‘ବାଏ ବାଏ ପିପୁଲ୍’, ଆପାର୍ଟମେଣ୍ଟରୁ ଖସି ପ୍ରାଣ ହରାଇବା ପୂର୍ବରୁ ଏପରି ପୋଷ୍ଟ କରିଥିଲେ ନାବାଳିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ‘ବାଏ ବାଏ ପିପୁଲ୍’। ଇନ୍‌ଷ୍ଟାଗ୍ରାମ୍‌ରେ ଶେଷ ଥର ଲାଗି ଏପରି ପୋଷ୍ଟ କରିବା ପରେ ଗତକାଲି ରାଜଧାନୀର ଏକ ଆପାର୍ଟମେଣ୍ଟରୁ ଖସି ପଡ଼ି ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା। ପ୍ରଥମେ ପ୍ରଥମେ ନାବାଳିକାଙ୍କ ମୃତ୍ୟୁକୁ ଆତ୍ମହତ୍ୟାଜନିତ ବୋଲି କୁହାଯାଉଥିବା ବେଳେ ଏବେ ଏହାକୁ ନେଇ ବଢ଼ୁଛି ସସ୍‌ପେନ୍ସ। ଏହା ଦୁର୍ଘଟଣା ନା ଆତ୍ମହତ୍ୟା ବର୍ତ୍ତମାନ ସେନେଇ ବଢ଼ିବାରେ ଲାଗିଛି ରହସ୍ୟ । ଗତକାଲି ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରୁ ଭାରସାମ୍ୟ ହରାଇ ନାବାଳିକା ଖସିପଡ଼ି ପ୍ରାଣ […]

bye-1-1..

Niharika Rout
  • Published: Monday, 17 February 2020
  • , Updated: 17 February 2020, 01:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ‘ବାଏ ବାଏ ପିପୁଲ୍’। ଇନ୍‌ଷ୍ଟାଗ୍ରାମ୍‌ରେ ଶେଷ ଥର ଲାଗି ଏପରି ପୋଷ୍ଟ କରିବା ପରେ ଗତକାଲି ରାଜଧାନୀର ଏକ ଆପାର୍ଟମେଣ୍ଟରୁ ଖସି ପଡ଼ି ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା। ପ୍ରଥମେ ପ୍ରଥମେ ନାବାଳିକାଙ୍କ ମୃତ୍ୟୁକୁ ଆତ୍ମହତ୍ୟାଜନିତ ବୋଲି କୁହାଯାଉଥିବା ବେଳେ ଏବେ ଏହାକୁ ନେଇ ବଢ଼ୁଛି ସସ୍‌ପେନ୍ସ। ଏହା ଦୁର୍ଘଟଣା ନା ଆତ୍ମହତ୍ୟା ବର୍ତ୍ତମାନ ସେନେଇ ବଢ଼ିବାରେ ଲାଗିଛି ରହସ୍ୟ ।

ଗତକାଲି ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରୁ ଭାରସାମ୍ୟ ହରାଇ ନାବାଳିକା ଖସିପଡ଼ି ପ୍ରାଣ ହରାଇଥିବା ନେଇ ପ୍ରାଥମିକ ସୂଚନା ମିଳିଥିଲା । କିନ୍ତୁ ଆଜି ସାମ୍ନାକୁ ଆସିଛି ସଂପୃକ୍ତ ଛାତ୍ରୀ ବ୍ୟବହାର କରୁଥିବା ସୋଶାଲ୍‌ ଆକାଉଣ୍ଟରୁ କିଛି ଚାଞ୍ଚଲ୍ୟକର ସୁରାଗ୍ । ଏହାପରେ ମୃତ୍ୟୁ ପଛରେ ଭିନ୍ନ କାରଣ ଥାଇପାରେ ବୋଲି ଚର୍ଚ୍ଚା ହେଉଛି।

ମୃତା ଛାତ୍ରୀ ଭୁବନେଶ୍ୱରର ଏକ ଘରୋଇ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ । ତାଙ୍କର ଇନଷ୍ଟାଗ୍ରାମ୍‌ରେ ଏକ ଆକାଉଣ୍ଟ ଥିବାବେଳେ ସେହି ଆକାଉଣ୍ଟରେ ମୃତ୍ୟୁ ପୂର୍ବରୁ ଇଂରାଜୀରେ ‘ବାଏ ବାଏ ପିପୁଲ୍’ ବୋଲି ଲେଖାଯାଇଛି । ଏପରି ପୋଷ୍ଟ ଦେଖି ବହୁ ବ୍ୟକ୍ତି ପ୍ରଶ୍ନ ପଚାରିଥିବା ବେଳେ ଉତ୍ତରରେ  ମୁଁ ସ୍ୱର୍ଗକୁ ଯିବି, ମୁଁ ମରିବାକୁ ଚାହେଁ ବୋଲି ଏମିତି ଅନେକ ଉତ୍ତର ଦେଇଛନ୍ତି ନାବାଳିକା।

ଯଦି ଇନ୍‌ଷ୍ଟାଗ୍ରାମ୍‌ର ଏହି ତଥ୍ୟ ସତ ହୋଇଥାଏ ତେବେ  ନାବାଳିକାଜଣକ ନିଜେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ପରିବାର ଲୋକେ କିନ୍ତୁ ଏ ସମ୍ପର୍କରେ ମୁହଁ ଖୋଲୁନାହାଁନ୍ତି । ହେଲେ କ’ଣ ପାଇଁ ସେ ଆତ୍ମହତ୍ୟା କରିବାକୁ ଚରମ ନିଷ୍ପତ୍ତି ନେଲେ ସେ ବିଷୟରେ କିଛି ଜଣା ପଡ଼ିନି। ସେପଟେ ପୁଲିସ୍‌ ଗତକାଲିଠୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

 

Related story