ବନ୍ଧୁକ ଦେଖାଇ ଏଟିଏମ୍ କ୍ୟାସ ଭ୍ୟାନରୁ ୨୫ ଲକ୍ଷ ଟଙ୍କା ଲୁଟ୍‌

ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲାର ବିଶ୍ରା ଥାନା ଅନ୍ତର୍ଗତ ସୋରଡ଼ା ନିକଟରେ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ଏଟିଏମ୍ କ୍ୟାସ ଭ୍ୟାନରୁ ୨୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଗତ ରାତିରେ ରାଉରକେଲାରୁ ଏସବିଆଇର ଏଟିଏମ୍ କ୍ୟାସ୍ ଭ୍ୟାନ ଟଙ୍କା ନେଇ ଯାଉଥିବା ବେଳେ ସୋରଡ଼ା ବାରିଲେପ୍ତା ମଝିରେ ଚାରି ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ବନ୍ଧୁକ ଦେଖାଇ ଧମକ ଦେଇଥିଲେ। ଭ୍ୟାନରେ ଥିବା ୫ ଜଣ କର୍ମଚାରୀଙ୍କୁ ଧମକାଇ ୨୫ ଲକ୍ଷ ଟଙ୍କା ନେଇ ପଳାଇଥିଲେ। ଏ ସଂପର୍କରେ ବିଶ୍ରା ଧାନାରେ ଏତଲା ଦିଆଯାଇଛି। ଲୁଟରେ ପିଏଲଏଫ୍‌ଆଇର ସଂପୃକ୍ତି ଥିବା ସନ୍ଦେହ କରୁଛି ପୋଲିସ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।