ଉପନିର୍ବାଚନ ପୂର୍ବରୁ ବିଜେପୁରରେ ବିଜେପି କର୍ମୀଙ୍କ ଘର ଉପରକୁ ଗୁଳିମାଡ଼

ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପୂର୍ବରୁ ଗୁଳି ଫୁଟିଛି। ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଜେପୁରର ପଡ଼ାଗାଁରେ ରହୁଥିବା ଜଣେ ବିଜେପି କର୍ମୀଙ୍କ ଘର ଉପରକୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। କର୍ମୀ ଜଣକ ହେଲେ ମନୋରଂଜନ ମେହେର।  ଘଟଣା ନେଇ ବିଜେପୁର ଥାନାରେ ମନୋରଂଜନଙ୍କ ଭାଇ ଏତଲା ଦେଇଛନ୍ତି।  ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଗାଁରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ଗତକାଲି ୩ ଜଣ ଦୁର୍ବୃତ୍ତ ଏକ ବୋଲେରୋ ଗାଡ଼ିରେ ଆସି ମନୋରଂଜନଙ୍କ ଘର ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ଘରର କବାଟକୁ ଦୁଇଟି ଗୁଳି ବାଜି ଥିବା ବେଳେ  ଆଉ ଗୋଟିଏ ଗୁଳି ଘର କାନ୍ଥରେ ବାଜିଥିଲା। ଦୁର୍ବୃତ୍ତମାନେ ମୁଖାପିନ୍ଧିକୁ ଆସି ଏହି କାଣ୍ଡ ଘଟାଇଥିଲେ। ଖବର ପାଇଁ ଘଟଣାସ୍ଥଳରେ ବରଗଡ଼ ଏସପି ସମେତ ବିଜେପୁର ଥାନାଧିକାରୀ ପହଞ୍ଚିଥିଲେ।  ଘଟଣାସ୍ଥଳରୁ ଦୁଇଟି ଖୋକା ଜବତ କରିଛି ପୋଲିସ। ସମଗ୍ର ଅଞ୍ଚଳକୁ ସିଲ୍ କରି ତଦନ୍ତ ଚଳାଇଛି ପୋଲିସ।  ଗୁଳିମାଡ଼ର କାରଣ ଜଣାପଡିନାହିଁ।

ବିଜେପୁରରେ ଆଗକୁ ଉପନିର୍ବାଚନ ହେବାର ଅଛି।  ତେବେ ନିର୍ବାଚନ ବିଳମ୍ବକୁ ନେଇ ବିଜେଡି ଓ ବିଜେପି ପରସ୍ପର ମଧ୍ୟରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଲାଗିରହିଛି। ଏପରି ସ୍ଥିତିରେ ଗୁଳିମାଡ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ଆରମ୍ଭ ହୋଇଛି। ଘଟଣା ପାଇଁ ବିଜେଡ଼ି ଏବଂ ବିଜେପି ପରସ୍ପରକୁ ଦୋଷ ଲଦିଛନ୍ତି।

Ordigital Desk
• Published: Monday, 08 January 2018
• Updated: 08 January 2018, 09:42 AM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos