‘ଖଣି ମାଲିକଙ୍କଠାରୁ ଆଦୟ ଜରିମାନା ଅର୍ଥ ୮ ଜିଲ୍ଲାରେ ଖର୍ଚ୍ଚ ହେବ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖଣି ମାଲିକଙ୍କ ପାଖରୁ ଆଦୟ ଜରିମାନା ଅର୍ଥକୁ ସରକାର ଏସପିଭି ଗଠନ କରି ୮ଟି ଜିଲ୍ଲାର ଏକ ହଜାର ଗାଁରେ ଖର୍ଚ୍ଚ କରିବେ। ଏହି ସୂଚନା ଦେଇଛନ୍ତି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପେମେଣ୍ଟ କର୍ପୋରେସନରେ ବର୍ତ୍ତମାନ ସୁଦ୍ଧା ଆଦାୟ ହୋଇଥିବା ଜରିମାନା ବାବଦ ଅର୍ଥ ଗଚ୍ଛିତ ରହିବ ବୋଲି ମନ୍ତ୍ରୀ କହିଛନ୍ତି। ଏପଟେ ଖଣିମାଲିକଙ୍କ ପାଖରୁ କାହିଁକି ୬୨ ହଜାର କୋଟି ଆଦାୟ ହେବ ନାହିଁ ବୋଲି […]

prafulla-malik

Rakesh Mallick
  • Published: Wednesday, 03 January 2018
  • , Updated: 03 January 2018, 09:38 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖଣି ମାଲିକଙ୍କ ପାଖରୁ ଆଦୟ ଜରିମାନା ଅର୍ଥକୁ ସରକାର ଏସପିଭି ଗଠନ କରି ୮ଟି ଜିଲ୍ଲାର ଏକ ହଜାର ଗାଁରେ ଖର୍ଚ୍ଚ କରିବେ। ଏହି ସୂଚନା ଦେଇଛନ୍ତି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପେମେଣ୍ଟ କର୍ପୋରେସନରେ ବର୍ତ୍ତମାନ ସୁଦ୍ଧା ଆଦାୟ ହୋଇଥିବା ଜରିମାନା ବାବଦ ଅର୍ଥ ଗଚ୍ଛିତ ରହିବ ବୋଲି ମନ୍ତ୍ରୀ କହିଛନ୍ତି।

ଏପଟେ ଖଣିମାଲିକଙ୍କ ପାଖରୁ କାହିଁକି ୬୨ ହଜାର କୋଟି ଆଦାୟ ହେବ ନାହିଁ ବୋଲି ପୁଣି ଥରେ ପ୍ରଶ୍ନ କରି ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ଏହି ଅର୍ଥରେ ରାଜ୍ୟର ୧୦ ହଜାର ଗାଁର ବିକାଶ ହୋଇପାରନ୍ତା ବୋଲି ଦଳ ଉପସଭାପତି ସମୀର ମହାନ୍ତି କହିଛନ୍ତି।  ସେହିଭଳି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି-“ଆଦାୟ ଜରିମାନା ଟଙ୍କା ଖଣି ଅଞ୍ଚଳରେ ରହୁଥିବା ଆଦିବାସୀଙ୍କ ଉନ୍ନତି ସହ ଚାଷୀଙ୍କ ଅର୍ଥନୈତିକ ବିକାଶ ପାଇଁ ଖର୍ଚ୍ଚ ହେଉ।”

Related story