ଟଙ୍କା ଖାଇବାକୁ ଚାଷୀଙ୍କ ସହ ଖେଳ, ମଲା ଲୋକଙ୍କ ନାଁରେ ବି ହୋଇଛି ଚଳୁ

ଭୁବନେଶ୍ୱର (ରମେଶ ରଥ): ବିହାର ଭଳି ଓଡ଼ିଶାରେ ବି ହୋଇଛି ଗୋଖାଦ୍ୟ ଦୁର୍ନୀତି। ଗୃହପାଳିତ ପଶୁଙ୍କୁ ଆହାର ଦେବା ଆଳରେ ଚାଷୀଙ୍କ ସହ ହୋଇଛି ସାଂଘାତିକ ଖେଳ। ଚାଷୀଙ୍କୁ ଫାଇଦା ଦେବାକୁ ଯୋଜନା ବାବଦ ଅନୁଦାନ ଅଧା ବାଟରୁ ଗାଏବ ହୋଇଯାଇଛି। ମରୁଡ଼ି ସହାୟତା ଅର୍ଥ ହରିଲୁଟ୍ କରିଛନ୍ତି ସରକାରୀ ବାବୁ ଓ ଯୋଗାଣକାରୀ ସଂସ୍ଥା। ଘାସଚାଷ ନାଁରେ କିପରି ହୋଇଛି କୋଟିକୋଟି ଟଙ୍କାର ବାଟମାରଣା, ତା’ର ପ୍ରମାଣ ମିଳିଛି। ୨୦୧୫-୧୬ ମସିହାରେ ରାଜ୍ୟରେ ମରୁଡ଼ି ପ୍ରପୀଡ଼ିତ […]

farmer

farmer

Jitendra Garnayak
  • Published: Thursday, 15 November 2018
  • Updated: 15 November 2018, 06:44 PM IST

ଭୁବନେଶ୍ୱର (ରମେଶ ରଥ): ବିହାର ଭଳି ଓଡ଼ିଶାରେ ବି ହୋଇଛି ଗୋଖାଦ୍ୟ ଦୁର୍ନୀତି। ଗୃହପାଳିତ ପଶୁଙ୍କୁ ଆହାର ଦେବା ଆଳରେ ଚାଷୀଙ୍କ ସହ ହୋଇଛି ସାଂଘାତିକ ଖେଳ। ଚାଷୀଙ୍କୁ ଫାଇଦା ଦେବାକୁ ଯୋଜନା ବାବଦ ଅନୁଦାନ ଅଧା ବାଟରୁ ଗାଏବ ହୋଇଯାଇଛି। ମରୁଡ଼ି ସହାୟତା ଅର୍ଥ ହରିଲୁଟ୍ କରିଛନ୍ତି ସରକାରୀ ବାବୁ ଓ ଯୋଗାଣକାରୀ ସଂସ୍ଥା। ଘାସଚାଷ ନାଁରେ କିପରି ହୋଇଛି କୋଟିକୋଟି ଟଙ୍କାର ବାଟମାରଣା, ତା’ର ପ୍ରମାଣ ମିଳିଛି।

୨୦୧୫-୧୬ ମସିହାରେ ରାଜ୍ୟରେ ମରୁଡ଼ି ପ୍ରପୀଡ଼ିତ ୨୧ଟି ଜିଲ୍ଲାର ୧୩୯ ବ୍ଳକ୍‌ରେ ଘାସଚାଷ ପାଇଁ ଯୋଗାଇ ଦିଆଯାଇଥିଲା ମିନିକିଟ୍। ୭୫ ହଜାର ହେକ୍ଟର ତଥା ୨ ଲକ୍ଷ ଏକର ଜମିରେ ‘ଆଡିସିନାଲ୍‌ ଫଡର ଡେଭଲପମେଣ୍ଟ୍ ପୋଗ୍ରାମ୍‌’ ନାଁରେ ‘ରାଷ୍ଟ୍ରୀୟ କୃଷି ବିକାଶ ଫଣ୍ଡ’ରୁ ୨୪ କୋଟି ଟଙ୍କା ଆସିଥିଲା। ଉଦ୍ଦେଶ୍ୟ ଥିଲା ମରୁଡ଼ି ପରେ ଘାସଚାଷ କରି ଗାଈଗୋରୁ ଓ ଛେଳି ମେଣ୍ଢାଙ୍କ ଭଳି ଗୃହପାଳିତ ପଶୁଙ୍କ ବିକାଶ ସହ ସେମାନଙ୍କ ଜୀବନ ରକ୍ଷା କରିବା। ହେଲେ ଯୋଜନାରେ ସାଂଘାତିକ ଚଞ୍ଚକତା ହେଲା।

କେଉଁଠି ୪ ବର୍ଷ ତଳୁ ମରିଯାଇଥିବା ଚାଷୀଙ୍କୁ ଟଙ୍କା ମିଳିଲା ତ ପୁଣି କେଉଁଠି ଜାଲ୍ ଦସ୍ତଖତ କରି ଘାସମଞ୍ଜି ଦିଆଯାଇଥିବାର ଅଭିଯୋଗ ଆସିଲା। ଉଦାହରଣ ସ୍ୱରୂପ ୨୦୧୫-୧୬ରେ ରାୟଗଡ଼ା ଜିଲ୍ଲାର ୪ଟି ବ୍ଳକ୍ ପାଇଁ ଆସିଥିଲା ୨୦ ହଜାର ମିନି କିଟ୍। ୧୭ ହଜାର ୩୦୦ଟି ବାଜରା ଓ ୨ ହଜାର ୭୦୦ଟି ବରଗୁଡ଼ି ଲାଗି ଆସିଥିଲା ଏସବୁ ମିନିକିଟ୍। ଚାଷୀମାନେ ଏସବୁ ଶସ୍ୟ ଚାଷ କରି ଗାଈଗୋରୁ, ଛେଳି, ମେଣ୍ଢାଙ୍କୁ ଖାଇବାକୁ ଦେବାକୁ ନିର୍ଦ୍ଦେଶ ରହିଥିଲା।

ରିପୋର୍ଟ କହୁଛି, ଜିଲ୍ଲାରେ ୨ ହଜାର ହେକ୍ଟର ଜମିରେ ଘାସ ଚାଷ ପାଇଁ ଖର୍ଚ୍ଚ ହୋଇଥିଲା ୬୪ ଲକ୍ଷ ଟଙ୍କା। ଏଥିଲାଗି ୧,୨୬୦ ଜଣ ଚାଷୀଙ୍କୁ ଚିହ୍ନଟ କରାଯାଇଥିଲା। ତା’ମଧ୍ୟରୁ ବିଷମକଟକ ବ୍ଳକ୍‌ ଅନ୍ତର୍ଗତ ମାଳିଶିରିପୁର ଗାଁରେ ଘାସଚାଷ ପାଇଁ ୨୫ ଜଣଙ୍କୁ ମିଳିଥିଲା ୫ଟି ଲେଖାଁଏ ମିନିକିଟ୍। ଏ କଥା ସରକାରୀ କାଗଜପତ୍ର କହୁଛି। ଚାଷୀଙ୍କ ନାଁ ଅଛି, ତାଙ୍କ ଜମି ନମ୍ବର ଓ ଦସ୍ତଖତ ବି ରହିଛି। ହେଲେ ଅସଲରେ ଚାଷୀ ଏଭଳି କୌଣସି ମିନିକିଟ୍ ପାଇନଥିବା ସିଧାସଳଖ ଅଭିଯୋଗ କରିଛନ୍ତି।

[caption id="attachment_301512" align="aligncenter" width="1280"]grass representational image[/caption]

ତାଲିକାର କ୍ରମିକ ନମ୍ବର ୧୩ରେ ଚାଷୀ ଗୋବିନ୍ଦ ବାଡତିୟାଙ୍କ ନାଁ ରହିଛି। ସେ ୫ଟି ମିନିକିଟ୍ ନେଇଥିବା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ତାଙ୍କ ଦସ୍ତଖତ ବି ଅଛି। ହେଲେ ଅସଲ କଥା ହେଲା ୨୦୧୧ ମସିହାରୁ ସେ ଆରପାରିରେ ଅର୍ଥାତ୍ ୬ ବର୍ଷ ତଳୁ ତାଙ୍କର ମୃତ୍ୟୁ ହୋଇସାରିଛି। ପ୍ରାଣ ହରାଇ ସାରିଥିବା ବ୍ୟକ୍ତି କେମିତି ମିନିକିଟ୍ ନେଲେ ତାହା ସମସ୍ତଙ୍କୁ ଚକିତ କରିଛି।

ଖାଲି ସେତିକି ନୁହେଁ, କ୍ରମିକ ନମ୍ବର ୧୧ରେ ରହିଛି ଚାଷୀ ଲବ ସେଠୀଙ୍କ ନାଁ। ଏଥିରେ ଦର୍ଶାଯାଇଛି, ସେ ୫ଟି ମିନିକିଟ୍ ନେଇଛନ୍ତି। ହେଲେ ପ୍ରକୃତରେ ପେସାରେ ସେ ଜଣେ ଦରଜୀ। ମୁନିଗୁଡ଼ାରେ ଦୋକାନ କରି ପ୍ୟାଣ୍ଟସାର୍ଟ ସିଲେଇ କରନ୍ତି। ନା ତାଙ୍କର ଜମିବାଡ଼ି ଅଛି ନା ଗୋରୁଗାଈ। ତା’ହେଲେ ତାଙ୍କ ଜମି ପଟ୍ଟା ନମ୍ବର ପକାଇ ୫ଟି ମିନିକିଟ୍ ଦିଆଯାଇଥିବା ରିପୋର୍ଟରେ ଦର୍ଶାଗଲା କେମିତି ?

