ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ଏଡସ୍ ଦିବସ ଅବସରରେ ଏହି ମହାମାରୀ ସଂପର୍କରେ ସଚେତନତା ସୃଷ୍ଟି ପାଇଁ ଭୁବନେଶ୍ୱରରେ ଓଟିଭି ପକ୍ଷରୁ ’ମିନି ମାରାଥନ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଓଏସ୍ଏପିର ସେଭେନ୍ଥ ବାଟାଲିୟନ୍ରୁ ‘ମିନି ମାରାଥନ୍’ ଆରମ୍ଭ ହୋଇ ଜନତା ମୈଦାନ, ଜୟଦେବ ବିହାର ଛକ, ଆଚାର୍ଯ୍ୟ ବିହାର ଛକ, ସୈନିକ ସ୍କୁଲ ଛକ ଦେଇ ସେଭେନ୍ଥ ବାଟାଲିୟନ୍ରେ ଏହା ଶେଷ ହୋଇଛି।
ବହୁ ସଂଖ୍ୟାରେ ଯୁବ ପୀଢ଼ି, ମହିଳା, ଛାତ୍ର, କିଛି ବୟସ୍କ ଓ କୁନି ଶିଶୁ ବି ଏଥିରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଓଟିଭିର କୋ ଫାଉଣ୍ଡର ଜଗିମଙ୍ଗତ ପଣ୍ଡା, ଓଏସ୍ଏପି ସେଭେନ୍ଥ ବାଟାଲିଅନର କମାଣ୍ଡାଣ୍ଟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଜୀବନଠୁ ନହାରି, ଏଡସ୍ ବିରୋଧରେ ଲଢ଼ିବା ପାଇଁ ଅପରାଜିତା ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
ଜୀବନ ପାଇଁ ଦୌଡ଼ର ସଂକଳ୍ପ ନେଇ ଏହି ମାରାଥନ ଆୟୋଜିତ ହୋଇଥିଲା। ଏଡସ୍ ସଚେତନତା ଉଦ୍ଦେଶ୍ୟରେ ଓଟିଭି ପକ୍ଷରୁ ପ୍ରତି ବର୍ଷ ଏହି ‘ମିନି ମାରାଥନ’ ଆୟୋଜିତ ହୋଇ ଆସୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
‘ଜଙ୍ଗଲ ଜମିର ପଟ୍ଟା ଦିଅ, ମନରେଗାରେ କାମ ଦିଅ’
ଗ୍ରାମବାସୀଙ୍କ ଠାରୁ ଜାଣିଲୁ ଯେ ପ୍ରତି ବର୍ଷ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ନିଜ ବିଲରୁ ଆସିଥିବା ଖାଦ୍ୟ ଶସ୍ୟ ସରିଯାଏ। ଲୋକେ ସେହି ସମୟର ଖାଦ୍ୟ ଆବଶ୍ୟକତା ପୂରଣ ଲାଗି ଆମ୍ବ ଟାକୁଆ ପୂର୍ବରୁ ସଂଗ୍ରହ କରିଥାନ୍ତି। ଘରେ ଚାଉଳ ସରିଆସିଲେ ସେହି ଆମ୍ବ ଟାକୁଆର କୋଇଲିକୁ ଗୁଣ୍ଡ କରି, ତାକୁ ଭିଜାଇ ସେହିଥିରେ ଟାକୁଆ ପେଜ ତିଆରି କରିଥାନ୍ତି। ଡିସେମ୍ବରରେ ପୁଣି ନୂଆ ଧାନ ଆସିଗଲେ ବଳକା ଟାକୁଆକୁ ସେମାନେ ଫୋପାଡ଼ି ଦେଇଥାନ୍ତି।
Accident
ଧାନ ଫସଲ ଜଗିଥିଲେ ଚାଷୀ; ଦଳିଦେଲେ ହାତୀ
ଆଜି ସକାଳେ ସ୍ଥାନୀୟ ଲୋକେ ବିଲକୁ ଯାଇଥିବା ବେଳେ ଗଣେଶଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ।
Crime
ମହାଧୂର୍ତ୍ତ ଡେପୁଟି ଜେନେରାଲ୍ ମ୍ୟାନେଜର୍; ପଡ଼ୋଶୀ ଛାତରୁ ମିଳିଲା ବିଡ଼ା ବିଡ଼ା ନୋଟ୍
ସୁବାଷ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Accident
ବାଲିଯାତ୍ରାରେ ଅଘଟଣ; ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନାବାଳକଙ୍କ ଜୀବନ
କଟକ ତୁଳସୀପୁର ସ୍ଥିତ ଶିଶୁ ମନ୍ଦିରରେ ଯୁକ୍ତ ଦୁଇରେ ପଢୁଥିଲେ ବିଶ୍ୱ ପ୍ରକାଶ ।
Entertainment
ବିବାହ ବନ୍ଧନରେ ବାନ୍ଧି ହେଲେ ଏଲିନା; ଫ୍ୟାନଙ୍କୁ ଦେଲେ ସରପ୍ରାଇଜ୍
ଦୀର୍ଘ ବର୍ଷ ଧରି ଏଲିନା ଓ ଅନୁରାଗ ଘନିଷ୍ଠ ବନ୍ଧୁ ଥିଲେ। ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା।