ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ପୁଣି ସମୁଦ୍ର ରାସ୍ତାରେ ଗଞ୍ଜାମକୁ ଫେରିଲେ ମତ୍ସ୍ୟଜୀବୀ। ଚେନ୍ନାଇରୁ ଡଙ୍ଗା ଯୋଗେ ଚିକିଟି ବ୍ଲକ୍ ରାମେୟାପାଟଣା କୂଳରେ ପହଞ୍ଚିଛନ୍ତି ୧୦ରୁ ୧୨ ଜଣ ମତ୍ସ୍ୟଜୀବୀ। ତେବେ ବଡ଼ କଥା ହେଉଛି, ଡଙ୍ଗାରେ ୩୯ ଜଣ ଫେରୁଥିବା ବେଳେ ଅଧା ବାଟରେ ଅନ୍ୟମାନେ ଓହ୍ଲାଇପଡ଼ିଥିବା ସନ୍ଦେହ କରାଯାଉଛି। ସେମାନେ ଆନ୍ଧ୍ର ପ୍ରଦେଶ ଓ ସୋନପୁର ଅଞ୍ଚଳରେ ହୋଇଥିବା ଅନୁମାନ କରାଯାଉଛି। ଏଥିପାଇଁ ସେମାନଙ୍କୁ ୭ ଦିନ ସମୟ ଲାଗିଥିଲା।
ପୂର୍ବରୁ ଲକ୍ ଡାଉନ୍ ଭାଙ୍ଗି ଚେନ୍ନାଇରୁ ଗଞ୍ଜାମ ଆସିଥିଲେ ବହୁ ମତ୍ସ୍ୟଜୀବୀ। ସମୁଦ୍ର ପଥରେ ମତ୍ସ୍ୟଜୀବୀ ଓ ଶ୍ରମିକ ଫେରୁଥିବାରୁ ଏହାକୁ ଗୁରୁତର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ତେବେ ଏହା ପରେ ମଧ୍ୟ ସମୁଦ୍ର ଯୋଗେ ମତ୍ସ୍ୟଜୀବୀ ଫେରିବା ଘଟଣାକୁ ନେଇ ଚିନ୍ତା ବଢ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଲିଙ୍ଗରାଜ ମନ୍ଦିର ଭିତରେ ସିଗାରେଟ୍ ଟାଣିଲେ ଯୁବକ; ଫଟୋ ଭାଇରାଲ
ଦେବୀ ୧୦୫ ନାମକ ଏକ ଇନଷ୍ଟା ଆଇଡିରେ ଏହି ଷ୍ଟାଟସ୍ ଦିଆଯାଇଥିଲା।
Politics
‘ଚାଉଳ ହିତାଧିକାରୀଙ୍କ ଭିତରେ ଥିଲେ ୧.୭୭ ଲକ୍ଷ ଭୂତ’
ଏବେବି ୬ ଲକ୍ଷ ୧୯ ହଜାର ୮ ଶହ ୩୬ ନୂଆ କାର୍ଡ ପାଇଁ ଆବେଦନ କରି ଅପେକ୍ଷାରେ ଥିବା ମନ୍ତ୍ରୀ କହିଛନ୍ତି।
Crime
ଖଳାରୁ ଧାନ ଚୋରି କରୁଥିଲେ; ମାଡ଼ି ବସିଲେ ଗ୍ରାମବାସୀ
କିଛି ଦିନ ହେବ ସ୍ଥାନୀୟ ଅଞ୍ଚଳରେ ଚୋରମାନେ ଉତ୍ପାତ ଚଳାଇଥିବା ବେଳେ ମିନିଟ୍ରକରେ ବୋହି ଧାନ ନେଇଯାଉଥିବା ଅଭିଯୋଗ ଆସିଥିଲା।
Miscellaneous
କାର୍ଯ୍ୟରେ ଯୋଗଦେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ
ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ପିଛିଲା ଭାବେ ମେ’ ୩୧ରୁ ୬ମାସ ଛୁଟିରେ ପଳାଇଥିଲେ ସୁଜାତା।