ସାର୍‌ ଖାଇଗଲେ ପିଲାଙ୍କ ମଧ୍ୟାହ୍ଣ ଭୋଜନ ଟଙ୍କା

ଯାଜପୁର (ସଞ୍ଜୀବ ନାୟକ): ସାର୍‌ ଖାଇଗଲେ ପିଲାଙ୍କ ମଧ୍ୟାହ୍ଣ ଭୋଜନ ଟଙ୍କା। ଖୋଦ୍‌ ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ଣ ଭୋଜନ ଟଙ୍କା ହରିଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ପ୍ରଥମେ ପ୍ରଧାନ ଶିକ୍ଷକ ପରେ ବିଇଓଙ୍କୁ ଘଣ୍ଟା ଘଣ୍ଟା ଅଟକାଇଲେ ଅଭିଭାବକ। ଏଭଳି କିଛି ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କୁଆଁରପୁର ନୋଡାଲ ଉଚ୍ଚ ମାଧ୍ୟମିକ ସ୍କୁଲରେ। କୋଭିଡ କଟକଣା ବେଳେ ୨୦୨୦-୨୧ ଓ ୨୨ର ଆସିଥିବା ରୋଷେଇ ଓ ମଧ୍ୟାହ୍ନ ଭୋଜନ ଅର୍ଥରେ ହରିଲୁଟ […]

Mid Day meal scam

Mid Day meal scam

Madhupriya Mistry
  • Published: Saturday, 16 July 2022
  • Updated: 16 July 2022, 11:37 AM IST

ଯାଜପୁର (ସଞ୍ଜୀବ ନାୟକ): ସାର୍‌ ଖାଇଗଲେ ପିଲାଙ୍କ ମଧ୍ୟାହ୍ଣ ଭୋଜନ ଟଙ୍କା। ଖୋଦ୍‌ ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ଣ ଭୋଜନ ଟଙ୍କା ହରିଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ପ୍ରଥମେ ପ୍ରଧାନ ଶିକ୍ଷକ ପରେ ବିଇଓଙ୍କୁ ଘଣ୍ଟା ଘଣ୍ଟା ଅଟକାଇଲେ ଅଭିଭାବକ। ଏଭଳି କିଛି ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କୁଆଁରପୁର ନୋଡାଲ ଉଚ୍ଚ ମାଧ୍ୟମିକ ସ୍କୁଲରେ।

କୋଭିଡ କଟକଣା ବେଳେ ୨୦୨୦-୨୧ ଓ ୨୨ର ଆସିଥିବା ରୋଷେଇ ଓ ମଧ୍ୟାହ୍ନ ଭୋଜନ ଅର୍ଥରେ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି। କରୋନା ସମୟରେ ସରକାର ୧୦ କିସ୍ତି ଆକାରରେ ୪ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଓ ଚାଉଳ ପ୍ରଦାନ କରିଛନ୍ତି। ଅର୍ଥ ବି ଉଠାଣ ସରିଛି କିନ୍ତୁ ପ୍ରଧାନ ଶିକ୍ଷକ ସଞ୍ଜୟ ନାୟକ ପିଲାଙ୍କୁ କେବଳ ୪ କିସ୍ତି ଟଙ୍କା ଓ ଚାଉଳ ଦେଇ ଆଉ ବାକି ଟଙ୍କା ନିଜ ପକେଟ୍‌ରେ ପୂରାଇ ଦେଇଥିବା ଅଭିଯୋଗ ଆଣିଛନ୍ତି ଗାଁ ଲୋକ।

ବାକି ଟଙ୍କା କୁଆଡେ ଗଲା ପ୍ରଶ୍ନ କରିବା ସହ ତାହା ତୁରନ୍ତ ପ୍ରଦାନ କରିବାକୁ ଦାବି କରି ପ୍ରଧାନ ଶିକ୍ଷକଙ୍କୁ ଘେରାଉ କରିଥିଲେ ଗ୍ରାମବାସୀ। ପରେ ଘଟଣା ସ୍ଥଳରେ ଏବିଇଓ ପହଞ୍ଚି ପ୍ରାଥମିକ ତଦନ୍ତରୁ ଅର୍ଥ ହେରଫେର କଥା ଜାଣି ପାରି ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ। ଏହାପରେ ବ୍ଲକ ଶିକ୍ଷାଧିକାରୀ ସ୍କୁଲରେ ପହଞ୍ଚିବା ପୂର୍ବରୁ ପ୍ରଧାନ ଶିକ୍ଷକ ଛୁଟି ଦରଖାସ୍ତ ଦେଇ କେଉଁଆଡେ ଚାଲିଯାଇଥିଲେ। ତେଣୁ ସଠକ୍‌ ରୂପେ ତଦନ୍ତ ହୋଇ ପାରିନଥିଲା। ସେପଟେ ବକେୟା ଟଙ୍କା ଓ ଚାଉଳ ପ୍ରଦାନ କରିବା ସହ ତୁରନ୍ତ ପ୍ରଧାନ ଶିକ୍ଷକଙ୍କୁ ବଦଳି କରିବାକୁ ଦାବି କରି ବିଇଓଙ୍କୁ ଅଟକାଇ ଥିଲେ ଗ୍ରାମବାସୀ। ୭ ଦିନ ଭିତରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରି କାର୍ଯ୍ୟାନୁଷ୍ଠାନ ନେବା ପ୍ରତିଶ୍ରୁତି ପରେ ଗ୍ରାମବାସୀ ଶାନ୍ତ ପଡିଥିଲେ।

ଟେକନିକାଲ ଟିମ୍‌ ତଦନ୍ତ ପରେ ପ୍ରକୃତ ଅର୍ଥ ଆତ୍ମସାତର ପରିମାଣ ନଜରକୁ ଆସିଲେ ପ୍ରଧାନ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ସହ ଥାନାରେ ଏତଲା ଦିଆଯିବ ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos