ନାବାଳକ ଖେଳାଳିଙ୍କ ସାଂଘାତିକ ଅଭିଯୋଗ, ଷ୍ଟେଟ ଆଥଲେଟିକ୍ ମିଟ୍‌ରେ ଦିଆଗଲା ଯୌନ ନିର୍ଯାତନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଷ୍ଟେଟ ଆଥଲେଟିକ୍ ମିଟ୍‌ରେ ଯୌନ ନିର୍ଯାତନାର ଶିକାର ହୋଇଥିବା ପରି ସାଂଘାତିକ ଅଭିଯୋଗ ଆଣିଲେ ଜଣେ ନାବାଳକ ଖେଳାଳି। ଲଙ୍ଗ୍ ଜମ୍ପ ଇଭେଣ୍ଟରେ ଅସଫଳ ହେବାରୁ ୪ ସିନିୟର ଖେଳାଳି ଯୌନ ନିର୍ଯାତନା ଦେଲେ। ଏପରିକି ନିର୍ଯାତନା ବେଳର ଦୃଶ୍ୟ ଭିଡିଓ କଲିଂ କରି ନିଜ ସାଥି ଖେଳାଳିଙ୍କୁ ଦେଖାଇଥିବା କହିଛନ୍ତି ନାବାଳକଜଣକ ।  ଏନେଇ ଅଭିଯୋଗ କରିବା ସତ୍ତ୍ୱେ ଇନଫୋସିଟି ଥାନା ପୁଲିସ୍‌ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ […]

minor athlete

minor athlete

Niharika Rout
  • Published: Monday, 11 April 2022
  • Updated: 11 April 2022, 03:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଷ୍ଟେଟ ଆଥଲେଟିକ୍ ମିଟ୍‌ରେ ଯୌନ ନିର୍ଯାତନାର ଶିକାର ହୋଇଥିବା ପରି ସାଂଘାତିକ ଅଭିଯୋଗ ଆଣିଲେ ଜଣେ ନାବାଳକ ଖେଳାଳି। ଲଙ୍ଗ୍ ଜମ୍ପ ଇଭେଣ୍ଟରେ ଅସଫଳ ହେବାରୁ ୪ ସିନିୟର ଖେଳାଳି ଯୌନ ନିର୍ଯାତନା ଦେଲେ। ଏପରିକି ନିର୍ଯାତନା ବେଳର ଦୃଶ୍ୟ ଭିଡିଓ କଲିଂ କରି ନିଜ ସାଥି ଖେଳାଳିଙ୍କୁ ଦେଖାଇଥିବା କହିଛନ୍ତି ନାବାଳକଜଣକ ।  ଏନେଇ ଅଭିଯୋଗ କରିବା ସତ୍ତ୍ୱେ ଇନଫୋସିଟି ଥାନା ପୁଲିସ୍‌ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ନାବାଳକ ଖେଳାଳି ଓ ତାଙ୍କ ମା’ । ଏପରିକି ପୁଲିସ୍‌ ୪ ଜଣଙ୍କୁ ଅଟକ ରଖିଥିବା ବେଳେ ପରବର୍ତ୍ତୀ ସମୟରେ ସେମାନଙ୍କୁ ଛାଡ଼ି ଦେଇଛି। ଥାନାରୁ ନ୍ୟାୟ ନ ପାଇ ସମ୍ପୃକ୍ତ ପୀଡ଼ିତ ଓ ତାଙ୍କ ପରିବାର ଲୋକ ଆଜି ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ପୀଡ଼ିତ ଆଥଲେଟଙ୍କ ଘର ରାଉରକେଲା ଅଞ୍ଚଳରେ ହୋଇଥିବା ବେଳେ  ସେ  ଦଶମ ଶ୍ରେଣୀର ଛାତ୍ର । ତାଙ୍କ ବାପା ରାଉରକେଲାରେ ଟ୍ରାଫିକ ହାବିଲଦାର ଭାବେ କାର୍ଯ୍ୟରତ ଅଛନ୍ତି।  ଗତ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଷ୍ଟେଟ ଆଥଲେଟିକ୍ ମିଟ୍ ହୋଇଥିଲା । ୯ ତାରିଖରେ ଲଙ୍ଗ ଜମ୍ପ ପାଇଁ ଇଭେଣ୍ଟ ପରେ ଏହି ଘଟଣା ଘଟିଥିବା ଜଣାଯାଇଛି।

ଏନେଇ ପୀଡ଼ିତ ନାବାଳକ କହିଛନ୍ତି, ଲଙ୍ଗ ଜମ୍ପ ଇଭେଣ୍ଟରେ ମୁଁ ଭଲ ପ୍ରଦର୍ଶନ କରି ପାରି ନ ଥିଲି। ସିନିୟରମାନେ ଡାକି ମୋତେ ଖରାପ ଭାଷାରେ ଗାଳି କରିଥିଲେ। ଗତକାଲି ସାଢେ ୮ଟାରୁ ସାଢେ ୯ଟା ମଧ୍ୟରେ ରୁମ୍‌କୁ ଡାକି ମୋତେ ଜୋରଜବରଦସ୍ତି ନିବସ୍ତ୍ର କରିଥିଲେ। ଏହାପରେ ତାଙ୍କ ୨ ସାଙ୍ଗଙ୍କୁ ଭିଡିଓ କଲ କରିବା ସହ  ମୋର ୨ ରୁମ୍‌ମେଟଙ୍କୁ ଡାକିଥିଲେ ବୋଲି କହିଛନ୍ତି ପୀଡ଼ିତଜଣକ ।

ଏନେଇ ପୀଡ଼ିତଙ୍କ ମା’ ଅଭିଯୋଗ କରିଛନ୍ତି, ନିବସ୍ତ୍ର କରି ୪ ସିନିୟର ଏକ ରୁମ୍‌ରେ ମୋ ପୁଅକୁ ଯୌନ ନିର୍ଯାତନା ଦେଇଥିଲେ। ଏମିତିକି ନିର୍ଯାତନା ବେଳର ଦୃଶ୍ୟ ଭିଡିଓ କଲିଂ କରି ନିଜ ସାଥି ଖେଳାଳିଙ୍କୁ ଦେଖାଇଛନ୍ତି। ପୁଅକୁ ଦିଆଯାଇଥିବା ନିର୍ଯାତନା ସମ୍ପର୍କରେ ଇନଫୋସିଟି  ଥାନାରେ ଆମେ ଗତକାଲି ଅଭିଯୋଗ କରିଥିଲୁ।  ପୁଲିସ୍‌ ୪ ଜଣଙ୍କୁ ଅଟକ ରଖିଥିଲା। ତେବେ ଆମେ ମେଡିକାଲ ଟେଷ୍ଟ ରିପୋର୍ଟ ଆଣିବା ବେଳକୁ ପୁଲିସ୍‌ ସେମାନଙ୍କୁ ଛାଡ଼ି ଦେଇଛି। ଆମେ କେସ୍‌ କରିବା ପରେ ବି ଆମକୁ ଏଫଆଇଆର କପି ଦେଉନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos