ନାବାଳିକାକୁ ହତ୍ୟା କରି କୂଅକୁ ଫିଙ୍ଗିଦେଲେ !

କୋରାପୁଟ:(ଓଡ଼ିଶା ରିପୋର୍ଟର):ପୁଣି ଜଣେ ଶିଶୁ କନ୍ୟା ବଳି ପଡ଼ିଲା। କୂଅରୁ ଉଦ୍ଧାର ହେଲା ନାବାଳିକାର ଶବ । ଏମିତି ଏକ ଅଭାବନୀୟ ଘଟଣା କୋରାପୁଟର ସେମିଳିଗୁଡ଼ାରେ ଆଲୋଡ଼ନ ସୃଷ୍ଟି କରିଛି। ଗତକାଲି ସନ୍ଧ୍ୟାରୁ ନିଖୋଜ ହୋଇଥିବା ନାବାଳିକାର ମୃତଦେହ କୂଅରୁ ଉଦ୍ଧାର ହୋଇଛି। ସେମିଳିଗୁଡ଼ା ଥାନା ଚୋରିମାଳିଗଡ଼ାର କୂଅରୁ ମିଳିଛି ନାବାଳିକାଙ୍କ ମୃତଦେହ। ଶବ ମିଳିବା ପରେ ନାବାଳିକା ପରିବାର ଲୋକଙ୍କ ଥାନାରେ ଅଭିଯୋଗ କରିଛନ୍ତି।  ପାଖ ଗାଁର ଯୁବକ ନାବାଳିକାଙ୍କୁ ଅପହରଣ ପରେ ହତ୍ୟା କରିଥିବା […]

790-1

Tapas Behera
  • Published: Tuesday, 15 December 2020
  • , Updated: 15 December 2020, 10:12 PM IST

କୋରାପୁଟ:(ଓଡ଼ିଶା ରିପୋର୍ଟର):ପୁଣି ଜଣେ ଶିଶୁ କନ୍ୟା ବଳି ପଡ଼ିଲା। କୂଅରୁ ଉଦ୍ଧାର ହେଲା ନାବାଳିକାର ଶବ । ଏମିତି ଏକ ଅଭାବନୀୟ ଘଟଣା କୋରାପୁଟର ସେମିଳିଗୁଡ଼ାରେ ଆଲୋଡ଼ନ ସୃଷ୍ଟି କରିଛି। ଗତକାଲି ସନ୍ଧ୍ୟାରୁ ନିଖୋଜ ହୋଇଥିବା ନାବାଳିକାର ମୃତଦେହ କୂଅରୁ ଉଦ୍ଧାର ହୋଇଛି। ସେମିଳିଗୁଡ଼ା ଥାନା ଚୋରିମାଳିଗଡ଼ାର କୂଅରୁ ମିଳିଛି ନାବାଳିକାଙ୍କ ମୃତଦେହ।

ଶବ ମିଳିବା ପରେ ନାବାଳିକା ପରିବାର ଲୋକଙ୍କ ଥାନାରେ ଅଭିଯୋଗ କରିଛନ୍ତି।  ପାଖ ଗାଁର ଯୁବକ ନାବାଳିକାଙ୍କୁ ଅପହରଣ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଘଟଣାସ୍ଥଳରେ ପହଞ୍ଚିଲେ ବରିଷ୍ଠ ପୁଲିସ ଅଧିକାରୀ।  ସୁନାବେଡ଼ା ଓ ନନ୍ଦପୁରର SDPOଙ୍କ ସହ ୪ ଥାନାର IIC ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପରିବାର ଲୋକେ ଅଭିଯୋଗକ୍ରମେ ସମ୍ପୃକ୍ତ ଯୁବକଙ୍କୁ ପୁଲିସ ଅଟକ ରଖିଛି ।

Related story