ଲଜ୍ଜାଜନକ ଭାଇରାଲ୍ ଭିଡିଓ: ରାସ୍ତାରେ କଲେଜ ଝିଅକୁ ଗଣ-ଅସଦାଚରଣ, ମିଳିମିଶି ଟଣାଓଟରା

Ordigital Desk
  • Published: Saturday, 02 December 2017
  • , Updated: 02 December 2017, 07:40 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକୁ ଦିନ ବର୍ବରତା ସୀମା ଟପୁଛି। ଓଡ଼ିଶାରେ ଝିଅମାନଙ୍କ ପ୍ରତି ଅସଦାଚରଣ ଏକ ସାଧାରଣ ଘଟଣାରେ ପରିଣତ ହେଲାଣି। ଏ ସବୁ ଏବେ ଆଉ ଲୁଚାଛପା ବି ହେଉନି। ଦିନ ଦ୍ୱିପ୍ରହରେ, ରାସ୍ତା ମଝିରେ ହେଉଛି ଏମିତି ସବୁ ଲଜ୍ଜାଜନକ କାଣ୍ଡ। ଯାହା ଶୁଣିଲେ ଆପଣଙ୍କ ମୁଣ୍ଡ ନୋଇଁ ଯିବ। ଶନିବାର &lsquo;ଓଡ଼ିଶା ରିପୋର୍ଟର&rsquo;ର ହସ୍ତଗତ ହୋଇଥିବା ଏକ ଭାଇରାଲ ଭିଡିଓ ଦେଖିଲେ ଆପଣ ବି ସେଇଆ ଭାବିବେ। ଭିଡିଓଟି ବରଗଡ଼ ଅଂଚଳରୁ ଆସିଛି।</p> <p>ଭିଡ଼ିଓରେ ଥିବା ଦୃଶ୍ୟ ଏହିପରି। ଜଣେ କଲେଜ ପଢୁଆ ଛାତ୍ରୀ ନିଜର ଜଣେ ବନ୍ଧୁଙ୍କ ସହ ରାସ୍ତାରେ ଯାଉଥିବା ବେଳେ, କେତେକ ଅସାମାଜିକ ଯୁବକ ମିଳିମିଶି ତାଙ୍କୁ ପିଛା କରୁଛନ୍ତି। ଯୁବତୀ କଲେଜ୍ ପୋଷାକରେ ବି ଅଛନ୍ତି। ଦୁର୍ବୃତ୍ତଙ୍କ ମିଳିତ ଟଣା ଓଟରାର ଶିକାର ହୋଇ ଯୁବତୀଟି ପ୍ରାଣ ବିକଳରେ ଦୌଡିବାକୁ ଆରମ୍ଭ କରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅତି ବିକୃତ ଢଙ୍ଗରେ ଜାବୁଡ଼ି ଧରି ଅଟକାଇବାକୁ ଚେଷ୍ଟା କରୁଛନ୍ତି। ଯାହାକୁ ନେଇ ଅତିଷ୍ଟ ଯୁବତୀ ବଡ଼ପାଟି କରି ତାଙ୍କୁ ଛାଡ଼ିଦେବାକୁ କାକୁତି ମିନତୀ ହେଉଛନ୍ତି। ଆଉ ତା ପରେ ଆରମ୍ଭ ହେଉଛି ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ତାଙ୍କ ବନ୍ଧୁଙ୍କୁ ମାଡ଼।</p> <p>କେତେକ ଯୁବକ ତାଙ୍କ ଯୁବତୀଙ୍କ ବନ୍ଧୁଙ୍କୁ ମାଡ଼ ମାରୁଥିବା ବେଳେ ଧରାପଡିଯିବା ଭୟରେ ମୁହଁରେ ଗାମୁଛା ବାନ୍ଧିଥିବା ଦେଖାଯାଉଛି। ପୁଣି ଆଉ କେତେକ ଚକ୍ରବ୍ୟୂହ ଭଳି ଘେରିଯାଇ ଉକ୍ତ ଛାତ୍ରୀଙ୍କୁ ଶାରୀରିକ ଅସଦାଚରଣ କରିବାରେ ଲାଗିଛନ୍ତି। ଦୁର୍ବୃତ୍ତମାନଙ୍କ ଆଚରଣରୁ ଜଣଆପଡୁଛି ସେମାନେ ଯୁବତୀଙ୍କ ଅଶ୍ଳୀଳ ବ୍ୟବହାର କରିବା ଉଦ୍ଦେଶ୍ୟରେ ହିଁ ମୁହଁରେ ଗାମୁଛା ବାନ୍ଧିଛନ୍ତି। ଏହି ସମୟରେ ଏକାଧିକ ଯୁବକ ନିଜ ନିଜ ମୋବାଇଲ୍&zwnj;ରେ ଏହି ଦୃଶ୍ୟକୁ ସୁଟିଂ କରୁଛନ୍ତି। କିଛି ସମୟ ପରେ ଯୁବତୀ ତାଙ୍କ ବନ୍ଧୁଙ୍କ ସହ ଦଉଡିବା ଆରମ୍ଭ କରିବା ପରେ ପାଖାପାଖି ୨୦ ଜଣ ଅସମାଜିକ ଯୁବକ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ସେମାନଙ୍କୁ ଗୋଡାଉଛନ୍ତି। (ଭିଡିଓ ଦେଖନ୍ତୁ)</p> <p>ପାରିପାର୍ଶ୍ୱିକ ସ୍ଥିତିରୁ ଲାଗୁଛି ଯୁବତୀ ଜଣକ କଲେଜରୁ ଫେରୁଥିବା ବେଳେ ଏହି କାଣ୍ଡ ଘଟିଛି। ସେ ନିଜେ କଲେଜ ୟୁନିଫର୍ମ ପିନ୍ଧିଥିବା ବେଳେ ତାଙ୍କ ବନ୍ଧୁ କିନ୍ତୁ ସାଧା ପୋଷାକରେ ଥିବା ପରି ଲାଗୁଛନ୍ତି। ଜାଗାଟି ମଧ୍ୟ ଖୁବ୍ ନିଛାଟିଆ ଲାଗୁଛି। କୌଣସି ଜଙ୍ଗଲ ଭିତରର ପିଚୁ ରାସ୍ତାରେ ଏହି ଅଘଟଣା ଘଟିଛି। ଦୃଶ୍ୟଟି ଏମିତି ହୋଇଛି, ଯେମିତି କୌଣସି ଗଣଧର୍ଷଣ ପୂର୍ବର ଉପକ୍ରମ ପରି ଲାଗୁଛି।</p>

Related story