ନାବାଳିକା ଉଦ୍ଧାର

କଟକ(ଓଡ଼ିଶା ରିପୋର୍ଟର): କଟକ ସିଡିଏ ସେକ୍ଟର ୯ରେ ଚାଇଲ୍ଡ ଲାଇନ୍‌ ଜଣେ ନାବାଳିକାକୁ ଉଦ୍ଧାର କରିଛି। ଜଣେ ଡାକ୍ତର ଉକ୍ତ ନାବାଳିକାକୁ ଘରେ କାମ କରାଇବା ସହ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏନେଇ ଖବର ପାଇବା ପରେ ମର୍କତନଗର ପୋଲିସ ଓ ଚାଇଲ୍ଡ ଲାଇନ ମିଳିତ ଭାବେ ଚଢ଼ାଉ କରି ନାବାଳିକାକୁ ଉଦ୍ଧାର କରିଥିଲେ।  ଆଜି ଉଦ୍ଧାର ନାବାଳିକାକୁ ସିଡବ୍ଲୁସିରେ ହାଜର କରାଯିବ ।