। ଶିଶୁଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ପାଇଁ ନିର୍ଦ୍ଧିଷ୍ଟ ଫର୍ମ ଓ ଫର୍ମାଟ୍‌ ମଧ୍ୟ ରହିଛି। କିନ୍ତୁ, ଦୁର୍ଭାଗ୍ୟର ବିଷୟ ଅତି ସାଧାରଣ ଏହି ଫର୍ମାଟକୁ ଠିକ ଭାବେ ପୂରଣ କରାଯାଉ ନାହିଁ। ଏହି ଫର୍ମରେ ଶିଶୁର ନାଁ ରହିଛି। ମାତ୍ର ତା’ର ଓଜନ କେତେ, ଉଚ୍ଚତା କେତେ ପ୍ରମୁଖ ଉଲ୍ଲେଖ କରାଯାଇ ନାହିଁ। ଏହାଦ୍ୱାରା ଶିଶୁମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସଠିକ୍ ତଥ୍ୟ ମିଳି ପାରୁନାହିଁ।

ଏଭଳି ତ୍ରୁଟି ପୂର୍ବରୁ ପରିଲକ୍ଷିତ ହୋଇଥିବା ସ୍ୱୀକାର କରିଛନ୍ତି କ୍ୟାପିଟାଲ୍ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ପଟ୍ଟନାୟକ। ତେବେ ଫର୍ମ ଠିକ୍‌ ଭାବେ ପୂରଣ କରିବା ପାଇଁ କୁହାଯାଇଛି। ଯେଉଁମାନେ ଏଥିରେ ବ୍ୟତିକ୍ରମ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Related story