୩ ଦିନ ହେଲା ଚାଲିଗଲେଣି ଦେବର୍ଷି , ଶବ ପାଇଁ ନେହୁରା ହେଉଛନ୍ତି ଭଗବାନ

ବୌଦ୍ଧ(ଭାର୍ଜନ ପ୍ରଧାନ):ଦାଦନ ଯାଇଥିଲେ, ହେଲେ ଶବ ହୋଇ ଫେରିବେ । ପରିବାରର ଆର୍ଥିକ ସମ୍ବଳ ନ ଥିବାରୁ ମୃତ ପୁଅର ଶବକୁ ଆଣି ପାରିବେ କି ନାହିଁ ତାକୁ ନେଇ ଏବେ ଚିନ୍ତାରେ ବାପାମାଆ ବନ୍ଧୁ ପରିଜନ । ଆଜକୁ ତିନିଦିନ ହେଲା ପୁଅର ଏଭଳି ଖବର ଶୁଣି ଘରେ ଚୁଲି ଜଳୁନି। ଭିନ୍ନକ୍ଷମ ବାପାମାଆ  କୌଣସି ଉପାୟ ନ ପାଇ ପ୍ରସାଶନ ର ଦ୍ୱାରାସ୍ତ ହୋଇଛନ୍ତି ହେଲେ କିଛି ଲାଭ ମିଳିନି । ଏଭଳି ଘଟଣା […]

p-908

p-908

Tapas Behera
  • Published: Tuesday, 10 September 2019
  • Updated: 10 September 2019, 07:04 PM IST

Sports

Latest News

ବୌଦ୍ଧ(ଭାର୍ଜନ ପ୍ରଧାନ):ଦାଦନ ଯାଇଥିଲେ, ହେଲେ ଶବ ହୋଇ ଫେରିବେ । ପରିବାରର ଆର୍ଥିକ ସମ୍ବଳ ନ ଥିବାରୁ ମୃତ ପୁଅର ଶବକୁ ଆଣି ପାରିବେ କି ନାହିଁ ତାକୁ ନେଇ ଏବେ ଚିନ୍ତାରେ ବାପାମାଆ ବନ୍ଧୁ ପରିଜନ । ଆଜକୁ ତିନିଦିନ ହେଲା ପୁଅର ଏଭଳି ଖବର ଶୁଣି ଘରେ ଚୁଲି ଜଳୁନି। ଭିନ୍ନକ୍ଷମ ବାପାମାଆ  କୌଣସି ଉପାୟ ନ ପାଇ ପ୍ରସାଶନ ର ଦ୍ୱାରାସ୍ତ ହୋଇଛନ୍ତି ହେଲେ କିଛି ଲାଭ ମିଳିନି ।

ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଟିକରପଡା ପଂଚୟତର ମେଂଢ଼ିମାଳ ଗ୍ରାମରେ । ସୂଚନା ମୁତାବକ ଗ୍ରାମର ଭିନ୍ନକ୍ଷମ ଭଗବାନ କହଁରଙ୍କ ପୁଅ ଦେବର୍ଷି କହଁର ଦାଦନ ଖଟିବାକୁ ଯାଇଥିଲେ ସୁଦୁର ତାମିଲନାଡୁକୁ । ଅଶା ଥିଲା

ଦାଦନ ଖଟି ଯାହା ମିଳିବ ସେଥିରେ ଭିନ୍ନକ୍ଷମ ବାପାମାଆ ଙ୍କ ଚିକିତ୍ସା ସହିତ ପେଟକୁ ଦାନା ଯିବ। ହେଲେ ଦଇବ ଦାଉ ସାଧିଲା । ପୁଅ ଦେବର୍ଷି କହଁର ଏକ ଟ୍ରେନ ଯୋଗେ ଯାଉଥିବା ବେଳେ ଆନ୍ଧ୍ରପ୍ରଦେଶର  ନେଲୋର ଅଂଚଳରେ ଟ୍ରେନରୁ ପଡି ଯାଇ ମୃତ୍ୟୁ ବରଣ କରିଛନ୍ତି । ଏନେଇ ପ୍ରଥମେ ବୌଦ୍ଧ ପୁଲିସ ଖବର ପାଇ ପରିବାର ଲୋକଙ୍କୁ ଜଣାଇବା ପରେ ଗାଁରେ ଶୋକାକୂଳ ପରିବେଶ ଦେଖାଦେଇଛି । ଆଜକୁ  ତିନିଦିନ ହେଲା ଦେବର୍ଷି କହଁରଙ୍କ ମୃତ୍ୟୁ ହୋଇଥିଲେ ଏଯାଏଁ ପରିବାର ଲୋକଙ୍କ ପାଖକୁ ମୃତ ପୁଅର ଶବ ପହଂଚି ପାରିନାହିଁ। କାରଣ ତାଙ୍କ ପାଖରେ ଅର୍ଥ ନାହିଁ ।

ପ୍ରଶାସନ ବି କୌଣସି  ସହଯୋଗ କରୁନି। ଫଳରେ ପରିବାର ଲୋକେ ଏବେ ନିରୁପାୟ ହୋଇ ରହିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ଏପଟେ ଜିଲ୍ଲାରେ ମିଳୁନି କୌଣସି କାମଧନ୍ଦା , ଫଳରେ ଦାଦନ ମୁହାଁ ଯୁବ ଗୋଷ୍ଠୀ । ଦାଦନ ପାଇଁ କେତେବେଳ ନିଜ ଜୀବନ କୁ ବାଜି ଲଗାଉଛନ୍ତି ତ’ କିଏ ଶବ ହୋଇ ଫେରୁଛି । ତେବେ ଏକ୍ଷେତ୍ରରେ ଦାଦନ ଯାଇ ଜୀବନ ହାରିଥିବା ଦେବର୍ଷିଙ୍କ ମୃତ ଶରୀରକୁ କ’ଣ ଫେରାଇ ଅଣାଯାଇ ପାରିବ କି ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos