ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲା, ରାଜି ନହେବାରୁ ଦୁଷ୍କର୍ମ କଲା

ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଜଣେ ୧୫ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସିମୁଳିଆ ପୋଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

ଅଭିଯୋଗ ଅନୁଯାୟୀ, ଏହି ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ବ୍ୟକ୍ତି ଜଣଙ୍କ ତାଙ୍କ ପଡ଼ୋଶୀ। ଅଭିଯୁକ୍ତ ଚେଙ୍ଗ (୪୦) ନାବାଳିକା ଜଣଙ୍କୁ ପ୍ରେମ କରୁଥିବା ଓ ତାଙ୍କୁ ବାହା ହେବାକୁ ଚାହୁଁଥିବା କହି ତା’ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲା। ତେବେ ନାବାଳିକା ଜଣଙ୍କ କେବେ ଏଥିରେ ରାଜି ହୋଇନଥିଲା। ଦିନେ ସେ ବାହାରକୁ ଶୌଚ ଯାଇଥିବା ବେଳେ ଅଭିଯୁକ୍ତ ତାଙ୍କୁ ଉଠାଇ ନେଇଥିଲା ଓ ଦୁଷ୍କର୍ମ କରିଥିଲା। ଏହା ପରେ ସେ ତାଙ୍କୁ ଡରାଇ ବାରମ୍ବାର ଦୁଷ୍କର୍ମ କରିଥିଲା। ଅସହାୟ ନାବାଳିକା ଜଣଙ୍କ ଶେଷରେ ଏ ବିଷୟରେ ବାଲେଶ୍ୱର ଶିଶୁ କଲ୍ୟାଣ ସମିତିରେ ଅଭିଯୋଗ କରିଥିଲେ। ଏହା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସିମୁଳିଆ ଥାନା ପୋଲିସ୍ ଏନେଇ ମାମଲା ରୁଜୁ କରିଥିଲା। ଆଜି ଉଭୟଙ୍କର ଡାକ୍ତରୀ ମାଇନା କରାଯିବ।

ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଗୁରୁବାର ଅଭିଯୋଗ ହୋଇଥିଲା। ବୁଧବାର ରାତିରେ ଘରେ କେହି ନଥିବାର ସୁଯୋଗ ନେଇ ଗାଁର ୫୬ ବର୍ଷୀୟ ଜଣେ ପଡ଼ୋଶୀ ଦୁଷ୍କର୍ମ କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।

Ordigital Desk
• Published: Friday, 18 May 2018
• Updated: 18 May 2018, 08:25 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos