‘ମୁଁ ତ ଦେଖିବାକୁ ସୁନ୍ଦର ନୁହେଁ, ତୁ ମତେ କାହିଁକି ଭଲ ପାଇଲୁ?’

Ordigital Desk
  • Published: Saturday, 01 July 2017
  • , Updated: 01 July 2017, 08:49 PM IST
<p>ବେଶୀଦିନ ତଳର କଥା ନୁହେଁ। ବିବାହର ଅନେକ ବର୍ଷ ପରେ ପ୍ରସିଦ୍ଧ ଅଭିନେତା ମୀନକେତନ ତାଙ୍କ ପତ୍ନୀଙ୍କୁ ପଚାରିଥିଲେ ଗମ୍ଭୀର ପ୍ରଶ୍ନଟିଏ। ପଚାରିଥିଲେ, ତୁ ମତେ କାହିଁକି ଭଲ ପାଇଲୁ। ମୁଁ ତ ଦେଖିବାକୁ ଆଦୌ ସୁନ୍ଦର ନୁହେଁ। ମୋଠାରେ କଣ ଦେଖି ତୁ ମତେ ଭଲ ପାଇଲୁ।</p> <p>ସୂଚନାଯୋଗ୍ୟ ଯେ, ଓଲିଉଡ଼ର ବ୍ୟାଡମ୍ୟାନ୍ ଭାବେ ପରିଚିତ ମୀନକେତନ ପ୍ରେମ କରି ହିଁ ବିବାହ କରିଥିଲେ। ତାଙ୍କ ପ୍ରେମକୁ ନେଇ ପରିବାରରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେମାନେ ପରସ୍ପରକୁ ପ୍ରେମ କରି ବିବାହ କରିଥିଲେ ସତ, କିନ୍ତୁ କେବେ କେହି କାହାକୁ କେବେ ଆଇ ଲଭ୍ ୟୁ କହିନଥିଲେ। ମୀନକେତନ ଯେତେବେଳେ ତାଙ୍କ ପତ୍ନୀଙ୍କୁ ପଚାରିଥିଲେ ଯେ, ତୁ ମତେ କାହିଁକି ଭଲ ପାଇଲୁ ସେତେବେଳେ ତାଙ୍କ ପତ୍ନୀ ତାଙ୍କୁ କି ଉତ୍ତର ଦେଇଥିଲେ ଜାଣନ୍ତି। ଏ ବିଷୟରେ ଏକ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁରେ ଗୁମର ଖୋଲିଥିଲେ ନିଜେ ମୀନକେତନ। ଦେଖନ୍ତୁ ଭିଡିଓ।</p> <p>&amp;nbsp;</p>

Related story