କ୍ୱାରେଣ୍ଟାଇନ ଅବଧି ସାରିବା ପରେ ବି ଗାଁରେ ପୂରାଇ ଦେଲେନି

ମୋହନା (ମିହିର ଯତୀ): କ୍ୱାରେଣ୍ଟାଇନ ଅବଧି ସରିବା ପରେ ଗାଁକୁ ଫେରିଲେ। କିନ୍ତୁ ଗ୍ରାମବାସୀ ଗାଁରେ ପୁରାଇ ଦେଲେନି। ଫଳରେ ବାଧ୍ୟ ହୋଇ ଜଙ୍ଗଲରେ ଆଶ୍ରୟ ନେଲେ ୭ ପ୍ରବାସୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଖାରିପଦା ଗାଁରେ। ଗାଁର ୭ ଜଣ ଯୁବକ ଗୁଜରାଟ ସୁରତକୁ କାମ କରିବାକୁ ଯାଇଥିଲେ। ଲକଡାଉନ ଯୋଗୁ ସେଠାରେ କାମଧନ୍ଦା ବନ୍ଦ ହୋଇଯିବାରୁ ସେଠାରୁ ସେମାନେ ବସ ଭଡ଼ା କରି ଗଜପତି ଆର. […]

mohana

Ranjit Kumar Jena
  • Published: Thursday, 04 June 2020
  • , Updated: 04 June 2020, 05:22 PM IST

ମୋହନା (ମିହିର ଯତୀ): କ୍ୱାରେଣ୍ଟାଇନ ଅବଧି ସରିବା ପରେ ଗାଁକୁ ଫେରିଲେ। କିନ୍ତୁ ଗ୍ରାମବାସୀ ଗାଁରେ ପୁରାଇ ଦେଲେନି। ଫଳରେ ବାଧ୍ୟ ହୋଇ ଜଙ୍ଗଲରେ ଆଶ୍ରୟ ନେଲେ ୭ ପ୍ରବାସୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଖାରିପଦା ଗାଁରେ।

ଗାଁର ୭ ଜଣ ଯୁବକ ଗୁଜରାଟ ସୁରତକୁ କାମ କରିବାକୁ ଯାଇଥିଲେ। ଲକଡାଉନ ଯୋଗୁ ସେଠାରେ କାମଧନ୍ଦା ବନ୍ଦ ହୋଇଯିବାରୁ ସେଠାରୁ ସେମାନେ ବସ ଭଡ଼ା କରି ଗଜପତି ଆର. ଉଦୟଗିରିକୁ ଫେରି ଆସିଥିଲେ। ଏଠାରେ ପହଞ୍ଚିବା ପରେ ସେମାନେ ସରକାରଙ୍କ ନିୟମ ଅନୁଯାୟୀ ଆର.ଉଦୟଗିରି ବ୍ଲକ କେଏମ୍ ଭଲିଆସାହି କ୍ୱାରେଣ୍ଟାଇନରେ ୧୪ ଦିନ ରହିଲେ।

କ୍ୱାରେଣ୍ଟାଇନରେ ୧୪ ଦିନ ରହିବା ଅବଶିଷ୍ଟ ୭ ଦିନ ହୋମ୍ କ୍ୱାରେଣ୍ଟାଇନରେ ରହିବା ପାଇଁ ଗାଁକୁ ଯାଇଥିଲେ। ସେଠାରେ ଏକ ସ୍କୁଲ ଘରେ ଗୋଟିଏ ରାତି ରହିବା ପରେ ସ୍କୁଲ ଶିକ୍ଷକ ସେମାନଙ୍କୁ ରହିବାକୁ ଅନୁମତି ନ ଦେଇନଥିଲେ। ଏପରିକି ଘରେ ସଂଗରୋଧରେ ରହିବାକୁ ଯିବାରୁ ଗ୍ରାମବାସୀ ବୈଠକ ବସାଇ ସେମାନଙ୍କୁ ଗାଁରେ ପୂରାଇ ଦେଲେନି।

ଶେଷରେ ବାଧ୍ୟ ହୋଇ ଯୁବକମାନେ ଗାଁ ନିକତସ୍ଥ ଜଙ୍ଗଲକୁ ଯାଇ ଜଙ୍ଗଲରେ ପଲିଥିନ ଟାଣି ଅତି ଦୟନୀୟ ଭାବେ ଦିନ କାଟୁଛନ୍ତି। ସେମାନଙ୍କ ନିକଟକୁ କୌଣସି ପ୍ରଶାସନିକ ଅଧିକାରୀ ବର୍ତ୍ତମାନ ସୁଦ୍ଧା ପହଞ୍ଚି ନାହାନ୍ତି ବା କେହି ଗ୍ରାମବାସୀଙ୍କୁ ବୁଝାସୁଝା କରିନାହାନ୍ତି।

Related story