କଳଙ୍କ ମୁଣ୍ଡାଇଲା କୁଆଁରୀ କନ୍ୟା: ଗୁରୁ କରିଦେଲେ ଗର୍ଭବତୀ, ଦଣ୍ଡ ଭୋଗୁଛନ୍ତି ପୀଡ଼ିତାଙ୍କ ପରିବାର, ଗାଁରେ ନିଆଁପାଣି ବାସନ୍ଦ

ଲମତାପୁଟ/କୋରାପୁଟ: ନିଆଁ ନାହିଁ କି ପାଣି ନାହିଁ । ମିଳାମିଶା ତ’ ଦୂରର କଥା ।  ମୁହଁକୁ ବି ଚାହୁଁ ନାହାଁନ୍ତି ଗାଁ ଲୋକେ। କିଏ ଟାହିଟାପରା କରୁଛି ତ’ ଆଉ କିଏ ଗାଳିମନ୍ଦ। ତଥାପି ମୁଣ୍ଡ ପୋତି ସହି ନେବାକୁ ବାଧ୍ୟ ହେଉଛନ୍ତି କୋରାପୁଟ ନନ୍ଦପୁର ବ୍ଲକ ଖମରା ଗାଁର ଏକ  ଆଦିବାସୀ ପରିବାର ।

ଶିକ୍ଷକଙ୍କ ଦ୍ୱାରା ଜଣେ ଛାତ୍ରୀ ଗର୍ଭବତୀ ହେବା ପରେ ଗାଁ ଲୋକଙ୍କ ଦ୍ୱାରା ସାଂଘାତିକ ମାନସିକ ଯନ୍ତ୍ରଣାର ଶିକାର ହୋଇଛନ୍ତି ପରିବାର ଲୋକେ।  ସମ୍ପୃକ୍ତ ଛାତ୍ରୀଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି।  ଗତ ୧୫ ଦିନ ହେଲାଣି ଏଭଳି ସଙ୍କଟ ଭିତରେ ଗତିକରୁଛନ୍ତି ଏହି ଆଦିବାସୀ ପରିବାର।  ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଏବେ ଜେଲରେ ଥିବାବେଳେ ପୀଡ଼ିତାଙ୍କ ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନବାଚୀ ।

ବାଲଡ଼ା ବାଳିକା ସେବାଶ୍ରମରେ ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକା ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ଗର୍ଭବତୀ ହେବା ପରେ ସମାଜରୁ ସମ୍ପୂର୍ଣ୍ଣ ବାସନ୍ଦ କରାଯାଇଛି। ଏପରିକି ନଳକୂଅ କିମ୍ବା କୂଅରୁ ସାହି ଲୋକେ ପ୍ରଥମେ ପାଣି ନେବା ପରେ ତାଙ୍କ ପରିବାର ଲୋକଙ୍କୁ ପାଣି ମିଳୁଛି । ଗତ ୧୫ ଦିନ ହେଲାଣି କେହି ବି କୌଣସି ସୁଖଦୁଃଖରେ ସାମିଲ ହେଉନାହାନ୍ତି।

ଆଦିବାସୀଙ୍କ ପରମ୍ପରା ଅନୁଯାୟୀ, ଗାଁ ଏବଂ ସାହି ଲୋକଙ୍କୁ ଭୋଜିଭାତ ଦେଲେ ତାଙ୍କ ଉପରୁ ସାମାଜିକ ବାସନ୍ଦ ଉଠିଯାଇପାରେ।  ସେପଟେ ଜିଲ୍ଲା ମଙ୍ଗଳ ଅଧିକାରୀ କହିଛନ୍ତି, ଜିଲ୍ଲାପାଳଙ୍କୁ ଏ ସମ୍ପର୍କିତ ଏକ ତଦନ୍ତ ରିପୋର୍ଟ ଦିଆଯାଇଛି। ସାମାଜିକ ବାସନ୍ଦ ନେଇ କୌଣସି ଲିଖିତ ଅଭିଯୋଗ ତାଙ୍କ ପାଖରେ ନ ଥିବା ସେ କହିଛନ୍ତି। ସଂଯମତାର ଅଭାବ ହେଉ କିମ୍ବା ସଚେତନତାର ଅଭାବ। ନାବାଳିକା ଝିଅଟିର ଏଭଳି କୁଆଁରୀ ମାତୃତ୍ୱକୁ ନେଇ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ପରିବାର ଲୋକେ।

ଦେଖନ୍ତୁ ଭିଡିଓ ସହ ରିପୋର୍ଟ: ଉପର ଫଟୋଟି ପ୍ରତୀକାତ୍ମକ ଦୃଷ୍ଟିରୁ ଦିଆଯାଇଛି।

Ordigital Desk
• Published: Sunday, 22 October 2017
• Updated: 22 October 2017, 10:03 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos