୫ ଦିନ ହେବ ନିଖୋଜ ଥିଲେ, ଆଜି ମିଳିଲା ମୃତଦେହ

ଖୋର୍ଦ୍ଧା/ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ କୋଦୁଅବେରେଣୀ ଗାଁର ଏକ ବୁଦାମୂଳରୁ ଆଜି ଜଣେ ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ବିଶ୍ୱଜିତ୍ ମହାପାତ୍ର (୧୬)। ସେ କୋଦୁଅବେରେଣୀ ଗାଁର ରବି ମହାପାତ୍ରଙ୍କ ପୁଅ। ସେ ୫ ଦିନ ହେଲା ନିଖୋଜ ଥିଲେ। ବିଶ୍ୱଜିତ୍‌ଙ୍କ ମୃତଦେହ ମିଳିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତକୁ ଗିରଫ ଦାବିରେ ଗ୍ରାମବାସୀମାନେ ବାଘମାରୀ-କଣ୍ଟିଲୋ ମୁଖ୍ୟ ରାସ୍ତାକୁ […]

minor

Tapaswini Nayak
  • Published: Monday, 13 May 2019
  • , Updated: 13 May 2019, 09:36 AM IST

ଖୋର୍ଦ୍ଧା/ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ କୋଦୁଅବେରେଣୀ ଗାଁର ଏକ ବୁଦାମୂଳରୁ ଆଜି ଜଣେ ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ତାଙ୍କ ନାଁ ବିଶ୍ୱଜିତ୍ ମହାପାତ୍ର (୧୬)। ସେ କୋଦୁଅବେରେଣୀ ଗାଁର ରବି ମହାପାତ୍ରଙ୍କ ପୁଅ। ସେ ୫ ଦିନ ହେଲା ନିଖୋଜ ଥିଲେ।

ବିଶ୍ୱଜିତ୍‌ଙ୍କ ମୃତଦେହ ମିଳିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତକୁ ଗିରଫ ଦାବିରେ ଗ୍ରାମବାସୀମାନେ ବାଘମାରୀ-କଣ୍ଟିଲୋ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି।

ଅନ୍ୟପକ୍ଷରେ ବଲାଙ୍ଗିର ରେଳ ଷ୍ଟେସନ୍‌ ପଛପଟେ ଥିବା ଏକ ସାଗୁଆନ ଗଛରୁ ଜଣେ ଅଜଣା ମହିଳାଙ୍କ ଝୁଲନ୍ତା ମୃତଦେହକୁ ରେଳବାଇ ପୁଲିସ୍ ଉଦ୍ଧାର କରିଛି। ପାରିପାର୍ଶ୍ୱିକ ପରିସ୍ଥିତିରୁ ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିବା ସନ୍ଦେହ କରାଯାଉଛି।

Related story