ଚାକିରି କରାଇଦେବା ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ!

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): ଚାକିରି କରାଇଦେବା ବାହାନାରେ ଘରୁ ଡାକିନେଇ ଜଣେ ନାବାଳିକାଙ୍କୁ ଦେହ ବ୍ୟବସାୟ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଛି। କୌଶଳ କ୍ରମେ ସେଇ ନରରୂପୀ ରାକ୍ଷସଙ୍କ କବଳରୁ ମୁକୁଳି ନାବାଳିକା ଜଣକ ପଡ଼ୋଶୀଙ୍କ ସହାୟତାରେ ଘରକୁ ଖବର ଦେଇଥିଲେ। ପରେ ପୁଲିସ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୂରା ଘଟଣା ଏମିତି। ଚାକିରି କରାଇଦେବା ବାହାନାରେ ଗତ ୩୦ ତାରିଖରେ […]

rape

Manoranjan Sial
  • Published: Friday, 05 July 2019
  • , Updated: 05 July 2019, 06:09 PM IST

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): ଚାକିରି କରାଇଦେବା ବାହାନାରେ ଘରୁ ଡାକିନେଇ ଜଣେ ନାବାଳିକାଙ୍କୁ ଦେହ ବ୍ୟବସାୟ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଛି। କୌଶଳ କ୍ରମେ ସେଇ ନରରୂପୀ ରାକ୍ଷସଙ୍କ କବଳରୁ ମୁକୁଳି ନାବାଳିକା ଜଣକ ପଡ଼ୋଶୀଙ୍କ ସହାୟତାରେ ଘରକୁ ଖବର ଦେଇଥିଲେ। ପରେ ପୁଲିସ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୂରା ଘଟଣା ଏମିତି। ଚାକିରି କରାଇଦେବା ବାହାନାରେ ଗତ ୩୦ ତାରିଖରେ ଲିମା(ଛଦ୍ମନାମ)ଙ୍କୁ ପଡ଼ିଶା ଘରର ଜଣେ ମହିଳା ଡାକି ନେଇଯାଇଥିଲେ। କିନ୍ତୁ ସେ ତାଙ୍କୁ ଚାକିରି ଦେବା ପରିବର୍ତ୍ତେ ବାଲେଶ୍ୱରରେ ଏକ ଭଡ଼ା ଘରେ ତାଲା ପକାଇ ରଖିଥିଲେ। ଏହି ସମୟରେ ସମ୍ପୃକ୍ତ ମହିଳାଙ୍କ ଦ୍ୱିତୀୟ ସ୍ୱାମୀ ଲିମାଙ୍କ ସହିତ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିଲେ। ଦେହ ବ୍ୟବସାୟରେ ନିୟୋଜିତ ହେବା ପାଇଁ ସେ ଲିମାଙ୍କୁ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ଝିଅ ଘରେ ନଥିବାରୁ ପରିବାର ଲୋକେ ଏନେଇ ତାଳଚୁଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରିଥିଲା। ହେଲେ ନାବାଳିକାଙ୍କୁ ଉଦ୍ଧାର କରିପାରିନଥିଲା।

ଦିନେ ଝରକା ଖୋଲା ଥିବାରୁ ପଡ଼ୋଶୀଙ୍କୁ ସାହାଯ୍ୟ ମାଗିଥିଲେ ଲିମା। ପଡ଼ୋଶୀମାନେ ଲିମାଙ୍କ ଠାରୁ ପୂରା ଘଟଣା ଶୁଣିବା ପରେ ତାଙ୍କୁ ସାହାଯ୍ୟ କରିଥିଲେ। ସେମାନେ ଫୋନ୍‌ କରି ଲିମାଙ୍କ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ରଞ୍ଜନ କୁମର ଦେ’ଙ୍କ ନେତୃତ୍ୱରେ ଏକ ଟିମ୍‌ ବାଲେଶ୍ୱର ପୁଲିସ ସହାୟତାରେ ଲିମାଙ୍କୁ ଉକ୍ତ ଘରୁ ଗତକାଲି ରାତିରେ ଉଦ୍ଧାର କରି ଡାକ୍ତରୀ ମାଇନା ପାଇଁ ପଠାଇଛି। ଅନ୍ୟପକ୍ଷରେ ତାଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଘରୁ ଡାକି ନେଇଥିବା ସମ୍ପୃକ୍ତ ମହିଳା ଓ ତାଙ୍କ ଦ୍ୱିତୀୟ ସ୍ୱାମୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

Related story