ସୁବର୍ଣ୍ଣରେଖା, ବୈତରଣୀରେ ହୋଇପାରେ ମଧ୍ୟମ ଧରଣର ବନ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣରେଖା ନଦୀରେ ମଧ୍ୟମ ଧରଣର ବନ୍ୟାର ସମ୍ଭାବନା ଥିବା ବେଳେ ବୈତରଣୀରେ  ବି ମଧ୍ୟମ ଧରଣର ବନ୍ୟା ହୋଇପାରେ । ବୁଢ଼ାବଳଙ୍ଗ ଅବବାହିକାରେ ବନ୍ୟା ହୋଇଛି। ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଉପରେ  ଟ୍ୱିଟ ଯୋଗେ ଏପରି ସୂଚନା ଦେଇଛନ୍ତି ଏସ୍ଆରସି ପ୍ରଦୀପ ଜେନା। ଏସ୍ଆରସିଙ୍କ  ସୂଚନା ଅନୁଯାୟୀ, , ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜରୁ ଆଜି ସକାଳେ ୭ ହଜାର ୩୧୨ କ୍ୟୁସେକ ଜଳ ଛଡ଼ା ଯାଇଛି । ଆସନ୍ତାକାଲି ସକାଳ ୬ଟାରେ ଏହି […]

flood-2

Niharika Rout
  • Published: Thursday, 27 August 2020
  • , Updated: 27 August 2020, 10:24 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣରେଖା ନଦୀରେ ମଧ୍ୟମ ଧରଣର ବନ୍ୟାର ସମ୍ଭାବନା ଥିବା ବେଳେ ବୈତରଣୀରେ  ବି ମଧ୍ୟମ ଧରଣର ବନ୍ୟା ହୋଇପାରେ । ବୁଢ଼ାବଳଙ୍ଗ ଅବବାହିକାରେ ବନ୍ୟା ହୋଇଛି। ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଉପରେ  ଟ୍ୱିଟ ଯୋଗେ ଏପରି ସୂଚନା ଦେଇଛନ୍ତି ଏସ୍ଆରସି ପ୍ରଦୀପ ଜେନା।

ଏସ୍ଆରସିଙ୍କ  ସୂଚନା ଅନୁଯାୟୀ, , ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜରୁ ଆଜି ସକାଳେ ୭ ହଜାର ୩୧୨ କ୍ୟୁସେକ ଜଳ ଛଡ଼ା ଯାଇଛି । ଆସନ୍ତାକାଲି ସକାଳ ୬ଟାରେ ଏହି ପାଣି ରାଜଘାଟଠାରେ ପହଞ୍ଚିବ। ସେତେବେଳେ ନଦୀର ଜଳସ୍ତର ୧୨ ମିଟରରେ ପହଞ୍ଚିବ । ଏହି କାରଣରୁ ମଧ୍ୟମ ଧରଣର ବନ୍ୟା ହୋଇପାରେ ।


ତେଣୁ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ କୁହାଯାଇଛି । ବିଶେଷ କରି ନଦୀବନ୍ଧ  ଉପରେ ନଜର ରଖାଯିବ । ଦରକାର ହେଲେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ସେ କହିଥିବା ସୂଚନା ଦେଇଛନ୍ତି ।

 

Related story