ମେଲୋଡି ଗାୟିକାଙ୍କୁ ବଳାତ୍କାର ଅଭିଯୋଗ

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନଳାଙ୍ଗ କେନାଲ ବନ୍ଧ ନିକଟରେ ଜଣେ ୨୩ ବର୍ଷୀୟା ମେଲୋଡି ଗାୟିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୁଲିସ୍ ଏକ ମାମଲା ରୁଜୁ କରିଛି ଓ ପୀଡ଼ିତାଙ୍କର ଡାକ୍ତରୀ ପରୀକ୍ଷା କରିଛି। ଯୁବତୀଙ୍କ ବାପା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ଏକ ମେଲୋଡି କାର୍ଯ୍ୟକ୍ରମରେ ଗୀତ ଗାଇବା ପାଇଁ ଗତ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ଜଣ ଯୁବକ ତାଙ୍କ ଝିଅକୁ ବିଷ୍ଣୁପୁରସ୍ଥିତ ଘରୁ ଡାକି ନେଇଥିଲେ। ତେବେ […]

pidita

Rakesh Mallick
  • Published: Thursday, 07 May 2015
  • , Updated: 07 May 2015, 08:09 AM IST

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନଳାଙ୍ଗ କେନାଲ ବନ୍ଧ ନିକଟରେ ଜଣେ ୨୩ ବର୍ଷୀୟା ମେଲୋଡି ଗାୟିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୁଲିସ୍ ଏକ ମାମଲା ରୁଜୁ କରିଛି ଓ ପୀଡ଼ିତାଙ୍କର ଡାକ୍ତରୀ ପରୀକ୍ଷା କରିଛି।

ଯୁବତୀଙ୍କ ବାପା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ଏକ ମେଲୋଡି କାର୍ଯ୍ୟକ୍ରମରେ ଗୀତ ଗାଇବା ପାଇଁ ଗତ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ଜଣ ଯୁବକ ତାଙ୍କ ଝିଅକୁ ବିଷ୍ଣୁପୁରସ୍ଥିତ ଘରୁ ଡାକି ନେଇଥିଲେ। ତେବେ ବାଟରେ ଏକ ନିଛାଟିଆ ସ୍ଥାନରେ ଯୁବକ ଦ୍ୱୟ ତାଙ୍କୁ ବଳାତ୍କାର କରି ଫେରାର ହୋଇଯାଇଥିଲେ। ଯୁବତୀ ଜଣଙ୍କ ଉକ୍ତ ଯୁବକ ଦ୍ୱୟଙ୍କୁ ଚିହ୍ନି ଥିଲେ ସୁଦ୍ଧା ସେମାନଙ୍କ ନାଁ ଜାଣିନଥିବା କହିଛନ୍ତି। ପୁଲିସ୍ ତଦନ୍ତ ଚଳାଇଛି।    

 

Related story