ସେହି ମାଳିଶିରିପୁର ଗାଁର ଆଉ ଜଣେ ବ୍ୟକ୍ତି ହେଲେ ବାଦଲ ରଣା। ସେ ଜଣେ ଶିକ୍ଷିତ ବ୍ୟକ୍ତି। ହେଲେ ସେ ଟିପଚିହ୍ନ ଦେଇ ମିନିକିଟ୍ ନେଇଥିବା ସରକାରୀ ରିପୋର୍ଟ କହୁଛି।

ଖାଲି ବିଷମକଟକ କି ମୁନିଗୁଡ଼ା ନୁହେଁ, ରାୟଗଡ଼ା ଜିଲ୍ଲାର ୪ଟି ବ୍ଳକ୍‌ର ବହୁ ଗାଁରେ ଏଭଳି ଜାଲ୍ ଦସ୍ତଖତ କରି ମିନିକିଟ୍ ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରେ ସେ କହିଛନ୍ତି, ଅଭିଯୋଗ ଆସିଲେ ତଦନ୍ତ ହେବ।

ଖାଲି ରାୟଗଡ଼ା ନୁହେଁ, ନୟାଗଡ଼ ଜିଲ୍ଲାରେ ବି ଚାଷୀଙ୍କୁ ମିନିକିଟ୍ ବଣ୍ଟନରେ ଚଞ୍ଚକତା ହୋଇଛି। ଜିଲ୍ଲାର ବହୁ ଚାଷୀଙ୍କୁ ନିମ୍ନମାନର ଘାସ ମଞ୍ଜି କିଟ୍ ଯୋଗାଣ ହୋଇଥିବା ଅଭିଯୋଗ ଆସିଛି ତଥ୍ୟ ଅନୁସାରେ ନୟାଗଡ଼ ଜିଲ୍ଲାରେ ୪ହଜାର ହେକ୍ଟର ଜମିରେ ଘାସ ଚାଷ ପାଇଁ ୧ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଚାଷୀମାନେ ଘାସ ଚାଷ କରିଥିଲେ ମଧ୍ୟ ମୋଟେ ଗଛ ଉଠିନଥିବା ଅଭିଯୋଗ ହୋଇଛି।

ଠିକ୍ ସେପରି ବଲାଙ୍ଗିର ଜିଲ୍ଲାର ଗଇଁତଲା ଗାଁରୁ ଯାହା ତଥ୍ୟ ମିଳିଲା, ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରବୀଣ ନାୟକଙ୍କ ନାଁରେ ଦିଆଯାଇଛି ଘାସମଞ୍ଜି, ସାର ଓ ଗୋଖାଦ୍ୟ କିଟ୍। ସରକାରୀ ତାଲିକାରେ ତାଙ୍କର ନାଁ ଓ ଦସ୍ତଖତ ବି ରହିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ପ୍ରବୀଣ ଏ ସବୁ ବିଷୟରେ କିଛି ଜାଣନ୍ତି ନାହିଁ। ତାଙ୍କର ଦସ୍ତଖତକୁ ବି ଜାଲ୍ କରିଛନ୍ତି ସରକାରୀ ବାବୁ ଭାୟା ମାନେ। ତାଙ୍କ ଭଳି ଆଉ ଜଣେ ଚାଷୀ ହେଉଛନ୍ତି ପର୍ଶୁରାମ ପଟେଲ। ତାଙ୍କର ଅଭିଯୋଗ ସରକାରୀ ବାବୁ ମାନେ ଆସି କିଟ୍ ଦେବା ପାଇଁ ପ୍ରତିଶ୍ରୁତ ଦେଇ ଦସ୍ତଖତ ନେଇଗଲେ, କିନ୍ତୁ କିଟ୍‌ର ନାଁ ଗନ୍ଧ ନାହିଁ। ତାଙ୍କୁ କିଛି ବି ମିଳିନି।

ସେହିପରି ମଳମୁଣ୍ଡା ଗାଁର ଚାଷୀ ରଙ୍କନିଧି, ନିଜର ସାତପଟ ଗାଈ ଥିବାରୁ ସରକାରୀ କିଟ୍ ନେଇ ଜମିରେ ଚାଷ କରିଥିଲେ, କିନ୍ତୁ ଦୁବ ମଧ୍ୟ କଅଁଳିଲା ନାହିଁ। ଏବେବି ସେଇ ନକଲି ବିହନକୁ ପ୍ରମାଣ ସ୍ୱରୂପ ସେ ପାଖରେ ସାଇତି ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story