ଆଖିକୁ ଲଙ୍କା ଗୁଣ୍ଡ ଫିଙ୍ଗି ଲୁଟି ନେଲେ ସୁନା, ରୁପା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଆଖିକୁ ଲଙ୍କା ଗୁଣ୍ଡ ଫିଙ୍ଗି ଲୁଟି ନେଲେ ୭୦୦ ଗ୍ରାମ ସୁନା, ପ୍ରାୟ ୨୦ କେଜି ରୁପା ଓ ଲକ୍ଷାଧିକ ଟଙ୍କା । ଏପରି ଏକ ବଡ଼ ଧରଣର ଲୁଟ୍‌ ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ହୋଇଛି।  କୋର୍ଟ ଷ୍ଟେସନ ନିକଟରେ ଥିବା  ସୁନା ଦୋକାନୀ  ଶରତଚନ୍ଦ୍ର ସାହୁଙ୍କୁ ଆକ୍ରମଣ କରି ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଗତକାଲି ରାତିରେ ଦୋକାନ ବନ୍ଦ କରି ପତ୍ନୀଙ୍କ ସହ ମୋଟରସାଇକେଲରେ ଘରକୁ ଶରତ ଫେରୁଥିଲେ। […]

loot-1-1

Niharika Rout
  • Published: Thursday, 27 August 2020
  • , Updated: 27 August 2020, 07:48 AM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଆଖିକୁ ଲଙ୍କା ଗୁଣ୍ଡ ଫିଙ୍ଗି ଲୁଟି ନେଲେ ୭୦୦ ଗ୍ରାମ ସୁନା, ପ୍ରାୟ ୨୦ କେଜି ରୁପା ଓ ଲକ୍ଷାଧିକ ଟଙ୍କା । ଏପରି ଏକ ବଡ଼ ଧରଣର ଲୁଟ୍‌ ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ହୋଇଛି।  କୋର୍ଟ ଷ୍ଟେସନ ନିକଟରେ ଥିବା  ସୁନା ଦୋକାନୀ  ଶରତଚନ୍ଦ୍ର ସାହୁଙ୍କୁ ଆକ୍ରମଣ କରି ଲୁଟ୍ କରିଛନ୍ତି ଦୁର୍ବୃତ୍ତ ।

ଗତକାଲି ରାତିରେ ଦୋକାନ ବନ୍ଦ କରି ପତ୍ନୀଙ୍କ ସହ ମୋଟରସାଇକେଲରେ ଘରକୁ ଶରତ ଫେରୁଥିଲେ। ହେଲେ ବାଇକ୍‌ରେ ୨ ଲୁଟେରା ସେମାନଙ୍କୁ ପିଛା କରି ଆସି ଆକ୍ରମଣ କରିଥିଲେ । ଏହାପରେ ଶରତଙ୍କ ଉପରକୁ ଲଙ୍କାଗୁଣ୍ଡ ଫିଙ୍ଗି ଲୁହା ରଡରେ ଆକ୍ରମଣ କରିଥିଲେ । ଏହାପରେ ଉଭୟ ସ୍ୱାମୀସ୍ତ୍ରୀ ତଳେ ପଡ଼ିଯିବାରୁ ଦୁର୍ବୃତ୍ତମାନେ ଅଳଙ୍କାର ଭର୍ତ୍ତି ବ୍ୟାଗ ଓ ଟଙ୍କା ଲୁଟି ନେଇଥିଲେ । ଗୁରୁତର ଶରତଙ୍କୁ ଛତ୍ରପୁରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଥିଲେ ମଧ୍ୟ ଲୁଟେରାଙ୍କ ସନ୍ଧାନ ପାଇପାରି ନାହିଁ।

Related story