ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ ଜେଲ

କଟକ(ଓଡ଼ିଶା ରିପୋର୍ଟର): ଭଡ଼ା ଘର ଉପର ମହଲାରେ ରହୁଥିବା ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ବାରମ୍ବାର ଦୁଷ୍କର୍ମ କରିଥିଲା। ନାବାଳିକା ଗର୍ଭବତୀ ହେବା ପରେ ଛାନିଆ ହୋଇ କୋଲକାତା ଗର୍ଭନଷ୍ଟ କରିବାକୁ ନେଇ ଯାଇଥିଲା। ଏହି ମାମଲାରେ ଅଭିଯୁକ୍ତକୁ ଦୋଷୀ ପ୍ରମାଣିତ କରି ଅଜୀବନ ଜେଲ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ। ଅଭିଯୁକ୍ତ ଜଣକ ପୂର୍ବ ମେଦିନୀପୁରର ଖୋକନ୍ ମାଇତି। ସେ ଟାଙ୍ଗୀ ଥାନା ଅଂଚଳରେ ଏକ ଭଡ଼ା ଘରେ ରହୁଥିଲା। […]

POSCO-case

  • Published: Tuesday, 31 May 2022
  • , Updated: 31 May 2022, 04:52 PM IST

କଟକ(ଓଡ଼ିଶା ରିପୋର୍ଟର): ଭଡ଼ା ଘର ଉପର ମହଲାରେ ରହୁଥିବା ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ବାରମ୍ବାର ଦୁଷ୍କର୍ମ କରିଥିଲା। ନାବାଳିକା ଗର୍ଭବତୀ ହେବା ପରେ ଛାନିଆ ହୋଇ କୋଲକାତା ଗର୍ଭନଷ୍ଟ କରିବାକୁ ନେଇ ଯାଇଥିଲା। ଏହି ମାମଲାରେ ଅଭିଯୁକ୍ତକୁ ଦୋଷୀ ପ୍ରମାଣିତ କରି ଅଜୀବନ ଜେଲ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ।

ଅଭିଯୁକ୍ତ ଜଣକ ପୂର୍ବ ମେଦିନୀପୁରର ଖୋକନ୍ ମାଇତି। ସେ ଟାଙ୍ଗୀ ଥାନା ଅଂଚଳରେ ଏକ ଭଡ଼ା ଘରେ ରହୁଥିଲା। ସେହି ଘର ଉପର ମହଲା ରହୁଥିଲେ ପୀଡ଼ିତା ନାବାଳିକା। ନାବାଳିକାଙ୍କ ଘରେ କେହି ରହୁ ନ ଥିବା ବେଳେ ଏବଂ ବିଭିନ୍ନ ସମୟରେ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା। ନାବାଳିକା ଗର୍ଭବତୀ ହେବା ପରେ କାହାକୁ ନ କହିବା ପାଇଁ ଧମକ ଦେଇଥିଲା। କେବଳ ଏତିକି ନୁହେଁ ଗର୍ଭନଷ୍ଟ କରିବା ପାଇଁ ପୀଡ଼ିତାକୁ କୋଲକାତା ମଧ୍ୟ ନେଇ ଯାଇଥିଲା। ତେବେ ଏ ନେଇ ପରିବାର ଲୋକେ ଜାଣିବା ପରେ ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲାର ତଦନ୍ତ କରି ଅଭିଯୁକ୍ତ ଦୁଷ୍କର୍ମକାରୀକୁ କୋଲକାତାରୁ ଗିରଫ କରିଥିଲା। ଏହି ମାମଲାର ବିଚାର ପୋକ୍ସ କୋର୍ଟରେ ଚାଲିଥିଲା।

କୋର୍ଟ ଅଭିଯୁକ୍ତକୁ ଦୋଷୀ ବୋଲି ଶୁଣାଣି କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୮ ଟି ପ୍ରମାଣ ଆଧାରରେ କୋର୍ଟ ଏହି ଶୁଣାଣି କରିଛନ୍ତି।

Related story