ଆମେ ଆଶ୍ଚର୍ଯ୍ୟ ହୋଇ ପଚାରିଲୁ ଶବ ସହ କାହିଁକି ? ସେ କହିଲା....

କଟକ(ଓଡ଼ିଶା ରିପୋର୍ଟର) ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲାରେ ଚାଞ୍ଚଲ୍ୟକର ଖୁଲାସା କରିଛି ଏସ୍‌ଆଇଟି। ନିଜର ଯୌନ ଲାଳସା ମେଣ୍ଟାଇବାକୁ ଯାଇ ୫ ବର୍ଷର ଝିଅକୁ ହତ୍ୟା ପରେ ଶବକୁ ଦୁଷ୍କର୍ମ କରିଥିଲା ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ । ଆଜି ପ୍ରେସ୍‌ମିଟ୍ କରି ଘଟଣା ଉପରୁ ପରଦା ହଟାଇ ଗଣମାଧ୍ୟମକୁ ଏହି ତଥ୍ୟ ଦେଇଛନ୍ତି SIT ମୁଖ୍ୟ ଅରୁଣ ବୋଥ୍ରା । ଖୋଦ୍ ଅଭିଯୁକ୍ତ ତାର ଦୋଷ ସ୍ୱୀକାର କରିଥିବା ବୋଥ୍ରା କହିଥିବା […]

arun-bothra

Tapas Behera
  • Published: Tuesday, 22 December 2020
  • , Updated: 22 December 2020, 06:53 PM IST

କଟକ(ଓଡ଼ିଶା ରିପୋର୍ଟର) ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲାରେ ଚାଞ୍ଚଲ୍ୟକର ଖୁଲାସା କରିଛି ଏସ୍‌ଆଇଟି। ନିଜର ଯୌନ ଲାଳସା ମେଣ୍ଟାଇବାକୁ ଯାଇ ୫ ବର୍ଷର ଝିଅକୁ ହତ୍ୟା ପରେ ଶବକୁ ଦୁଷ୍କର୍ମ କରିଥିଲା ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ । ଆଜି ପ୍ରେସ୍‌ମିଟ୍ କରି ଘଟଣା ଉପରୁ ପରଦା ହଟାଇ ଗଣମାଧ୍ୟମକୁ ଏହି ତଥ୍ୟ ଦେଇଛନ୍ତି SIT ମୁଖ୍ୟ ଅରୁଣ ବୋଥ୍ରା । ଖୋଦ୍ ଅଭିଯୁକ୍ତ ତାର ଦୋଷ ସ୍ୱୀକାର କରିଥିବା ବୋଥ୍ରା କହିଥିବା ବେଳେ ଅଧିକ ପ୍ରମାଣ ଯୋଗାଡ଼ ପାଇଁ ଯଦୁପୁର ଗାଁର ପୋଖରୀ ଶୁଖାଯିବା ସହ ସରୋଜକୁ ରିମାଣ୍ଡରେ ନେଇଛି SIT।

ଜୁଲାଇ ୧୪ରେ ଅଭିଯୁକ୍ତ ଘରକୁ ଜାମୁକୋଳି ଲୋଭରେ ଯାଇଥିଲା ନାବାଳିକା ଘରେ କେହି ନଥିବାର ସୁଯୋଗ ପାଇ ସରୋଜ ମୁଣ୍ଡକୁ ଜୁଟିଥିଲା ଦୁର୍ବୁଦ୍ଧି । ନବାଳିକାକୁ ଘର ଭିତରକୁ ଡାକି ଦୁଷ୍କର୍ମ ଉଦ୍ୟମ କରିଥିଲା ସରୋଜ । ଆଉ ସେଥିରେ ସେ ବାଧା ଦେବାରୁ ନାବାଳିକାର ତଣ୍ଟି ଚିପି ହତ୍ୟା କରିଥିଲା ସରୋଜ । ପରେ ମୃତଦେହ ସହ ଦୁଷ୍କର୍ମ କରିଥିଲା ଆଉ ଅଖାରେ ପୁରାଇ ତାର ଡେଡ୍‌ବଡ଼ିକୁ ବାଡ଼ିପଟ ପୋଖରୀ ନିକଟରେ ଫିଙ୍ଗି ଦେଇଥିଲା।

ଏସ୍ଆଇଟି ଦାବି କରିଛି ଯେ, ଅଭିଯୁକ୍ତ ସ୍ୱୀକାର କରିଛି ଘଟଣା ଦିନ ପୂର୍ବ ରାତିରେ ମୋବାଇଲରେ ଅଶ୍ଳୀଳ ଭିଡିଓ  ଦେଖିଥିଲା । ଏସବୁ ଦେଖିବା ପରେ ହିଁ ଏଭଳି କାଣ୍ଡ କରିଥିଲା। ତେବେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି ଯେ, ମୋର ୨୨ ବର୍ଷ ଚାକିରି ଅଭିଜ୍ଞତାରେ ଏମିତି କେସ୍‌ ଶୁଣିଛି। ହେଲେ କେବେ ଅନୁଭୂତି ନାହିଁ। ତେଣୁ ଆମେ ଟିକେ ଆଶ୍ଚର୍ଯ୍ୟ ହୋଇ ପଚାରିଲୁ। ଶବ ସହିତ କାହିଁକି। ସରୋଜ କହିଲେ ଯେ ମୁଁ ବହୁତ ଗୁଡ଼ାଏ ପର୍ଣ୍ଣଗ୍ରାଫି ଭିଡିଓ ଦେଖେ। ପର୍ଣ୍ଣୋଗ୍ରାଫିରେ ଡେଡ୍‌ ବଡିସହ ସେକ୍ସ କରିବା ମୁଁ ଅନେକ ଗୁଡ଼ିଏ ଭିଡିଓ ଦେଖିଛି ବୋଲି ସେ ସ୍ୱୀକାର କରିଥିବା ବୋଥ୍ରା କହିଛନ୍ତି।

ତେବେ କେମିତି ସନ୍ଦେହ ଘେରକୁ ଆସିଥିଲା ସରୋଜ? ଏସ୍ଆଇଟି ମୁଖ୍ୟ କହିଛନ୍ତି ତଦନ୍ତ ବେଳେ ଗାଁର ସବୁ ଲୋକଙ୍କ ପ୍ରୋଫାଇଲ ନିଆଯାଇଥିଲା । ଘଟଣା ଦିନ କାହା ଘରେ କିଏ ଥିଲେ, କିଏ ନଥିଲେ ତାର ଟିକିନିଖି ଯାଞ୍ଚ ବେଳେ ସରୋଜ ହିଁ ସେଦିନ ଘରେ ଏକୁଟିଆ ଥିବା ଜାଣିବାକୁ ମିଳିଥିଲା । ଦ୍ୱିତୀୟରେ ସରୋଜଙ୍କ ମୋବାଇଲ୍ ଯା଼ଞ୍ଚ ବେଳେ ଏକ  ୩ ବର୍ଷର ଝିଅକୁ ହତ୍ୟା ଓ ଦୁଷ୍କର୍ମ ସଂପର୍କିତ ନ୍ୟୁଜ୍‌ ପପ୍-ଅପ୍ ଆସିଥିଲା । ଏଥିରୁ ସନ୍ଦେହ କରି ନାବାଳିକା କଥା ପଚାରୁ ପଚାରୁ ସରୋଜ ଓଲଟା SITକୁ ପ୍ରମାଣ ମାଗିଥିଲା । ସେହିପରି ଗାଁର ଅଧିକାଂଶ ଲୋକ ପଲିଗ୍ରାଫ୍ ଟେଷ୍ଟ ପାଇଁ ରାଜି ହୋଇଥିଲେ ବି ପ୍ରଥମରୁ ରାଜି ହୋଇନଥିଲା ସରୋଜ । ପରେ ପଲିଗ୍ରାଫ୍ ଟେଷ୍ଟରୁ ସେ ଯାହା କହିଥିଲା ମିଛ ବୋଲି ପ୍ରମାଣିତ ହୋଇଛି।

ଅଭିଯୁକ୍ତ ତଦନ୍ତକାରୀ ଟିମ୍ ନିକଟରେ ଦୋଷ ସ୍ୱୀକାର କରିଥିଲେ ବି ଘଟଣାରେ ଜଣେ ହେଲେ ପ୍ରତ୍ୟକ୍ଷଦର୍ଶୀ ନଥିବା ସ୍ପଷ୍ଟ କରିଛି SIT । ଏଥିପାଇଁ ବୈଜ୍ଞାନିକ ପ୍ରମାଣ ଏକାଠି ହେଉଛି । ସେପଟେ ଘଟଣାରେ ଆଉ କାହାର ସଂପୃକ୍ତି ଅଛି, ଜାଣିବାକୁ ଅଭିଯୁକ୍ତ ସରୋଜକୁ ୩ ଦିନିଆ ରିମାଣ୍ଡରେ ଆଣିଛି SIT । ତା ସହ ବାଡ଼ିପଟ ପୋଖରୀରେ ନାବାଳିକାର ଲେଙ୍ଗିଗ୍ସ ଫିଙ୍ଗା ଯାଇଥିବା ଜଣାପଡ଼ିବା ପରେ ତାକୁ ଖୋଜିବା ପାଇଁ ପୋଖରୀକୁ ଶୁଖାଯାଉଛି । ତେବେ ମୃତଦେହ ନଷ୍ଟ ପାଇଁ କେମିକାଲ୍ ବ୍ୟବହାର ହୋଇନଥିବା ପରୀକ୍ଷାରୁ ଜଣାପଡ଼ିଛି । ମାମଲାରେ ଅନ୍ୟ କେହି ସଂପୃକ୍ତ ନା ନାହିଁ ତାର ଖୋଳତାଡ଼ ଜାରି ରହିଛି।

Related story