ଜେଏସଡବ୍ଲ୍ୟୁ ଷ୍ଟିଲ୍ ସପକ୍ଷରେ ନୂଆଗାଁ ଲୁହାପଥର ଖଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଅନ୍ୟତମ ବୃହତ୍ ଲୁହାପଥର ଖଣି ‘ନୂଆଗାଁ ଲୁହାପଥର ଖଣି’ର ନିଲାମୀ ନେବାରେ ଜେଏସଡବ୍ଲ୍ୟ ଷ୍ଟିଲ୍ ସଫଳ ହୋଇଛି। ଚଳିତ ମାସ ୨୯ତାରିଖରେ ନୂଆଗାଁ ଲୁହାପଥର ଖଣି ପାଇଁ ଆରମ୍ଭ ହୋଇଥିବା ଟେକନିକାଲ ବିଡିଂ ପ୍ରକ୍ରିୟାରେ ଅନ୍ୟ ୫ଟି ଖଣି କମ୍ପାନୀକୁ ପଛରେ ପକାଇ ଜେଏସଡବ୍ଲ୍ୟୁ ଷ୍ଟିଲ୍ ଏହି ଖଣି ହାତେଇଥିବା ସୂଚନା ମିଳିଛି। ଫାଇନାଲ ଅଫର୍ ପ୍ରାଇସ୍ ଭାବେ ୯୫.୧% ରେ ଏହି ଖଣିର ନିଲାମୀରେ ଜେଏସଡବ୍ଲ୍ୟୁ ଷ୍ଟିଲ୍ ସଫଳ ହୋଇଛି। ରାଜ୍ୟ […]

890-1

Tapas Behera
  • Published: Friday, 31 January 2020
  • , Updated: 31 January 2020, 10:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଅନ୍ୟତମ ବୃହତ୍ ଲୁହାପଥର ଖଣି ‘ନୂଆଗାଁ ଲୁହାପଥର ଖଣି’ର ନିଲାମୀ ନେବାରେ ଜେଏସଡବ୍ଲ୍ୟ ଷ୍ଟିଲ୍ ସଫଳ ହୋଇଛି। ଚଳିତ ମାସ ୨୯ତାରିଖରେ ନୂଆଗାଁ ଲୁହାପଥର ଖଣି ପାଇଁ ଆରମ୍ଭ ହୋଇଥିବା ଟେକନିକାଲ ବିଡିଂ ପ୍ରକ୍ରିୟାରେ ଅନ୍ୟ ୫ଟି ଖଣି କମ୍ପାନୀକୁ ପଛରେ ପକାଇ ଜେଏସଡବ୍ଲ୍ୟୁ ଷ୍ଟିଲ୍ ଏହି ଖଣି ହାତେଇଥିବା ସୂଚନା ମିଳିଛି। ଫାଇନାଲ ଅଫର୍ ପ୍ରାଇସ୍ ଭାବେ ୯୫.୧% ରେ ଏହି ଖଣିର ନିଲାମୀରେ ଜେଏସଡବ୍ଲ୍ୟୁ ଷ୍ଟିଲ୍ ସଫଳ ହୋଇଛି।
ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନୂଆଗାଁ ଲୁହାପଥର ଖଣିର ଟେକନିକାଲ୍ ବିିଡିଂ ରାଉଣ୍ଡ ପାଇଁ ରୁଙ୍ଗଟା ସନ୍ସ ଲିଃ, ଆର୍ସେଲର ମିତ୍ତଲ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ , ଜେଏସଡବ୍ଲ୍ୟୁ ଷ୍ଟିଲ ଲିମିଟେଡ୍ , ବେଦାନ୍ତ ଲିଃ , ଆଦାନୀ ଏଣ୍ଟରପ୍ରାଇଜେସ୍ ଓ ଟିଏସ୍ ଆଏଲଜ୍ ଲିଃ ସଫଳ ହୋଇଥିଲେ। କିନ୍ତୁ ଟେକନିକାଲ ରାଉଣ୍ଡରେ ଏହି ଖଣିର ସର୍ବାଧିକ ପ୍ରିମିୟମ ୮୯.୪% ରହିବାରୁ ରାଜ୍ୟ ସରକାର ଦ୍ୱିତୀୟ ପର୍ଯ୍ୟାୟ ନିଲାମୀ କରିଥିଲେ। ପ୍ରଥମ ପର୍ଯ୍ୟାୟ ନିଲାମୀରେ ଥିବା ସର୍ବାଧିକ ପ୍ରିମିୟମ ଅଫର ପ୍ରାଇସକୁ ଦ୍ୱିତୀୟ ପର୍ଯ୍ୟାୟ ନିଲାମୀର ପ୍ରାରମ୍ଭିକ ଫ୍ଲୋର ପ୍ରାଇସ୍ ଭାବେ ବିବେଚନା କରାଯାଇଥିଲା। ଯାହାଫଳରେ ଫାଇନାଲ ପ୍ରାଇସ୍ ଅଫର ୯୫.୧% ରହିଥିଲା ଓ ଜେଏସଡବ୍ଲ୍ୟୁ ଷ୍ଟିଲ୍ ସପକ୍ଷରେ ଏହି ନିଲାମୀ ଯାଇଥିଲା।

ସୂଚନାଯୋଗ୍ୟ ନୂଆଗାଁ ଲୁହାପଥର ଖଣି ଏବେ କେଜେଏସ୍ ଆଲୁୱାଲିଆ କମ୍ପାନୀ ପାଖରେ ରହିଛି। ଏହି ଖଣିର ପରିବେଶ କ୍ଲିଅରାନ୍ସ ସୀମା ବାର୍ଷିକ ୫.୬୨ ମିଲିୟନ ମେଟ୍ରିକ ଟନ୍ । ୨୦୧୯ ଆର୍ଥିକ ବର୍ଷରେ ଏହି ଖଣିରୁ ୫.୬୧ ମିଲିୟନ ମେଟ୍ରିକ୍ ଟନ୍ ଉତ୍ପାଦନ ହୋଇଥିଲା। ଏହି ଖଣିରେ ମୋଟ ୭୯୨.୯୩ ମିଲିୟନ ଟନ୍ ଲୁହାପଥର ଗଚ୍ଛିତ ଥିବା ଆକଳନ କରାଯାଇଥିବାବେଳେ ଏହା ମର୍ଚ୍ଚାଣ୍ଟ୍ ୟୁଜରଙ୍କ ପାଇଁ ସଂରକ୍ଷିତ ରହିଛି।

Related story