ଓଲିଉଡ୍‌କୁ ଫେରିଲା ପୁରୁଣା ରୋଗ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭିଯୋଗ ଓ ଆକ୍ଷେପକୁ ନେଇ ଅଡୁଆରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର ସେଲିବ୍ରିଟି । କିଛି ଦିନ ପରେ ଓଲିଉଡ୍‌କୁ କାଷ୍ଟିଂ କାଉଚ୍ ଭଳି ସଙ୍ଗୀନ୍ ଅଭିଯୋଗ ଫେରିଛି।  ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ଆସିଛି ଗୁରୁତର ଅଭିଯୋଗ। ଅଭିନୟ ମୋହରେ ଓଲିଉଡ୍ ଆସୁଥିବା ଜଣେ ଯୁବତୀ ପିଣ୍ଟୁଙ୍କ ନାଁରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ପିଣ୍ଟୁ ଅଭିନୟ କରୁଥିବା ଏକ ଫିଲ୍ମରେ ତାଙ୍କୁ ରୋଲ୍ ଦେଇ ରାତାରାତି ଷ୍ଟାର କରିଦେବାର ସ୍ୱପ୍ନ ଦେଖାଇବା ସହ […]

7890

7890

Tapas Behera
  • Published: Thursday, 30 July 2020
  • Updated: 30 July 2020, 07:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭିଯୋଗ ଓ ଆକ୍ଷେପକୁ ନେଇ ଅଡୁଆରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର ସେଲିବ୍ରିଟି । କିଛି ଦିନ ପରେ ଓଲିଉଡ୍‌କୁ କାଷ୍ଟିଂ କାଉଚ୍ ଭଳି ସଙ୍ଗୀନ୍ ଅଭିଯୋଗ ଫେରିଛି।  ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ଆସିଛି ଗୁରୁତର ଅଭିଯୋଗ।

https://youtu.be/C7LQO_q4bjw

ଅଭିନୟ ମୋହରେ ଓଲିଉଡ୍ ଆସୁଥିବା ଜଣେ ଯୁବତୀ ପିଣ୍ଟୁଙ୍କ ନାଁରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ପିଣ୍ଟୁ ଅଭିନୟ କରୁଥିବା ଏକ ଫିଲ୍ମରେ ତାଙ୍କୁ ରୋଲ୍ ଦେଇ ରାତାରାତି ଷ୍ଟାର କରିଦେବାର ସ୍ୱପ୍ନ ଦେଖାଇବା ସହ ତାଙ୍କ କଥାରେ ରାଜି ହୋଇଯିବାକୁ କହିଥିଲେ ବୋଲି ଅଭିଯୋଗ କରିଛନ୍ତି ଯୁବତୀ ।

ଏନେଇ ଗତକାଲି ବିଳମ୍ବିତ ରାତିରେ ନୟାପଲ୍ଲୀ ଥାନାରେ ଏତଲା ବି ଦେଇଛନ୍ତି । ଏମିତିକି ତାଙ୍କ ପ୍ରସ୍ତାବରେ ରାଜି ନହେବାରୁ ହୋଟେଲ ବାହାରେ ପିଣ୍ଟୁ ତାଙ୍କୁ ଟଣାଓଟରା ସହ ଖରାପ ବ୍ୟବହାର କରିଥିବା ଅଭିଯୋଗ ବି ଆଣିଛନ୍ତି। ଏପଟେ ତାଙ୍କ ବିରୋଧରେ ଏଭଳି ଅଭିଯୋଗକୁ ସିଧା ଖଣ୍ଡନ କରିଛନ୍ତି ପିଣ୍ଟୁ ନନ୍ଦ । ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଯୁବତୀଙ୍କୁ ସେ ଆଦୌ ଚିହ୍ନି ନଥିବା କହିଛନ୍ତି । ସେପଟେ ଏ ମାମଲା ଭିତରେ ମାନସ ନାମକ ଜଣେ ଯୁବକଙ୍କ ନାଁ ଆସୁଥିବା ଏବଂ ସେ ହିଁ ଯୁବତୀଙ୍କୁ ସୁଟିଂ ସେଟ୍‌କୁ ଆଣିଥିବାରୁ ତାଙ୍କ ଭୂମିକା ଉପରେ ବି ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos