ପାରାଦୀପରେ ଫୁଟିଲା ବୋମା; ଦୁର୍ବୃତ୍ତ ଫେରାର

<p>ପାରାଦୀପ(ଓଡ଼ିଶା ରିପୋର୍ଟର): ପାରାଦୀପ ନୂଆଗାଁରେ ବୋମାମାଡ଼ ହୋଇଛି। &nbsp;ନୂଆଗାଁର ତମିଲ ପ୍ରଧାନଙ୍କ ଘର ଉପରକୁ କିଛି ଦୁର୍ବୃତ୍ତ&nbsp; ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି। ବୋମାମାଡ଼ରେ କେହି ମୃତାହତ ହୋଇ ନାହାନ୍ତି। ତେବେ ତମିଲଙ୍କ ଘରର କାନ୍ଥ ଓ କବାଟ କ୍ଷତିଗ୍ରସ୍ତ ହୋଇଛି। କାଜୁ ଜଙ୍ଗଲ ଟେଣ୍ଡର ବିବାଦକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି।</p> <p>ଗତକାଲି ସ୍ଥାନୀୟ ଅଞ୍ଚଳରେ ଏକ କାଜୁ ଜଙ୍ଗଲ ଟେଣ୍ଡରକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ପୋଲିସ ସୁରକ୍ଷାରେ ଗ୍ରାମ୍ୟ କମିଟି ପକ୍ଷରୁ ଟେଣ୍ଡର ପକାଯାଇଥିଲା।&nbsp; ବୋମାମାଡ଼ ଘଟଣା ପଛରେ ଏହି କାରଣ ଥାଇପାରେ ବୋଲି ଅନୁମାନ କରାଯାଉଛି। ପୋଲିସ ଗାଁରେ ପହଞ୍ଚି ଘଟଣାସ୍ଥଳରୁ ଆଉ ଏକ ଅଫୁଟା ବୋମା ଜବତ କରିଛି ଓ ଘଟଣାର ତଦନ୍ତ କରୁଛି।</p>

Ordigital Desk
  • Published: Friday, 19 January 2018
  • Updated: 19 January 2018, 11:41 AM IST

Sports

Latest News

<p>ପାରାଦୀପ(ଓଡ଼ିଶା ରିପୋର୍ଟର): ପାରାଦୀପ ନୂଆଗାଁରେ ବୋମାମାଡ଼ ହୋଇଛି। &nbsp;ନୂଆଗାଁର ତମିଲ ପ୍ରଧାନଙ୍କ ଘର ଉପରକୁ କିଛି ଦୁର୍ବୃତ୍ତ&nbsp; ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି। ବୋମାମାଡ଼ରେ କେହି ମୃତାହତ ହୋଇ ନାହାନ୍ତି। ତେବେ ତମିଲଙ୍କ ଘରର କାନ୍ଥ ଓ କବାଟ କ୍ଷତିଗ୍ରସ୍ତ ହୋଇଛି। କାଜୁ ଜଙ୍ଗଲ ଟେଣ୍ଡର ବିବାଦକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି।</p><p>ଗତକାଲି ସ୍ଥାନୀୟ ଅଞ୍ଚଳରେ ଏକ କାଜୁ ଜଙ୍ଗଲ ଟେଣ୍ଡରକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ପୋଲିସ ସୁରକ୍ଷାରେ ଗ୍ରାମ୍ୟ କମିଟି ପକ୍ଷରୁ ଟେଣ୍ଡର ପକାଯାଇଥିଲା।&nbsp; ବୋମାମାଡ଼ ଘଟଣା ପଛରେ ଏହି କାରଣ ଥାଇପାରେ ବୋଲି ଅନୁମାନ କରାଯାଉଛି। ପୋଲିସ ଗାଁରେ ପହଞ୍ଚି ଘଟଣାସ୍ଥଳରୁ ଆଉ ଏକ ଅଫୁଟା ବୋମା ଜବତ କରିଛି ଓ ଘଟଣାର ତଦନ୍ତ କରୁଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos