ରାଉରକେଲା(ସତ୍ୟାନନ୍ଦ ମହାନ୍ତି): କୁକୁଡା ପାଇଁ ବଳିପଡ଼ିଲା ନାବାଳିକା। ହତ୍ୟାକାଣ୍ଡର ଶିକାର ହେଲେ ନାବାଳିକା। ସୁନ୍ଦରଗଡ଼ ଜିଲ୍ଲା ହାତୀବାରି ଥାନା ଅନ୍ତର୍ଗତ ଗୋପୁର କୁମ୍ଭରପଡ଼ା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକଙ୍କ ନାଁ ରୋଶନି ଡୁଙ୍ଗଡୁଙ୍ଗ। ଅଭିଯୁକ୍ତ ନାଁ ସମୀର ଡୁଙ୍ଗଡୁଙ୍ଗ।
ସୂଚନାଅନୁସାରେ, ରୋଶନିଙ୍କ ଘରେ ଥିବା ସାତୋଟି କୁକୁଡ଼ା ହଠାତ୍ ମରିଯାଇଥିଲେ। ତେବେ ତାଙ୍କ ପଡୋଶୀ ସମୀରଙ୍କ ପରିବାର ଲୋକେ ଏହି କୁକୁଡାକୁ ବିଷ ଦେଇଥିବା ରୋଶନିଙ୍କ ପରିବାର ଲୋକେ ସନ୍ଦେହ କରି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ସମୀରଙ୍କ ମୁଣ୍ଡ ଫାଟି ଯାଇଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ସମୀର ଗତକାଲି ସନ୍ଧ୍ୟାରେ ଏକ କାଠ ଫାଳିଆରେ ରୋଶନିଙ୍କ ପରିବାର ଉପରେ ଆକ୍ରମଣ କରିଥିଲ। ଏହି ଆକ୍ରମଣରେ ରୋଶନିର ମୁଣ୍ଡରେ ଆଘାତ ଲାଗିଥିଲା।
ଗୁରୁତର ଅବସ୍ଥାରେ ରୋଶନିଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ପୁଲିସ୍ ଅଭିଯୁକ୍ତ ସମୀରକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
କେଉଁଠି ବସ୍ ଚାପି ଦେଲା, କେଉଁଠି ଟ୍ରକ୍ ପିଟି ଦେଲା; ୬ ମୃତ, ୧୫ରୁ ଅଧିକ ଆହତ
କାର ପିଟି ଦେବାରୁ ଚାଲିଗଲା ଶାଶୁଙ୍କ ଜୀବନ। ଜ୍ୱାଇଁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି।
Miscellaneous
କଳକୀ କିଏ? ଏମିତି କହିଲେ ବାବା ବଳିଆ
ବାବା ବଳିଆ କହିଛନ୍ତି, ଆମେ ପିଲା ଦିନରୁ ଅନେକ କଳକୀ, ଅନେକ ମାଧବ ଓ ଅନେକ କୃଷ୍ଣଙ୍କୁ ଦେଖିଛୁ। ତାଙ୍କ ସହିତ କଥାବାର୍ତ୍ତା ହୋଇଛୁ। ସେମାନେ ସବୁବେଳେ ଦାବି କରନ୍ତି, ଆମେ କଳକୀ ବୋଲି।
Entertainment
ଅନନ୍ତ, ଶ୍ରୀନିବାସ ଓ ଜୟୀ ଗ୍ରହଣ କଲେ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’
୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ଦୀପନ୍ୱିତ ଦାସ ମହାପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ଡାଲଚିନି’ ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି।