ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ପରେ ଦଶମ ଶ୍ରେଣୀ ପିଲାଏ ପଢ଼ିବେ ଏହି ପାଠ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଦଶମ ଶ୍ରେଣୀ ପିଲା ପଢିବେ ସଡ଼କ ସୁରକ୍ଷା ପାଠ। ଆସନ୍ତା ଶିକ୍ଷାବର୍ଷରୁ ଏହାକୁ ଲାଗୁ କରାଯିବ ।  ପରିବହନ ବିଭାଗ  ଏନେଇ ସ୍କୁଲ ଓ  ଗଣଶିକ୍ଷା ବିଭାଗକୁ ଅବଗତ କରିବା ସହ ବିଷୟବସ୍ତୁ ପ୍ରସ୍ତୁତ କରିବାକୁ କହିଛି।  ସଡ଼କ ସୁରକ୍ଷା ନେଇ ଆଜି ବସିଥିବା ଉଚ୍ଚସ୍ତରୀୟ ବୈଠକରେ  ଏନେଇ ଆଲୋଚନା ହୋଇଛି। ସେପଟେ ଖୋର୍ଦ୍ଧା ରାମେଶ୍ୱରରୁ ଚଣ୍ଡିଖୋଲ ଜାତୀୟ ରାଜପଥରେ ଇଣ୍ଡିଗ୍ରେଟେଡ୍ ହାଇେୱେ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ ଲଗାଯିବ। ଏହାଦ୍ୱାରା ଉଲଙ୍ଘନକାରୀଙ୍କର ଆପେ ଆପେ ଚାଲାଣ […]

689

Tapas Behera
  • Published: Wednesday, 29 January 2020
  • , Updated: 29 January 2020, 08:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଦଶମ ଶ୍ରେଣୀ ପିଲା ପଢିବେ ସଡ଼କ ସୁରକ୍ଷା ପାଠ। ଆସନ୍ତା ଶିକ୍ଷାବର୍ଷରୁ ଏହାକୁ ଲାଗୁ କରାଯିବ ।  ପରିବହନ ବିଭାଗ  ଏନେଇ ସ୍କୁଲ ଓ  ଗଣଶିକ୍ଷା ବିଭାଗକୁ ଅବଗତ କରିବା ସହ ବିଷୟବସ୍ତୁ ପ୍ରସ୍ତୁତ କରିବାକୁ କହିଛି।  ସଡ଼କ ସୁରକ୍ଷା ନେଇ ଆଜି ବସିଥିବା ଉଚ୍ଚସ୍ତରୀୟ ବୈଠକରେ  ଏନେଇ ଆଲୋଚନା ହୋଇଛି। ସେପଟେ ଖୋର୍ଦ୍ଧା ରାମେଶ୍ୱରରୁ ଚଣ୍ଡିଖୋଲ ଜାତୀୟ ରାଜପଥରେ ଇଣ୍ଡିଗ୍ରେଟେଡ୍ ହାଇେୱେ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ ଲଗାଯିବ। ଏହାଦ୍ୱାରା ଉଲଙ୍ଘନକାରୀଙ୍କର ଆପେ ଆପେ ଚାଲାଣ କଟିଯିବ।

ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ସଡ଼କ ସୁରକ୍ଷା। ଛାତ୍ର ଜୀବନରୁ ସଚେତନ ହେବେ ପିଲା । ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡ଼କ  ସୁରକ୍ଷା ବିଷୟ ସାମିଲ ପାଇଁ ହୋଇଛି ନିଷ୍ପତ୍ତି।  ସୁପ୍ରିମକୋର୍ଟଙ୍କ  ସଡ଼କ ସୁରକ୍ଷା କମିଟିର ମତାମତ  ପରେ ତତ୍ପରତା ପ୍ରକାଶ କରିଛି ରାଜ୍ୟ  ପରିବହନ ବିଭାଗ।  ବିଷୟବସ୍ତୁ ପ୍ରସ୍ତୁତ ଲାଗି  ପରିବହନ ବିଭାଗ, ସ୍କୁଲ୍ ଓ ଗଣଶିକ୍ଷା ବିଭାଗକୁ କହିଛି। ବିଷୟବସ୍ତୁରେ କେଉଁ କେଉଁ ପ୍ରସଙ୍ଗ  ସ୍ଥାନ ପାଇବ ଗଣଶିକ୍ଷା ବିଭାଗ ହିଁ ସେ ନିଷ୍ପତ୍ତି ନେବ ଟ୍ରାଫିକ୍ ନିୟମ ଉଲଂଘନ ନକରିବା, ମଦ ପିଇ ଗାଡି ନଚଳାଇବା, ଗାଡି ଚଳାଇବା  ବେଳେ ଫୋନ୍‌ରେ କଥା ନହେବା, ଦ୍ରୁତ ବେଗରେ ଗାଡି ନଚଳାଇବା, ହେଲମେଟ୍ ଓ ସିଟ୍ ବେଲଟ ନିୟମ ପାଠ୍ୟକ୍ରମରେ ସ୍ଥାନ ପାଇପାରେ।  ସେହିପରି ୧୮ ବର୍ଷରୁ କମ୍ ପିଲାଙ୍କୁ ନିଜେ ଗାଡ଼ି ଚଳାଇ ସ୍କୁଲ ଆସିବାକୁ ବାରଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ଆଗାମୀ  ବର୍ଷର ସିଲାବସ୍ ଚୂଡ଼ାନ୍ତ ହୋଇସାରିଥିବାରୁ ସଡ଼କ ସୁରକ୍ଷା ବିଷୟକୁ କିଭଳି ସାମିଲ କରାଯିବା ସେନେଇ ବିଚାରବିମର୍ଶ ଚାଲିଥିବା ଗଣଶିକ୍ଷା  ମନ୍ତ୍ରୀ କହିଛନ୍ତି।

ନୂଆ ଟ୍ରାଫିକ୍ ନିୟମ ଲାଗୁ ପରେ ଗତ ସେମ୍ବେରରୁ ନଭେମ୍ବର ମଧ୍ୟରେ ରାଜ୍ୟରେ ଦୁର୍ଘଟଣା କମିଥିବା ପରିବହନ କମିଶନର  କହିଛନ୍ତି।  ଗତ ୪ ମାସରେ ୧୦ ହଜାର ମଦୁଆ ଡ୍ରାଇଭରଙ୍କୁ  ପୁଲିସ ଓ ହଜାରେ ଡ୍ରାଇଭଙ୍କୁ ଧରିଛି ଆରଟିଓ। ସେପଟେ ଦାୟିତ୍ୱହୀନ  ଡ୍ରାଇଭିଂ ଉପରେ ନଜର ରଖିବାକୁ ରାମେଶ୍ୱରରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଇଣ୍ଡିଗ୍ରେଟେଡ୍ ହାଇେଓ୍ୱ ଟ୍ରାଫିକ୍ ମ୍ୟାନେଜ୍‌ମେଣ୍ଟ  ସିଷ୍ଟମ ଲାଗୁ ହେବ।  ସିସିଟିଭି ଗାଡି ଚାଳକଙ୍କ ଉପରେ ନଜର ରଖିବ। ଓ ଉଲଙ୍ଘନକାରୀଙ୍କର ଆପେ ଆପେ ଚାଲଣ କଟିଯିବ।

Related story